ETV Bharat / state

Mission Indradhanush: 11ରୁ ମିଶନ ଇନ୍ଦ୍ରଧନୁଷ, ୫ ବର୍ଷରୁ କମ ବୟସ ପିଲା ଓ ପ୍ରସୂତି ଟୀକାକରଣ ଲକ୍ଷ୍ୟ

author img

By ETV Bharat Odisha Team

Published : Sep 9, 2023, 7:38 AM IST

ସେପ୍ଟେମ୍ବର ୧୧ରୁ ମିଶନ ଇନ୍ଦ୍ରଧନୁଷ ଡ୍ରାଇଭ । ଏହି ଡ୍ରାଇଭରେ ୫ ବର୍ଷରୁ କମ ବୟସ ପିଲା ଏବଂ ପ୍ରସୂତି ମହିଳାଙ୍କୁ ଟୀକାକରଣ କରିବା ଲକ୍ଷ୍ୟ ରଖାଯାଇଛି । ଅଧିକ ପଢ଼ନ୍ତୁ

ମିଶନ ଇନ୍ଦ୍ରଧନୁଷ
ମିଶନ ଇନ୍ଦ୍ରଧନୁଷ

ମିଶନ ଇନ୍ଦ୍ରଧନୁଷ

ଭୁବନେଶ୍ବର: ଆରମ୍ଭ ହେବାକୁ ଯାଉଛି ମିଶନ ଇନ୍ଦ୍ରଧନୁଷ ଡ୍ରାଇଭ । ଏହା ଚଳିତ ମାସ ୧୧ରୁ ଆରମ୍ଭ ହେବ। ଏହି ଡ୍ରାଇଭ ମାଧ୍ୟମରେ ୫ ବର୍ଷରୁ କମ ବୟସର ପିଲା ଏବଂ ପ୍ରସୂତି ମହିଳାଙ୍କୁ ଟୀକାକରଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ତେବେ ଯେ କୌଣସି ଟିକାରୁ ବଞ୍ଚିତ ସମସ୍ତ ହିତାଧିକାରୀଙ୍କୁ ଏହି ଟୀକାକରଣ କରାଯିବ । ରାଜ୍ୟର ସମସ୍ତ ଜିଲ୍ଲାରେ ହେବ ଟୀକାକରଣ । ଏନେଇ U-WIN ଡିଜିଟାଲ ପୋର୍ଟାଲରେ ପଞ୍ଜୀକରଣ କରାଯିବ।

ତେବେ ଏହି ମିଶନ ଇନ୍ଦ୍ରଧନୁଷ ଡ୍ରାଇଭରେ ପୂର୍ବରୁ ୨ ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ଟୀକାକରଣ କରାଯାଉଥିବା ବେଳେ ଏବେ ୫ ବର୍ଷରୁ କମ ପିଲାଙ୍କୁ ଟୀକାକରଣ ପାଇଁ ବ୍ୟବସ୍ଥା କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ସେପ୍ଟେମ୍ବର ୧୧ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଟୀକାକରଣ କରାଯିବ । ସେହିପରି ଦ୍ଵିତୀୟ ପର୍ଯ୍ୟାୟରେ ଅକ୍ଟୋବର ୯ ତାରିଖ ରୁ ୧୪ ତାରିଖ ଓ ତୃତୀୟ ପର୍ଯ୍ୟାୟରେ ନଭେମ୍ୱର ମାସରେ ୬ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଟୀକାକରଣ କରାଯିବ । ତେବେ ସପ୍ତାହକୁ ୬ ଦିନ ଏହି ଟୀକାକରଣ ହେବ । ଯେକୌଣସି ଡୋଜ ବାକି ଥିଲେ ମଧ୍ୟ ସମସ୍ତଙ୍କୁ ଅନ୍ତର୍ଭୁକ୍ତ କରାଯିବ । ଏନେଇ ଜିଲ୍ଲା ପ୍ରଶାସନକୁ ଅବଗତ କରିଛି ସ୍ବାସ୍ଥ୍ୟ ବିଭାଗ।

ଏହା ମଧ୍ୟ ପଢ଼ନ୍ତୁ...Mission indradhanush: ସେପ୍ଟେମ୍ବର ୧୧ରୁ ମିଶନ ଇନ୍ଦ୍ରଧନୁଷ ଅଭିଯାନ ୫.୦

ସେପଟେ ଦେଶରେ ଟୀକାକରଣ କ୍ଷେତ୍ରରେ ଓଡ଼ିଶା ପ୍ରଥମ ରହିଛି । ୨୦୧୯- ୨୦୨୧ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ-5 ରିପୋର୍ଟ ଅନୁସାରେ ୯୦.୫ ପ୍ରତିଶତ ଟୀକାକରଣ ହୋଇଛି । ଜାତୀୟ ହାର ୭୬ ଥିବା ବେଳେ ଓଡ଼ିଶାରେ ଅଧିକ ରହିଛି ଟୀକାକରଣ ହାର । ୨୦ଟି ଜିଲ୍ଲାରେ ୯୦ ପ୍ରତିଶତ ଉପରେ ହୋଇଛି ଟୀକାକରଣ। ସହରର ବସ୍ତି ଅଞ୍ଚଳ, ଆଦିବାସୀ ଲୋକେ, ଅପହଞ୍ଚ ଅଞ୍ଚଳ ଉପରେ ଫୋକସ କରାଯାଇଛି । ହିତାଧିକାରୀଙ୍କୁ ଚିହ୍ନଟ ପାଇଁ ଘରକୁ ଘର ବୁଲି ସର୍ଭେ କରାଯାଇଥିଲା । ସର୍ଭେ ଅନୁସାରେ ୧ ଲକ୍ଷ ୪ ହଜାର ୨୬୧ ଜଣ ୫ ବର୍ଷରୁ କମ ପିଲା ଓ ୧୯ ହଜାର ୮୯୬ ଜଣ ପ୍ରସୂତି ମହିଳା ଟୀକାକରଣରୁ ବଞ୍ଚିତ ହୋଇଛନ୍ତି । ତେବେ ସର୍ଭେ ଅନୁସାରେ, ନବରଙ୍ଗପୁର ଜିଲ୍ଲାରେ ଅଧିକ ହିତାଧିକାରୀ ଟୀକାକରଣରୁ ବଞ୍ଚିତ ହୋଇଛନ୍ତି ।

୨୦୧୫ରୁ ମିଶନ ଇନ୍ଦ୍ରଧନୁଷ ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ସୁଧା ୧୦ ରାଉଣ୍ଡ କରାଯାଇଛି । ଏହି ଟିକା ୧୨ଟି ରୋଗରୁ ରକ୍ଷା କରି ପାରୁଛି । ଏହା ଦ୍ବାରା ଶିଶୁ ମୃତ୍ୟୁହାର ମଧ୍ୟ ହ୍ରାସ ପାଉଛି । ତେଣୁ ଏହି ଡ୍ରାଇଭରେ ସାମିଲ ହେବାକୁ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆହ୍ବାନ ଦିଆଯାଇଛି । ଏହାସହ ୟୁନିସେଫର ସାମାଜିକ ଓ ସ୍ଵାଭାବ ପରିବର୍ତ୍ତନର ବିଶେଷଜ୍ଞ ସୁଗତ ରାଏ କହିଛନ୍ତି ଯେ, ସମାଜରେ ଟୀକା ପ୍ରତି ଥିବା ନିରୋଧାଭାବକୁ ପ୍ରଭାବିତ କରୁଥିବା କାରଣ ଗୁଡିକୁ ବୁଝିବା ପାଇଁ ଏକ ବ୍ୟବସ୍ଥିତ ପଦ୍ଧତିର ଆବଶ୍ୟକତା ରହିଛି । ଟିକା ଗୁଡିକର ଲାଭ ବିଷୟରେ ଜ୍ଞାନ ଅଭାବ ହେତୁ ଶିଶୁମାନେ ଓ ଗର୍ଭବତୀ ମାନେ ଟୀକାକରଣରେ ଭାଗ ନେଇ ପାରୁନାହାନ୍ତି । ପରିବାରମାନଙ୍କୁ ସଚେତନ କରିବା ସଙ୍ଗେ ସଙ୍ଗେ ଟୀକାକରଣ ପାଇଁ ଉତ୍ସାହିତ କରିବା ଦିଗରେ କାର୍ଯ୍ୟ କରାଯାଉଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.