ETV Bharat / state

ବିଧାନସଭା ଶୀତକାଳୀନ ଅଧିବେଶନ; କୋଶଳୀ ଭାଷାରେ କହିଲେ ନରସିଂହ ମିଶ୍ର

author img

By ETV Bharat Odisha Team

Published : Nov 22, 2023, 3:53 PM IST

ବିଧାନସଭା ଶୀତକାଳୀନ ଅଧିବେଶନ; କୋଶଳୀ ଭାଷାରେ କହିଲେ ନରସିଂହ ମିଶ୍ର
ବିଧାନସଭା ଶୀତକାଳୀନ ଅଧିବେଶନ; କୋଶଳୀ ଭାଷାରେ କହିଲେ ନରସିଂହ ମିଶ୍ର

କୋଶଳୀ ଭାଷାରେ ବିଧାନସଭାରେ କହିବା ଲାଗି ସୁଯୋଗ ଦେବାକୁ କଂଗ୍ରେସର ବିଧାୟକ ଦଳର ନେତା ନରସିଂହ ମିଶ୍ର ଦାବି କରିଥିଲେ । ଗତକାଲି ସର୍ବଦଳୀୟ ବୈଠକରେ ସେ ଏହି ଦାବି କରିଥିଲେ । ଆଜି ଶୋକ ପ୍ରସ୍ତାବରେ ମତ ରଖିବା ବେଳେ ନରସିଂହ କୋଶଳୀ ଭାଷାରେ କହିଛନ୍ତି । ଅଧିକ ପଢନ୍ତୁ

ବିଧାନସଭା ଶୀତକାଳୀନ ଅଧିବେଶନ; କୋଶଳୀ ଭାଷାରେ କହିଲେ ନରସିଂହ ମିଶ୍ର

ଭୁବନେଶ୍ବର: ଓଡ଼ିଆ ଓ କୋଶଳୀ ମିଶ୍ରିତ ଭାଷାରେ ବିବୃତି ରଖିଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର । କୋଶଳୀ ଭାଷାରେ କହିବା ଲାଗି ସୁଯୋଗ ଦେବାକୁ ସର୍ବଦଳୀୟ ବୈଠକରେ ବାଚସ୍ପତିଙ୍କୁ ପ୍ରସ୍ତାବ ଦେଇଥିଲେ ନରସିଂହ । ରାଷ୍ଟ୍ରପତି କୋଶଳୀ ଭାଷାକୁ ସମ୍ମାନିତ କରିଛନ୍ତି, ତେଣୁ ରାଜ୍ୟର ଦ୍ଵିତୀୟ ଭାଷା ଭାବେ କୋଶଳୀ ଭାଷା ପରିଚୟ ପାଉ ବୋଲି ଦାବି କରିଛି ବିଜେପି । ବିଜେଡି କହିଛି, ପୂର୍ବରୁ ଗୃହରେ ଅନେକ ସଦସ୍ୟ ବି ସମାନ ଶୈଳୀରେ ବିବୃତି ରଖିଥାଆନ୍ତି ।

କୋଶଳୀ ଭାଷାରେ ବିଧାନସଭାରେ କହିବା ଲାଗି ସୁଯୋଗ ଦେବାକୁ କଂଗ୍ରେସର ବିଧାୟକ ଦଳର ନେତା ନରସିଂହ ମିଶ୍ର ଦାବି କରିଥିଲେ । ଗତକାଲି ସର୍ବଦଳୀୟ ବୈଠକରେ ସେ ଏହି ଦାବି କରିଥିଲେ । ଆଜି ଶୋକ ପ୍ରସ୍ତାବରେ ମତ ରଖିବା ବେଳେ ନରସିଂହ କୋଶଳୀ ଭାଷାରେ କହିଥିଲେ । ଏନେଇ ନରସିଂହ କହିଛନ୍ତି ଯେ, ପୂର୍ବରୁ କୋଶଳୀ ଭାଷାରେ ବିଧାନସଭାରେ ବିବୃତି ରଖିବି ବୋଲି କହିଥିଲି । ଆଜି ଶୋକ ପ୍ରସ୍ତାବ ଆଗତ ବେଳେ ମୁଁ କୋଶଳୀ ଭାଷାରେ କହିଛି । ଆଇନ ଅନୁସାରେ ମୋର ଅଧିକାର ଅଛି । ମୁଁ ତାହାକୁ ସାବ୍ୟସ୍ତ କରିଛି ବୋଲି କହିଛନ୍ତି ନରସିଂହ ।

ଅଧିକ ପଢନ୍ତୁ- ବିଧାନସଭା ଉପବାଚସ୍ପତି ହେଲେ ସାଲୁଗା ପ୍ରଧାନ, ନିର୍ଦ୍ବନ୍ଦରେ ନିର୍ବାଚିତ

ସେହିପରି କୋଶଳୀ ଭାଷାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ବିଧାୟକ ମୁକେଶ ମହାଲିଙ୍ଗ । ମୁକେଶ କହିଛନ୍ତି ଯେ, ରାଷ୍ଟ୍ରପତି କୋଶଳୀ ଭାଷାକୁ ସମ୍ମାନିତ କରିଛନ୍ତି । ପ୍ରଥମ ଭାଷା ଭାବେ ଓଡ଼ିଆ ଅଛି । ରାଜ୍ୟର ଦ୍ଵିତୀୟ ଭାଷା ଭାବେ କୋଶଳୀ ଭାଷା ପରିଚୟ ପାଉ । କାରଣ ଦୁଇ ତୃତୀୟାଂଶ ଲୋକ ସମ୍ବଲପୁରୀ-କୋଶଳୀ ଭାଷା କହୁଛନ୍ତି । ଆଗାମୀ ଦିନରେ ମୁଁ ମଧ୍ୟ୍ୟ କୋଶଳୀ ଭାଷାରେ ଗୃହରେ ଉତ୍ତର ରଖିବି । ଖୁବଶୀଘ୍ର କୋଶଳୀ ଭାଷା ଲାଗି ବିଧାନସଭାରେ ଏକ ରିପୋର୍ଟର ରଖାଯାଉ ବୋଲି ଦାବି କରିଛନ୍ତି ବିଜେପି ବିଧାୟକ ମୁକେଶ ମହାଲିଙ୍ଗ । ଯିଏ କି ଅନୁବାଦକ ଭାବେ କାର୍ଯ୍ୟ କରିବ । ଆମେ ଯାହା କହିବୁ ସେ ଲେଖିବେ ଓ ଜନସାଧାରଣଙ୍କୁ ଜଣାଇବେ ।

ବିଧାନସଭାରେ କୋଶଳୀ ଭାଷାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ସୁଧୀର ସାମଲ । ସୁଧୀର କହିଛନ୍ତି ଯେ, କୋଶଳୀ ଭାଷାରେ ନୁହେଁ ସମ୍ବଲପୁରୀ ଭାଷାରେ ନରସିଂହ କହିଛନ୍ତି । ଢେଙ୍କାନାଳ, ଅନୁଗୁଳ ଭାଷା ଅଲଗା । ଢେଙ୍କାନାଳ ଓ କଟକ ଭାଷା ଅଲଗା । ପୂର୍ବରୁ ଗୃହରେ ଅନେକ ସଦସ୍ୟ ବି ସମାନ ଶୈଳୀରେ ବିବୃତ୍ତି ରଖିଥାଆନ୍ତି । ଆମ ଭାଷା ଓଡ଼ିଆ, ସ୍ଥାନୀୟ ଭାଷା ଅନୁସାରେ କିଏ କଣ କହିଲେ ଯାଏ ଆସେ ନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.