ETV Bharat / state

ଆଜିଠୁ ଶୀତ ଅଧିବେଶନ: ପ୍ରସଙ୍ଗ ଉଠାଇବେ ବିରୋଧୀ, ଜବାବ ରଖିବେ ଶାସକ

author img

By ETV Bharat Odisha Team

Published : Nov 20, 2023, 10:59 PM IST

Updated : Nov 21, 2023, 7:14 AM IST

ବିଧାନସଭା ଶୀତକାଳୀନ ଅଧିବେଶନ; ପ୍ରସଙ୍ଗ ଉଠାଇବେ ବିରୋଧୀ, ଜବାବ ରଖିବେ ଶାସକ
ବିଧାନସଭା ଶୀତକାଳୀନ ଅଧିବେଶନ; ପ୍ରସଙ୍ଗ ଉଠାଇବେ ବିରୋଧୀ, ଜବାବ ରଖିବେ ଶାସକ

ମଙ୍ଗଳବାର ଠାରୁ ଆରମ୍ଭ ହେଉଛି ଶୀତକାଳୀନ ଅଧିବେଶନ । ଡିସେମ୍ବର 30 ଯାଏଁ ଅଧିବେଶନ ଚାଲିବ ବୋଲି ସ୍ଥିର ହୋଇଛି । ମୋଟ 30 ଟି କାର୍ଯ୍ୟ ଦିବସ ଥିବାବେଳେ ଗୃହ କେତେ ଦିନ ଚାଲିବ ତାହା ସମୟ କହିବ । କିନ୍ତୁ ଅନେକ ପ୍ରସଙ୍ଗ ଥିବାରୁ ସରକାରୀ ଦଳକୁ ଘେରିବା ଲାଗି ଯୋଜନା ପ୍ରସ୍ତୁତ କରୁଛନ୍ତି ଦୁଇ ପ୍ରମୁଖ ବିରୋଧୀ ଦଳ । ଅଧିକ ପଢନ୍ତୁ

ବିଧାନସଭା ଶୀତକାଳୀନ ଅଧିବେଶନ; ପ୍ରସଙ୍ଗ ଉଠାଇବେ ବିରୋଧୀ, ଜବାବ ରଖିବେ ଶାସକ

ଭୁବନେଶ୍ବର: ଆଜିଠାରୁ(ମଙ୍ଗଳବାର) ଆରମ୍ଭ ହେଉଛି ବିଧାନସଭାର ଶୀତକାଳୀନ ଅଧିବେଶନ । ବିଭିନ୍ନ ପ୍ରସଙ୍ଗକୁ ନେଇ ବିଧାନସଭା ହୁଲୁସ୍ତୁଲୁ କରିବେ ବିରୋଧୀ । ଏନେଇ ପ୍ରାକ ପ୍ରସ୍ତୁତି ଆରମ୍ଭ କରିଛନ୍ତି କଂଗ୍ରେସ ଓ ବିଜେପି । ସେପଟେ ବିରୋଧୀଙ୍କୁ ମୁକାବିଲା କରିବା ଲାଗି ଯୋଜନା କରିଛି ଶାସକ ଦଳ ।

ମଙ୍ଗଳବାର ଠାରୁ ଆରମ୍ଭ ହେଉଛି ଶୀତକାଳୀନ ଅଧିବେଶନ । ଡିସେମ୍ବର 30 ଯାଏଁ ଅଧିବେଶନ ଚାଲିବ ବୋଲି ସ୍ଥିର ହୋଇଛି । ମୋଟ 30ଟି କାର୍ଯ୍ୟ ଦିବସ ଥିବାବେଳେ ଗୃହ କେତେ ଦିନ ଚାଲିବ ତାହା ସମୟ କହିବ । କିନ୍ତୁ ଅନେକ ପ୍ରସଙ୍ଗ ଥିବାରୁ ସରକାରୀ ଦଳକୁ ଘେରିବା ଲାଗି ଯୋଜନା ପ୍ରସ୍ତୁତ କରୁଛନ୍ତି ଦୁଇ ପ୍ରମୁଖ ବିରୋଧୀ ଦଳ । ଆଜି ଅପରାହ୍ନରେ ବିଜେପିର ବିଧାୟକ ଦଳର ବୈଠକ ବସିଛି । କେଉଁ କେଉଁ ପ୍ରସଙ୍ଗରେ ଶାସକ ଦଳକୁ ଘେରିହେବ ସେ ନେଇ ଦଳ ରୋଡ଼ ମ୍ୟାପ ପ୍ରସ୍ତୁତ କରୁଛି । ସେହିପରି ଆସନ୍ତାକାଲି ବସିବ କଂଗ୍ରେସର ବିଧାୟକ ଦଳର ବୈଠକ । କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ରଙ୍କ ବିଧାନସଭା ପ୍ରକୋଷ୍ଠରେ ଏହି ବୈଠକ ଆୟୋଜନ ହେବ ।

ଅଧିକ ପଢନ୍ତୁ- କାଲିଠୁ ବିଧାନସଭା ଶୀତ ଅଧିବେଶନ, ସର୍ବଦଳୀୟ ବୈଠକ କଲେ ବାଚସ୍ପତି

କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ଯେ, ଚାଷୀଙ୍କ ଧାନ କିଣା ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ । ବଲାଙ୍ଗୀର ଜିଲ୍ଲାରେ ଚାଷୀ ଆତ୍ମହତ୍ୟା କଥା ନଜରକୁ ଆସିବାରେ ଲାଗିଛି । ଯାହା ଲାଗୁଛି ଅଭାବୀ ବିକ୍ରି ନିଶ୍ଚୟ ଭାବରେ ହେବ । ଛତିଶଗଡରେ ଧାନ ଚାଷୀଙ୍କୁ ଭଲ ଲାଭ ମିଳୁଛି କିନ୍ତୁ ରାଜ୍ୟରେ ଚାଷୀଙ୍କୁ ଚିଲର ମିଳୁଛି । ଛତିଶଗଡ଼ରେ ୩୨୦୦ ଟଙ୍କା ମିଳୁଛି । ରାଜ୍ୟରେ ଏହା ପ୍ରାୟ ୨୧୦୦ ଟଙ୍କା । ରାଜ୍ୟରେ ତୁରନ୍ତ ମଣ୍ଡି ଖୋଲୁ । ଧାନ କିଣା ହେଉ । ରାଜ୍ୟରେ ଆଇନ ଶୃଙ୍ଖଳା କଥା ମଧ୍ୟ ବିଧାନସଭାରେ ଉଠାଯିବ । ମିଲରମାନେ କଟନୀ ଛଟନୀ କରି ଧାନ କିଣୁଛନ୍ତି । ଚାଷିମାନେ ଛତିଶଗଡ ଯାଇ ଧାନ ବିକୁଛନ୍ତି ।

ସେହିପରି ବିରୋଧୀ ଦଳ ମୁଖ୍ୟ ସଚେତକ କହିଛନ୍ତି ଯେ, ବିଭିନ୍ନ ପ୍ରସଙ୍ଗ ନେଇ ଦଳ ସରକାରଙ୍କୁ ଘେରିବ । ନିକଟରେ କ୍ୟାବିନେଟ ପାରିତ ହୋଇ ସ୍ଥଗିତ ହୋଇଥିବା ଆଦିବାସୀଙ୍କ ଜମି ସମ୍ପର୍କିତ ଅଧ୍ୟାଦେଶକୁ ବିଧାନସଭାର ପ୍ରସଙ୍ଗ କରିବ ଦଳ । ଆଇନ ଶୃଙ୍ଖଳା ଓ ମଣ୍ଡି ସମସ୍ୟା ନେଇ ଦଳ ସରକାରଙ୍କୁ ଘେରିବ । ସେହିପରି ଶାସକ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି ଯେ, ବିରୋଧୀଙ୍କୁ ଜବାବ ଦେବାକୁ ଆମେ ପ୍ରସ୍ତୁତ ଅଛୁ । ଆସନ୍ତାକାଲି ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ବସିବ ବିଧାୟକ ଦଳର ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ଦଳ ରଣନୀତି ପ୍ରସ୍ତୁତ କରିବ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Nov 21, 2023, 7:14 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.