ETV Bharat / state

Assembly Winter Session: 21ରୁ ବିଧାନସଭା ଶୀତ ଅଧିବେଶନ

author img

By ETV Bharat Odisha Team

Published : Nov 4, 2023, 6:41 PM IST

Updated : Nov 4, 2023, 8:45 PM IST

21 ତାରିଖରୁ ବିଧାନସଭା ଶୀତକାଳୀନ ଅଧିବେଶନ । ଡିସେମ୍ବର 30 ଯାଏଁ ଚାଲିବ ଅଧିବେଶନ । ଏନେଇ ବିଧାନସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।

Assembly Winter Session: 21 ରୁ ବିଧାନସଭା ଶୀତ ଅଧିବେଶନ

ଭୁବନେଶ୍ବର: ଆସନ୍ତା 21 ତାରିଖରୁ ବିଧାନସଭା ଶୀତକାଳୀନ ଅଧିବେଶନ । ଡିସେମ୍ବର 30 ଯାଏଁ ଚାଲିବ ଅଧିବେଶନ । ଏନେଇ ବିଧାନସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଏନେଇ ବିଧାନସଭା ସଚିବ ଦାଶରଥୀ ଶତପଥୀଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ବିଧାନସଭାର ଶୀତକାଳୀନ ଅଧିବେଶନ ନଭେମ୍ବର ୨୧ରୁ ଆରମ୍ଭ ହେବ । ଏ ନେଇ ବିଧାନସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶିତ ପଇଛି । ବିଜ୍ଞପ୍ତି ଅନୁସାରେ କୁହାଯାଇଛି ଯେ, ଷୋଡ଼ଶ ବିଧାନସଭାର ଚତୁର୍ଦ୍ଦଶ ଅଧିବେଶନ ନଭେମ୍ବର ୨୧ ତାରିଖରୁ ଆରମ୍ଭ ହେବ । ଶୀତ ଅଧିବେଶନ ଡିସେମ୍ବର ୩୦ ତାରିଖ ଯାଏଁ ଚାଲିବ । ଅଧିବେଶନ ପାଇଁ ବିଧାନସଭା ସଚିବାଳୟ ସମସ୍ତ ବିଧାୟକଙ୍କୁ ସୂଚନା ପ୍ରଦାନ କରିଛି ।

ସମ୍ବିଧାନର ଧାରା ୧୭୪ର ଧାରା (୧)ରେ ଦିଆଯାଇଥିବା କ୍ଷମତାର ବ୍ୟବହାର କରି ରାଜ୍ୟପାଳ ଷୋଡ଼ଶ ଓଡ଼ିଶା ବିଧାନସଭାର ଚତୁର୍ଦ୍ଦଶ ଅଧିବେଶନକୁ ୨୧ ନଭେମ୍ବର ୨୦୨୩ ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ବିଧାନସଭା ଭବନରେ ବୈଠକ ପାଇଁ ଡକାଇଛନ୍ତି । ସେହି ଅନୁଯାୟୀ ଓଡ଼ିଶା ବିଧାନସଭାର ଅଧିବେଶନରେ ଯୋଗ ଦେବାକୁ ଗୃହର ସମସ୍ତ ସଦସ୍ୟଙ୍କୁ ଅନୁରୋଧ କରାଯାଇଛି।ଏହି ଅଧିବେଶନର ମୁଖ୍ୟ ଆକର୍ଷଣ ସାଜିବେ ନୂଆ ରାଜ୍ୟପାଳ ରଘୁବର ଦାସ । ରାଜ୍ୟପାଳ ଭାବେ ଶପଥ ନେବା ପରେ ପ୍ରଥମ ଥର ପାଇଁ ରଘୁବର ଦାସଙ୍କ ସଭାପତିତ୍ବରେ ବିଧାନସଭା ଅଧିବେଶନ ବସିବାକୁ ଯାଉଛି । ୨୦୨୪ରେ ରାଜ୍ୟ ସାଧାରଣ ନିର୍ବାଚନକୁ ଯିବା ପୂର୍ବରୁ ଶୀତକାଳୀନ ଅଧିବେଶନ ବିଧାନସଭାର ଶେଷ ଅଧିବେଶନ ହୋଇପାରେ । ବିଧାନସଭାର ମୌସୁମୀ ଅଧିବେଶନ ସମୟରେ ବିରୋଧୀଙ୍କ ହଟ୍ଟଗୋଳ ପାଇଁ ଗୃହ ଅଧାଦିନ ମୁଲତବୀ ରହିଥିଲା । ଅକ୍ଟୋବର ୪ ତାରିଖରେ ନିର୍ଦ୍ଧାରିତ ସମୟର ଗୋଟିଏ ଦିନ ପୂର୍ବରୁ ମୌସୁମୀ ଅଧିବେଶନ ଶେଷ ହୋଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 4, 2023, 8:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.