ETV Bharat / city

ମେରୁଦଣ୍ଡ ସମସ୍ୟା ପାଇଁ ପର କଲେ ପରିବାର, ପୋଖରୀ ହୁଡ଼ାରୁ ନବଜାତ ଶିଶୁ ଉଦ୍ଧାର

author img

By

Published : Oct 14, 2022, 1:51 PM IST

ଭୁବନେଶ୍ବର ଉପକଣ୍ଠ ଚାନ୍ଦକା ଥାନା ଅନ୍ତର୍ଗତ ଗିରିଙ୍ଗାପୁଟ ଗ୍ରାମ ପୋଖରୀ ନିକଟରୁ ଅପରିତ୍ୟକ୍ତ ଅବସ୍ଥାରେ ଶିଶୁକନ୍ୟା ଉଦ୍ଧାର । ଅଧିକ ପଢ଼ନ୍ତୁ

newborn baby rescued from chandaka bhubaneswar
ମେରୁଦଣ୍ଡ ସମସ୍ୟା ଥିବାରୁ ଫିଙ୍ଗିଦେଲେ ବାପାମାଆ, ପୋଖରୀ ହୁଡ଼ାରୁ ନବଜାତ ଶିଶୁ ଉଦ୍ଧାର

ଭୁବନେଶ୍ବର: ପୁଣି ଅଲୋଡା ହେଲା ନବଜାତ ଶିଶୁକନ୍ୟା । ଭୁବନେଶ୍ବର ଉପକଣ୍ଠ ଚନ୍ଦକା ଥାନା ଅନ୍ତର୍ଗତ ଗିରିଙ୍ଗାପୁଟ ଗ୍ରାମରେ ଥିବା ପୋଖରୀ ନିକଟରୁ ଏକ ନବଜାତ ଶିଶୁ କନ୍ୟା ଉଦ୍ଧାର ହୋଇଛି । ଶିଶୁ କନ୍ୟାଟି ପରିତ୍ୟକ୍ତ ଅବସ୍ଥାରେ ମିଳିଛି । ଉଦ୍ଧାର ଶିଶୁକୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ପୋଖରୀ ହୁଡ଼ାରୁ ନବଜାତ ଶିଶୁ ଉଦ୍ଧାର

ଉଦ୍ଧାର ହୋଇଥିବା ଶିଶୁର ମେରୁଦଣ୍ଡରେ ସମସ୍ୟା ଦେଖାଦେଇଛି । ପ୍ରାଥମିକ ଚିକିତ୍ସା ପାଇଁ ମେଣ୍ଢାଶାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଚନ୍ଦକା ପୋଲିସ ପକ୍ଷରୁ ଚାଇଲ୍ଡ ଲାଇନକୁ ଏନେଇ ରିପୋର୍ଟ କରାଯାଇଛି । ସ୍ବାସ୍ଥ୍ୟ ବ୍ୟବସ୍ଥା ଗୁରୁତର ହେବାରୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏକକାଳୀନ 5ଟି ସ୍ଥାନରେ ଚଢାଉ

ଏନେଇ ଚାଇଲ୍ଡ ଲାଇନ ନିର୍ଦ୍ଦେଶକ କହିଛନ୍ତି, " ଶିଶୁଟିର ସ୍ବାସ୍ଥ୍ୟବସ୍ଥା ଭଲ ନାହିଁ । ବର୍ତ୍ତମାନ ତାର ଚିକିତ୍ସା ଜାରି ରହିଛି । ୧୭ ତାରିଖରେ ଏକ ଅସ୍ତ୍ରୋପଚାର କରାଯିବାକୁ ଯୋଜନା କରାଯାଇଛି ।" ଏନେଇ ଅତିରିକ୍ତ ଶିଶୁକଲ୍ୟାଣ ସମିତି, ଖୋର୍ଦ୍ଧା DCPO, DCP, ଚନ୍ଦକା IICଙ୍କୁ ଲିଖିତ ଆକାରରେ ସୂଚନା ଦିଆଯାଇଥିବା ଚାଇଲ୍ଡ ଲାଇନ ନିର୍ଦ୍ଦେଶକ ବେଣୁଧର ସେନାପତି କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.