ETV Bharat / state

ବିଧାନସଭା ଉପବାଚସ୍ପତି ହେଲେ ସାଲୁଗା ପ୍ରଧାନ, ନିର୍ଦ୍ବନ୍ଦରେ ନିର୍ବାଚିତ

author img

By ETV Bharat Odisha Team

Published : Nov 21, 2023, 10:22 AM IST

ବିଧାନସଭା ନୂଆ ଉପବାଚସ୍ପତି ହେଲେ ସାଲୁଗା ପ୍ରଧାନ । ଆଜି ଅନୁଷ୍ଠିତ ଉପବାଚସ୍ପତି ନିର୍ବାଚନରେ ନିନ୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି ସାଲୁଗା ପ୍ରଧାନ । ଅଧିକ ପଢନ୍ତୁ

Saluga Pradhan Deputy Speaker of odisha Assembly
ସାଲୁଗା ପ୍ରଧାନ ବିଧାନସଭା ନୂଆ ଉପବାଚସ୍ପତି

ଭୁବନେଶ୍ବର: ଓଡ଼ିଶା ବିଧାନସଭାକୁ ମିଳିଲେ ନୂଆ ଉପବାଚସ୍ପତି । ଉପବାଚସ୍ପତି ହେଲେ ସାଲୁଗା ପ୍ରଧାନ । ସେ ବିଧାନସଭାର ଉପବାଚସ୍ପତି ଭାବେ ନିର୍ବାଚନରେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି । କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ବିଧାୟକ ହେଉଛନ୍ତି ସାଲୁଗା ପ୍ରଧାନ ।

ସାଲୁଗା ପ୍ରଧାନ ଦୁଇଥର ବିଧାୟକ ନିର୍ବାଚିତ ହୋଇଛନ୍ତି । ୨୦୦୦ ଏବଂ ୨୦୧୯ ନିର୍ବାଚନରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ସାଲୁଗା । ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଆଜି ଅନୁଷ୍ଠିତ ଉପବାଚସ୍ପତି ନିର୍ବାଚନରେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି ସାଲୁଗା ପ୍ରଧାନ । ଏ ନେଇ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ । ସାଲୁଗା ପ୍ରଧାନଙ୍କୁ ଉପବାଚସ୍ପତି ଭାବେ ଦାୟିତ୍ବ ମିଳିଛି । ନିକଟରେ ତାଙ୍କୁ କନ୍ଧମାଳ ଜିଲ୍ଲା ସଭାପତି ଦାୟିତ୍ବ ମିଳିଥିଲା । ସାଧାରଣ ନିର୍ବାଚନ ପୂର୍ବରୁ ଆଦିବାସୀ କାର୍ଡ ଖେଳିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉପବାଚସ୍ପତି ହୋଇଛନ୍ତି ଆଦିବାସୀ ନେତା ତଥା ବିଧାୟକ ସାଲୁଗା ପ୍ରଧାନ ।

ଏହା ବି ପଢନ୍ତୁ...ଉପ ବାଚସ୍ପତି ପ୍ରାର୍ଥୀ ସାଲୁଗାଙ୍କ ବୟାନ, ମାନିବି ମୁଖ୍ୟମନ୍ତ୍ରୀ ନବୀନଙ୍କ ନିର୍ଦ୍ଦେଶ

2000 ଓ 2019ରେ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ସାଲୁଗା । ବିଧାନସଭାରେ ତାଙ୍କର ଯଥେଷ୍ଟ ଅଭିଜ୍ଞତା ରହିଛି । ଅନୁଭବୀ ଅଭିଜ୍ଞ ସାଲୁଗାଙ୍କୁ ଉପବାଚସ୍ପତି କରିଛି ବିଜେଡି । ଜି. ଉଦୟଗିରି ବିଧାୟକ ସାଲୁଗାଙ୍କୁ ଉପବାଚସ୍ପତି ଘୋଷଣା କରାଯିବା ପରେ ଏହି ପ୍ରସ୍ତାବକୁ ବିରୋଧୀ ଦଳ ସମର୍ଥନ କରିଛି । ଏକମାତ୍ର ପ୍ରାର୍ଥୀ ଭାବେ ସାଲୁଗା ପ୍ରଧାନ ପ୍ରାର୍ଥୀପତ୍ର ଦାଖଲ କରିଥିବାରୁ ସେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି । ସର୍ବସମ୍ମତି କ୍ରମେ ଦାୟିତ୍ବ ଗ୍ରହଣ କରିଛନ୍ତି ସାଲୁଗା ପ୍ରଧାନ ।

ଏହା ବି ପଢନ୍ତ...ଆଜିଠୁ ଶୀତ ଅଧିବେଶନ: ପ୍ରସଙ୍ଗ ଉଠାଇବେ ବିରୋଧୀ, ଜବାବ ରଖିବେ ଶାସକ

ଏହା ବି ପଢନ୍ତୁ...ସାଲୁଗା ପ୍ରଧାନ ହେବେ ବିଧାନସଭାର ପରବର୍ତ୍ତୀ ଉପ ବାଚସ୍ପତି

ରଜନୀକାନ୍ତ ସିଂଙ୍କ ଇସ୍ତଫା ପରେ ଉପବାଚସ୍ଚପତି ପଦ ଖାଲି ପଡ଼ିଥିଲା । ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ ଚଳିତ ମାସ ୮ ତାରିଖରେ ଉପବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ । ରଜନୀକାନ୍ତ ୨୦୧୯ ଜୁନ ମାସରୁ ଓଡ଼ିଶା ବିଧାନସଭାର ଉପବାଚସ୍ପତି ଭାବେ କାର୍ଯ୍ୟ କରୁଥିବା ବେଳେ, ୨୦୨୩ ନଭେମ୍ବର ୮ ତାରିଖରେ ଏହି ପଦରୁ ଇସ୍ତଫା ଦେଇଥିଲେ । ସେବେଠାରୁ ଉପବାଚସ୍ପତି ପଦ ଖାଲି ପଡ଼ିଥିଲା । ଆଜି ଉପବାଚସ୍ପତି ନିର୍ବାଚନରେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି ସାଲୁଗା ପ୍ରଧାନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.