ETV Bharat / state

Winter Session Odisha Assembly: ଔପଚାରିକ ଭାବେ ଚାଲିଛି କି ବିଧାନସଭା !

author img

By ETV Bharat Odisha Team

Published : Nov 6, 2023, 8:36 PM IST

Winter Session Odisha Assembly:ଔପଚାରିକ ଭାବେ ଚାଲିଛି କି ବିଧାନସଭା !
Winter Session Odisha Assembly:ଔପଚାରିକ ଭାବେ ଚାଲିଛି କି ବିଧାନସଭା !

ଷୋଡଶ ବିଧାନସଭାରୁ ଚତୁର୍ଦ୍ଦଶ ଅଧିବେଶନ ନଭେମ୍ବର 21ରୁ ଆରମ୍ଭ ହେଉଛି । ଡିସେମ୍ବର 30ରେ ଶୀତକାଳୀନ ଅଧିବେଶନ ଚାଲିବ ବୋଲି ବିଧାନସଭା ପକ୍ଷରୁ ଘୋଷଣା ହୋଇଛି । ଏଠାରେ ମୋଟ 30 କାର୍ଯ୍ୟ ଦିବସ ଥିବା ଜଣାପଡିଛି । ଏଥିପାଇଁ ସମନ ମଧ୍ୟ ଜାରୀ ହୋଇଛି । ସବୁ ଦଳ ନିଜ ନିଜର ଏଜେଣ୍ଡା ନେଇ ଆଲୋଚନା ଓ ପର୍ଯ୍ୟାଲୋଚନା କରିବେ । ଅଧିକ ପଢନ୍ତୁ

Winter Session Odisha Assembly:ଔପଚାରିକ ଭାବେ ଚାଲିଛି କି ବିଧାନସଭା !

ଭୁବନେଶ୍ବର: ବିଧାନସଭା । ସମ୍ବିଧାନର ପ୍ରାଣ କେନ୍ଦ୍ର । ରାଜ୍ୟବାସୀଙ୍କ ସମସ୍ୟା ଉତ୍ଥାପନ, ସମାଧାନ ଓ ସ୍ବାର୍ଥ ସାଧନର ପ୍ରାଣ କେନ୍ଦ୍ର ହେଉଛି ବିଧାନସଭା । ହେଲେ ଗତକିଛି ବର୍ଷ ହେଲା ବିଧାନସଭା ଗାରିମା କ୍ଷୁର୍ଣ୍ଣ ହେଲା ପରି ଲାଗୁଛି । କାରଣ ଔପଚାରିକ ଭାବେ ବିଧାନସଭା ଚଳାଯାଉଥିବା ପରି ଆଶଙ୍କା ସୃଷ୍ଟି ହୋଇଛି । ସେପଟେ ବିଧାନସଭା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ବିଜେଡି ଓ ମୁଖ୍ୟ ବିରୋଧୀ ବିଜେପି ।

ଷୋଡଶ ବିଧାନସଭାରୁ ଚତୁର୍ଦ୍ଦଶ ଅଧିବେଶନ ନଭେମ୍ବର 21ରୁ ଆରମ୍ଭ ହେଉଛି । ଡିସେମ୍ବର 30ରେ ଶୀତକାଳୀନ ଅଧିବେଶନ ଚାଲିବ ବୋଲି ବିଧାନସଭା ପକ୍ଷରୁ ଘୋଷଣା ହୋଇଛି । ଏଠାରେ ମୋଟ 30 କାର୍ଯ୍ୟ ଦିବସ ଥିବା ଜଣାପଡିଛି । ଏଥିପାଇଁ ସମନ ମଧ୍ୟ ଜାରୀ ହୋଇଛି । ସବୁ ଦଳ ନିଜ ନିଜର ଏଜେଣ୍ଡା ନେଇ ଆଲୋଚନା ଓ ପର୍ଯ୍ୟାଲୋଚନା କରିବେ । କିନ୍ତୁ ଯାହା ସୂଚନା ରହିଛି ଏହି ଅଧିବେଶନ ମାତ୍ର 7 ଦିନ ମଧ୍ୟରେ ଶେଷ ହୋଇଯିବ । ଯାହା ବିଲ ରହିଛି ତାହା ଗୋଟିଏ ଦିନରେ ଅନୁମୋଦନ ପାଇବ । ଗତ ମୌସୁମୀ ଅଧିବେଶନରେ ଅତିରିକ୍ତ ବଜେଟ ମଧ୍ୟ ଅନୁମୋଦନ ଲାଭ କରିଛି । ଏଥିରେ ରାଜ୍ୟ ସରକାରଙ୍କର କିଛି ଏଜେଣ୍ଡା ହିଁ ନାହିଁ ।

ଅଧିକ ପଢନ୍ତୁ- Assembly Winter Session: 21ରୁ ବିଧାନସଭା ଶୀତ ଅଧିବେଶନ

ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁସାରେ ବିଧାନସଭା ଅନୁନ୍ୟ 60 ଦିନ ଚାଲିବା କଥା । ପୂର୍ବ ଅଧିବେଶନକୁ ମିଶାଇଲେ ପାଖାପାଖି 30 କାର୍ଯ୍ୟ ଦିବସ ହୋଇଛି । ତେଣୁ ଉପର ଠଉରିଆ ଭାବେ ଏହାକୁ ସମ୍ମାନ ଜଣାଇବା ପାଇଁ ଆସନ୍ତା ଅଧିବେଶନକୁ 30 ଦିନିଆ ରଖିଛନ୍ତି । ଚଳିତ କ୍ୟାଲେଣ୍ଡର ବର୍ଷର ଶେଷ ଅଧିବେଶନକୁ ସର୍ବାଧିକ କାର୍ଯ୍ୟ ଦିବସ ରହିଛି । ସରକାରଙ୍କ ଏଜେଣ୍ଡା କିଛି ନଥିବାବେଳେ ଏତେ କାର୍ଯ୍ୟଦିବସର ଆବଶ୍ୟକତା ନେଇ ସନ୍ଦେହ ସୃଷ୍ଟି ହେଉଛି । ଅଧିବେଶନକୁ ସଫଳ କରିବା, ପ୍ରଶ୍ନ ଉତ୍ତର ପାଇଁ ସରକାରୀ କଳ ଲାଗି ପଡିଥାଏ । ପଞ୍ଚାୟତରୁ ଆରମ୍ଭ କରି ରାଜ୍ୟ ପ୍ରଶାସନ ଏହି ପ୍ରକ୍ରିୟାରେ ସାମିଲ ହୋଇଥାନ୍ତି । ସାଧାରଣ ଲୋକଙ୍କ କାମ ମଧ୍ୟ ଏହା ଦ୍ବାରା ବିଳମ୍ବ ହୁଏ । ସରକାରୀ ଖର୍ଚ୍ଚ ମଧ୍ୟ ବଢେ ।

ଏନେଇ ଶାସକ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି ଯେ, ସ୍ବାଭାବିକ ଭାବେ ସବୁବେଳେ ବିରୋଧୀଙ୍କ ଗଠନମୂଳକ ସହଯୋଗ ଶାସକ ଦଳ ଆଶା କରେ । ଏଥର ମଧ୍ୟ ସେଇୟା ଆଶା କରିବୁ । ବିଧାନସଭା ଚଲେଇବାରେ ବିରୋଧୀ ଦଳର ବଡ ଭୂମିକା ଥାଏ । ବିରୋଧୀ ଯେମିତି ସହଯୋଗ କରିବା କଥା, ତାହା କରିନଥିବା ଅତୀତରେ ଅନେକ ଉଦାହରଣ ରହିଛି । ରାଜ୍ୟବାସୀଙ୍କ ବୃହତର ସ୍ଵାର୍ଥ ଦୃଷ୍ଟିରୁ ବହୁବିଧ ସମସ୍ୟାର ସମାଧାନର ପ୍ରକୋଷ୍ଠ ହେଉଛି ବିଧାନସଭା । ଏ କ୍ୟାଲେଣ୍ଡର ବର୍ଷର ଶେଷ ଅଧିବେଶନ ଏଇଟା । ଆଶା କରୁଛୁ ବିଧାନସଭା ଭଲ ଚାଲିବ ।

ଶାସକ ଦଳ ହିସାବରେ ରାଜ୍ୟ ସରକାର ସବୁ ଯୋଜନା କରୁଛନ୍ତି । ଆଇନ ଶୃଙ୍ଖଳା ବ୍ୟବସ୍ଥା ଠାରୁ ଆରମ୍ଭ କରି ସମସ୍ତ ଯୋଜନାର ରୂପରେଖ ଓ ଏହାର କାର୍ଯ୍ୟକାରିତାକୁ ଆଖି ଆଗରେ ରଖି ଶାସକ ଦଳ ସବୁବେଳେ ବିରୋଧୀ ଦଳକୁ ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଥାଏ । ବିଜୁ ଜନତା ଦଳ ବିକାଶର ବାର୍ତ୍ତା ନେଇ ସବୁବେଳେ ଯାଉଛି । ବିଧାନସଭାରେ ସେ କଥା କାର୍ଯ୍ୟକାରୀ ହେବ କେମିତି ତାହା ଉପରେ ଆଲୋଚନା ହେଉଛି । ସବୁ ସଭ୍ୟ ଓ ସଭ୍ୟାଙ୍କ ମତାମତ ଲୋଡ଼ା ଯାଉଛି । ସେଥିରେ ବିରୋଧୀ ଦଳକୁ ପ୍ରାଧାନ୍ୟ ଦେଇ ଆସୁଛୁ । ଏଥର ମଧ୍ୟ ଦେବୁ ।

ସେହିପରି ବିଜେପି ବିଧାୟକ ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ନଭେମ୍ବର 21ରୁ ବିଧାନସଭା ଆରମ୍ଭ ହେଉଛି । ଲୋଇସିଙ୍ଗା ସମେତ ସାରା ରାଜ୍ୟର ଲୋକ ମୋତେ ନିଜର ସମସ୍ୟା ବାବଦରେ ସୋସିଆଲ ମିଡ଼ିଆ ଜରିଆରେ ଜଣାନ୍ତୁ । ରାଜ୍ୟ ସମ୍ବଳିତ ପ୍ରସଙ୍ଗକୁ ନେଇ ଆମେ ସରକାରଙ୍କୁ ଘେରିବୁ । ଦଳୀୟ ଚିହ୍ନ ବ୍ୟବହାର କରି ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ କରୁଛନ୍ତି । ଏହାକୁ ଆମେ ବିଧାନସଭାରେ ଉପସ୍ଥାପନ କରିବୁ । ସରକାରୀ ଖର୍ଚ୍ଚରେ ବିଜୁ ଜନତା ଦଳ ନିଜର ପ୍ରଚାର ପ୍ରସାର କରୁଛି । ସ୍କୁଲରେ ଶିକ୍ଷକ, ହସ୍ପିଟାଲରେ ଡାକ୍ତର ଓ ମଣ୍ଡିରେ ଧାନ ବିକ୍ରିର ଅବ୍ୟବସ୍ଥା ପ୍ରସଙ୍ଗ ଆସିବ । ଅପପୃଷ୍ଟିରୁ ମୃତ୍ୟୁ, ଦୁର୍ଘଟଣା ବୃଦ୍ଧି ପ୍ରସଙ୍ଗ ନେଇ ସରକାରଙ୍କୁ ଘେରିବୁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.