ETV Bharat / state

Odisha Assembly: ମେକ ଇନ ଓଡ଼ିଶା ଜରିଆରେ ହେବ ରାଜ୍ୟ ପର୍ଯ୍ୟଟନର ବିକାଶ

author img

By

Published : Nov 26, 2022, 12:31 PM IST

Updated : Nov 26, 2022, 12:56 PM IST

ବିଧାନସଭା ଶୀତକାଳୀନ ଅଧିବେଶର ତୃତୀୟ ଦିନ । 122 ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ଅନୁମୋଦନ ପାଇଥିବା ଅଶ୍ୱିନୀ ପାତ୍ର ସୂଚନା ଦେଇଛନ୍ତି । ଅଧିକ ପଢ଼ନ୍ତୁ

odisha assembly session tourism minister said on tourism development
Odisha Assembly: ମେକ ଇନ ଓଡ଼ିଶା ଜରିଆରେ ରାଜ୍ୟ ପର୍ଯ୍ୟଟନର ବିକାଶ

ଭୁବନେଶ୍ବର: ପର୍ଯ୍ୟଟନର ବିକାଶ ଲାଗି ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । 122 ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ଅନୁମୋଦନ ପାଇଛି । ଆଜି ବିଧାନସଭା ଶୀତକାଳୀନ ଅଧିବେଶର ତୃତୀୟ ଦିନରେ ପ୍ରଶ୍ନକାଳରେ ସୂଚନା ଦେଇଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର । କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର ।

ମେକ ଇନ ଓଡ଼ିଶା ଜରିଆରେ ହେବ ରାଜ୍ୟ ପର୍ଯ୍ୟଟନର ବିକାଶ

ମନ୍ତ୍ରୀ କହିଛନ୍ତି ଯେ, "2016 ଓ 2018 ବର୍ଷରେ ମେକ ଇନ ଓଡ଼ିଶା କନକ୍ଲେଭକୁ ସଫଳତା ମିଳିଛି । ଏଥି ପାଇଁ ପୁଣି 2022ରେ ମେକ ଇନ ଓଡ଼ିଶା କନକ୍ଲେଭ ହେଉଛି । 2016 ମେକ ଇନ ଓଡ଼ିଶାରେ single window clearance ଜରିଆରେ 122 ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ଅନୁମୋଦନ ପାଇଥିଲା ।" ଏଥିରେ 5 ତାରକା ହୋଟେଲ, ମୋଟେଲ, ରିସର୍ଟ, ୱାଟର ପାର୍କ, ହାଉସ ବୋଟ ପରି ସୁବିଧା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Nov 26, 2022, 12:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.