ETV Bharat / state

Matric Exam: ଦୁଇଟି ପରୀକ୍ଷା ମଝିରେ ନାହିଁ ବ୍ୟବଧାନ, ଚିନ୍ତାରେ ଛାତ୍ରଛାତ୍ରୀ

author img

By

Published : Jan 7, 2023, 1:48 PM IST

Matric Exam
ମାଟ୍ରିକ ପରୀକ୍ଷା

ମାଟ୍ରିକ ପରୀକ୍ଷା ମଝିରେ ନାହିଁ ବ୍ୟବଧାନ । ମୁଖ୍ୟ ବିଷୟ ମଝିରେ ବ୍ୟବଧାନ ନଥିବାରୁ ରିଭିଜନ ହେବାରେ ସମସ୍ୟା ନେଇ ଚାପରେ ଚିନ୍ତାରେ ଛାତ୍ରଛାତ୍ରୀ । ଅଧିକ ପଢ଼ନ୍ତୁ

ଦୁଇଟି ପରୀକ୍ଷା ମଝିରେ ନାହିଁ ଗ୍ଯାପ

ଭୁବନେଶ୍ବର: ଚଳିତ ବର୍ଷ ମାର୍ଚ୍ଚ ମାସ 10 ତାରିଖରେ ହେବ ଦଶମ ପରୀକ୍ଷା (Matric Exam 2023) । ଏନେଇ ବିଧିବଦ୍ଧ ଭାବରେ ତାରିଖ ଘୋଷଣା କରାଯାଇଛି । ତେବେ ପରୀକ୍ଷାକୁ ନେଇ ଚିନ୍ତାରେ ରହିଛନ୍ତି ଛାତ୍ରଛାତ୍ରୀ । ରାଜ୍ୟରେ ମାର୍ଚ୍ଚ 10 ତାରିଖରୁ ପରୀକ୍ଷା ଆରମ୍ଭ ହୋଇ 17 ତାରିଖରେ ପରୀକ୍ଷା ଶେଷ ହେଉଛି । ଏଥି ମଧ୍ୟରେ କୌଣସି ବ୍ୟବଧାନ ନାହିଁ । ମଝିରେ ଏକ ରବିବାର ପଡୁଥିବାରୁ ମୁଖ୍ୟ ବିଷୟ ପରୀକ୍ଷା ପୂର୍ବରୁ ଗୋଟିଏ ବା ଦୁଇ ଦିନ ପରେ ପରୀକ୍ଷା ହେବା ଆବଶ୍ୟକ । ଯେଭଳି ବିଜ୍ଞାନ, ଗଣିତ, ଇଂରାଜୀ ଭାଷା ପରୀକ୍ଷା ପୂର୍ବରୁ ବ୍ୟବଧାନ ରହିବା ଆବଶ୍ୟକ । ଯାହା ଫଳରେ ପିଲାମାନେ ପରୀକ୍ଷା ପୂର୍ବରୁ ଭଲ ଭାବରେ ରିଭିଜନ କରିପାରିବେ । କିନ୍ତୁ ସବୁ ଦିନ ପରୀକ୍ଷା ରହିଥିବାରୁ ଚାପରେ ରହିଛନ୍ତି ଛାତ୍ରଛାତ୍ରୀ ।

ଏହା ମଧ୍ୟ ପଢ଼ନ୍ତୁ: ଟ୍ରେନରେ ବେଆଇନ ସିଟ ଦଖଲ, ଯାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା RPF

ଏହା ଦ୍ବାରା ପରୀକ୍ଷାରେ ଖରାପ ହେବା ସହ ରେଜଲ୍ଟ ମଧ୍ୟ ଭଲ ପଦର୍ଶନ ହୋଇନପାରେ ବୋଲି ଛାତ୍ରଛାତ୍ରୀ କହିଛନ୍ତି । ଏପଟେ ଅଭିଭାବକ ମହାସଂଘ କହିଛନ୍ତି ଯେ, "ଦଶମ ପରୀକ୍ଷାକୁ ନେଇ ସ୍ଵାଗତ କରାଯାଉଛି । ଯେଭଳି ଭାବରେ ପିଲାମାନେ ଚାପ ମୁକ୍ତ ହୋଇ ପରୀକ୍ଷା ଦେବେ ସେନେଇ ପିଲାମାନଙ୍କୁ ପରାମର୍ଶ ଦିଆଯାଉଛି ।" ଅନ୍ୟପଟେ ଜଣେ ଶିକ୍ଷକ କହିଛନ୍ତି ଯେ, "ସ୍କୁଲରେ ସମସ୍ତ କୋର୍ସ ସରିଛି । ପିଲାମାନଙ୍କୁ ରିଭିଜନ କରାଯାଉଛି । ହେଲେ ଗୋଟିଏ ପରୀକ୍ଷାରୁ ଆଉ ଗୋଟିଏ ପରୀକ୍ଷାର ଦିନ ମଧ୍ୟରେ ଗ୍ୟାପ ରଖାଯାଇଥିଲେ ପିଲାମାନେ ଆହୁରି ଭଲ ପ୍ରଦର୍ଶନ କରିଥାନ୍ତେ ।"

ଏହା ମଧ୍ୟ ପଢ଼ନ୍ତୁ: Matric exam 2023: ମାର୍ଚ୍ଚ ୧୦ରୁ ମାଟ୍ରିକ ପରୀକ୍ଷା

ସୂଚନା ଅନୁଯାୟୀ, ଚଳିତ ବର୍ଷ ମାର୍ଚ୍ଚ ୧୦ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ମାର୍ଚ୍ଚ ୧୦ରୁ ଆରମ୍ଭ ହୋଇ ମାର୍ଚ୍ଚ ୧୭ ପର୍ଯ୍ୟନ୍ତ ହେବ ମାଟ୍ରିକ ପରୀକ୍ଷା । ରାଜ୍ୟର ୫ ଲକ୍ଷ ୪୩ ହଜାର ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଉଥିବା ବେଳେ ୩୦୨୯ ଟି କେନ୍ଦ୍ରରେ ପରୀକ୍ଷା ହେବେ ବୋଲି ସୂଚନା ମିଳିଛି । ସେହିପରି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (CBSE) ଅଧୀନ ଦଶମ ଛାତ୍ରଛାତ୍ରୀଙ୍କ ବୋର୍ଡ ପରୀକ୍ଷା ଫେବ୍ରୁଆରୀ ୧୫ରୁ ହେବ । କାଉନସିଲ୍‌ ଅଫ୍‌ ଇଣ୍ଡିଆନ୍‌ ସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷା (CISCE) ଅଧୀନ ଦଶମ ପରୀକ୍ଷା ଫେବ୍ରୁଆରୀ ୨୭ରୁ ହେବ । ମାତ୍ର ଓଡ଼ିଶାର ମାଧ୍ୟମିକ ଶିକ୍ଷା ପରିଷଦ (BSE) ଅଧୀନରେ ପଢ଼ୁଥିବା ସାଢ଼େ ୫ ଲକ୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା କେବେ ହେବ ସେ ନେଇ ଚର୍ଚ୍ଚା ଚାଲିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.