ETV Bharat / state

ରାଜଧାନୀରେ ଅଲୋଡ଼ା ହେଲା ଶିଶୁକନ୍ୟା, ନନ୍ଦନକାନନ ସାମ୍ନାରୁ ନବଜାତ ଉଦ୍ଧାର

author img

By

Published : Jul 19, 2023, 3:47 PM IST

Updated : Jul 19, 2023, 4:24 PM IST

ରାଜଧାନୀରେ ଅଲୋଡ଼ା ହେଲା ଶିଶୁକନ୍ଯା । ନନ୍ଦନକାନନ ଥାନା ସାମ୍ନାରେ ଥିବା ଏକ ବ୍ରିଜ ତଳୁ ବସ୍ତାରେ ବନ୍ଧା ହୋଇଥିବା ଅବସ୍ଥାରେ ନବଜାତ ଶିଶୁକନ୍ୟା ଉଦ୍ଧାର । ଅଧିକ ପଢ଼ନ୍ତୁ

new born baby rescued
ନବଜାତ ଶିଶୁକନ୍ୟା ଉଦ୍ଧାର

ଭୁବନେଶ୍ବର: ମରିଗଲା ମାନବିକତା, ନବଜାତ ଶିଶୁକୁ ବସ୍ତା ବାନ୍ଧି ଫିଙ୍ଗିଦେଲା ମାଆ । ଭୁବନେଶ୍ବର ନନ୍ଦନକାନନ ଥାନା ସମ୍ମୁଖରୁ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି । ଜନ୍ମ ହେବା ପରେ ଶିଶୁକୁ ଆଣି କେହି ଫିଙ୍ଗିଦେଇଥିବା ଜଣାପଡ଼ିଛି । ସ୍ଥାନୀୟ ପୋଲିସ ଦ୍ବାରା ଶିଶୁକୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ପରେ ଏକ ଅନାଥ ଆଶ୍ରମକୁ ହସ୍ତାନ୍ତର କରାଯାଇଛି ।

ସୂଚନା ଅନୁଯାୟୀ, ସକାଳେ ନନ୍ଦନକାନନ ଥାନା ସମ୍ମୁଖରେ ଥିବା ଏକ ବ୍ରିଜ ତଳୁ ଶିଶୁର କାନ୍ଦିବା ଶବ୍ଦ ଶୁଭିଥିଲା । ସ୍ଥାନୀୟ ଲୋକେ ଛୋଟ ଛୁଆ କାନ୍ଦୁଥିବା ଭାବି ଧ୍ୟାନ ଦେଇନଥିଲେ । ହେଲେ କିଛି ସମୟ ପରେ ଛୁଆଟି ଜୋରରେ କାନ୍ଦିବା ଶୁଣିଥିଲେ ଏବଂ ପାଖରେ କିଛି କୁକୁର ମଧ୍ୟ ଭୋକୁଥିଲେ । ସ୍ଥାନୀୟ ରଘୁନାଥପୁର ଅଞ୍ଚଳର କିଛି ଲୋକ ବ୍ରିଜ ତଳକୁ ଯାଇ ଦେଖିଲା ବେଳକୁ ଏକ ଜରି ବସ୍ତା ଭିତରେ ବନ୍ଧା ହୋଇଛି ଶିଶୁକନ୍ୟା । ତାର‌ ଅନ୍ତନାଡି ଲାଗିଥିବା ବେଳେ ସେହି ଅବସ୍ଥାରେ କେହି ବ୍ରିଜ ତଳେ ଫିଙ୍ଗିଦେଇଥିବା ଜାଣିବାକୁ ପାଇଲେ । ନନ୍ଦନକାନନ ଥାନା ପୋଲିସ ସହାୟତାରେ ଶିଶୁକନ୍ୟାକୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଥିବାରୁ ତାକୁ ପତିତ ଉଦ୍ଧାର କେନ୍ଦ୍ରକୁ ହସ୍ତାନ୍ତର କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: ମେରୁଦଣ୍ଡ ସମସ୍ୟା ପାଇଁ ପର କଲେ ପରିବାର, ପୋଖରୀ ହୁଡ଼ାରୁ ନବଜାତ ଶିଶୁ ଉଦ୍ଧାର

ଚାଇଲ୍ଡଲାଇନ ଓ ନନ୍ଦନକାନନ ଥାନା ପୋଲିସ ଏହି ଘଟଣାର ତଦନ୍ତ କରୁଛନ୍ତି । କେଉଁଠୁ ଶିଶୁ ଆସିଲା, କିଏ ଫିଙ୍ଗିଲା ଏବଂ ଶିଶୁର ପରିବାର କିଏ ସେନେଇ ତଦନ୍ତ ଚଳାଇଛି ପୋଲିସ । ତେବେ ଚଳିତ ମାସରେ ଏଇ ଘଟଣା ପ୍ରଥମ ନୁହେଁ ଏହା ପୁର୍ବରୁ ମଧ୍ୟ ସହିଦନଗର ଥାନା ଅଞ୍ଚଳ ଆଚାର୍ଯ୍ୟବିହାର ପାଖରୁ ଏକ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଥିଲା । ଜଣେ ମହିଳା ଅଟୋରେ ଆସି ଶିଶୁକୁ ରାସ୍ତାରେ ଫିଙ୍ଗିଦେଇ ଚାଲିଯାଇଥିଲେ । ପରେ ଅନ୍ୟ ଜଣେ ମହିଳା ଉଦ୍ଧାର କରିଥିଲେ । ଚାଇଲ୍ଡଲାଇନ ଓ ପୋଲିସ ପହଞ୍ଚି ମହିଳାଙ୍କଠାରୁ ଶିଶୁକୁ ଉଦ୍ଧାର କରି ପତିତ ଉଦ୍ଧାର କେନ୍ଦ୍ରରେ ରଖିଥିଲେ । ତେବେ ଏଭଳି ମାନସିକତା କାହିଁକି ବଢୁଛି । ଏ ଦିଗରେ‌ କାମ କରୁଥିବା ସଂସ୍ଥା କଣ ପଦକ୍ଷେପ ନେଉଛନ୍ତି । OSCPCR ଏନେଇ କଣ ପଦକ୍ଷେପ ନେଇଛନ୍ତି । ଯାହା ଏବେ ବଡ଼ ପ୍ରଶ୍ନ ସୃଷ୍ଟି କରିଛି । ଗୋଟିଏ ପରେ ଗୋଟିଏ ଶିଶୁକନ୍ୟା ରାସ୍ତାକଡ଼ରୁ ଅଳିଆ ଗଦାରୁ ଉଦ୍ଧାର ହେବା ରାଜ୍ୟର ଛବି ଖରାପ ହେଉଛି । ତେଣୁ ଶିଶୁ ଓ ମହିଳା ସୁରକ୍ଷା ବିଭାଗ ଏଦିଗରେ ବିହିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Jul 19, 2023, 4:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.