କାଲିଠୁ ବିଧାନସଭା ଶୀତ ଅଧିବେଶନ, ସର୍ବଦଳୀୟ ବୈଠକ କଲେ ବାଚସ୍ପତି

କାଲିଠୁ ବିଧାନସଭା ଶୀତ ଅଧିବେଶନ, ସର୍ବଦଳୀୟ ବୈଠକ କଲେ ବାଚସ୍ପତି
ବାଚସ୍ପତିଙ୍କ ବିଧାନସଭା ପ୍ରକୋଷ୍ଠରେ ବସିଥିବା ବୈଠକରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ବିକ୍ରମ କେଶରୀ ଆରୁଖ, ବିଜେପି ଦଳର ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର, ଶାସକ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ । ଦୁଇଟି ନୂଆ ପ୍ରସ୍ତାବ ରଖିଥିଲେ କଂଗ୍ରେସ ଦଳର ବିଧାୟକ ନରସିଂହ ମିଶ୍ର । ଅଧିକ ପଢନ୍ତୁ
ଭୁବନେଶ୍ବର: ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ଓଡିଶା ବିଧାନସଭା ଶୀତ କାଳୀନ ଅଧିବେଶନ । ଶୀତ କାଳୀନ ଅଧିବେଶନକୁ ସୁରୁଖୁରୁରେ ଚଳାଇବା ଲାଗି ଆଜି ବସିଛି ସର୍ବଦଳୀୟ ବୈଠକ । ଗୃହ କାର୍ଯ୍ୟ ଶୃଙ୍ଖଳିତ କରିବା ଲାଗି ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି । ଅଧିବେଶନ ଯେପରି ସୁରୁଖୁରରେ ଚାଲିବ, ସେ ନେଇ ସବୁ ଦଳଙ୍କ ସହ ଆଲୋଚନା କରିଛନ୍ତି ବାଚସ୍ପତି ।
ବାଚସ୍ପତିଙ୍କ ବିଧାନସଭା ପ୍ରକୋଷ୍ଠରେ ବସିଥିବା ବୈଠକରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ବିକ୍ରମ କେଶରୀ ଆରୁଖ, ବିଜେପି ଦଳର ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର, ଶାସକ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ । ଦୁଇଟି ନୂଆ ପ୍ରସ୍ତାବ ରଖିଥିଲେ କଂଗ୍ରେସ ଦଳର ବିଧାୟକ ନରସିଂହ ମିଶ୍ର । ବିଧାନସଭାରେ କୋଶଳୀ ଭାଷାରେ କହିବାକୁ ସୁଯୋଗ ମିଳୁ ବୋଲି ସେ ଦାବି କରିଥିଲେ । ବର୍ତ୍ତମାନ ଦେଖାଯାଉଥିବା ଆନ୍ଦୋଳନରେ କୋଶଳ ଭାଷାକୁ ସମ୍ବିଧାନରେ କୋଶଳ ବା ସମ୍ବଲପୁରୀ ଭାଷାକୁ ଅପମାନ କରାଯାଉଛି । ସେ ଭାଷାକୁ ସରକାରୀ ଭାଷାର ମାନ୍ୟତା ଦିଆଯାଉ ନାହିଁ । ବିଧାନସଭାରେ କୋଶଳ ଏବଂ ସାନ୍ତାଳୀ ଭାଷାକୁ ମାନ୍ୟତା ମିଳୁ ବୋଲି ଦାବି ରଖିଛନ୍ତି କଂଗ୍ରେସର ଏହି ବରିଷ୍ଠ ବିଧାୟକ । ସେହିପରି ଚଳିତ ଅଧିବେଶନରେ ସରକାରଙ୍କ ପକ୍ଷରୁ ବିଲ ନାହିଁ । ତେଣୁ ଶାସକ ଦଳ ଆଗୁଆ ଗୃହ ବନ୍ଦ ନକରିବା ଲାଗି ସେ ଦାବି କରିଛନ୍ତି ।
ସେହିପରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ ଦୁଇ ପ୍ରସ୍ତାବକୁ ସ୍ବାଗତ କରିଛନ୍ତି । ନରସିଂହଙ୍କ ପ୍ରସ୍ତାବ ଉପରେ ପ୍ରତିକ୍ରିୟା ରଖିଛନ୍ତି ବାଚସ୍ପତି । ସେ କହିଛନ୍ତି ଯେ, କ୍ଷୀପ୍ର ଲେଖକ ବା ରିପୋର୍ଟର ନଥିବାରୁ ଏହି ଅଧିବେଶନରେ ଏହି ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ସମ୍ଭବ ନୁହେଁ । ଆଗାମୀ ଦିନରେ ଏନେଇ ବ୍ୟବସ୍ଥା କରାଯିବ । କାରଣ ସଦସ୍ୟ ମାନଙ୍କ ବିବୃତି ଯଦି ରେକର୍ଡ ନ ହୁଏ ତାହାଲେ ଫଳପ୍ରଦ ହେବନାହିଁ । ବାଚସ୍ପତି ଆହୁରି ମଧ୍ୟ କହିଛନ୍ତି ଯେ, ଗୃହ ସୁରୁଖୁରୁରେ ଚାଲିବା ପାଇଁ ଆଜି ସର୍ବଦଳୀୟ ବୈଠକରେ ଆଲୋଚନା ହୋଇଛି । ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ପାଇଁ ଶୋକସଭା କରାଯିବ । ସମୟ ଅନୁଯାଇ ଚାଲିବ ବିଧାନସଭା । ସମସ୍ତଙ୍କ ସହଯୋଗରେ ଚାଲିବ ଗୃହ । ଯେଉଁମାନେ ସଦସ୍ୟମାନେ ଅସୁସ୍ଥ ଅନୁମତି ନେଇ ବସିକି କହିପାରିବେ ।
ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ବିଧାନସଭା ଅନୁମୋଦନ ପାଇଥିବା ଭାଷାରେ ଜଣେ କହିପାରିବେ ବୋଲି କହିଛନ୍ତି । ଏହା ନିୟମରେ ଅଛି ବୋଲି ସେ କହିଛନ୍ତି । ସେପଟେ ବିଧାନସଭାରେ ଶାସକ ଦଳକୁ ବିଭିନ୍ନ ପ୍ରସଙ୍ଗରେ ରଣନୀତି ପ୍ରସ୍ତୁତ କରୁଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ଆଜି ଅପରାହ୍ନରେ ବିଜେପି ବିଧାୟକ ଦଳର ବୈଠକ ବସିଥିବାବେଳେ । ଆସନ୍ତାକାଲି କଂଗ୍ରେସର ବିଧାୟକ ଦଳ ବୈଠକ ବସିବ । ଆସନ୍ତାକାଲି ଅଧିବେଶନ ଆରମ୍ଭ ହେବା ପୂର୍ବରୁ ବିଜେଡିର ବିଧାୟକ ଦଳ ବୈଠକ ହେବ ।
ଇଟିଭି ଭାରତ, ଭୁବନେଶ୍ବର
