ETV Bharat / state

Matric exam 2023: ମାର୍ଚ୍ଚ ୧୦ରୁ ମାଟ୍ରିକ ପରୀକ୍ଷା

author img

By

Published : Jan 5, 2023, 1:48 PM IST

Updated : Jan 5, 2023, 5:19 PM IST

ମାର୍ଚ୍ଚ ୧୦ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ବୋର୍ଡ କର୍ତ୍ତୃପକ୍ଷ । ଅଧିକ ପଢନ୍ତୁ

matric summative examination
matric summative examination

ମାର୍ଚ୍ଚ ୧୦ରୁ ମାଟ୍ରିକ ପରୀକ୍ଷା

କଟକ: ଘୋଷଣା ହେଲା ମାଟ୍ରିକ ସମ୍ମେଟିଭ ପରୀକ୍ଷା ତାରିଖ । ମାର୍ଚ୍ଚ ୧୦ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ମାର୍ଚ୍ଚ ୧୦ରୁ ୧୭ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ହେବା ନେଇ ବୋର୍ଡ କର୍ତ୍ତୃପକ୍ଷ ସୂଚନା ପ୍ରଦାନ କରିଛନ୍ତି । ମଧ୍ୟମା ଓ ଓପନ ସ୍କୁଲର ପରୀକ୍ଷା ମଧ୍ୟ ସେହି ସମୟ ମଧ୍ୟରେ କରାଯିବ । ଭୋକେସନାଲ ଟ୍ରେଡର ପ୍ରାକ୍ଟିକାଲ ପରୀକ୍ଷା ଫେବୃଆରୀ ୧୫ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ହେବ । ନିଜ ସ୍କୁଲରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ରେଗୁଲାର ଓ ଏକ୍ସ ରେଗୁଲାର ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଶ୍ନପତ୍ର ସମାନ ରହିବ ।

ଚଳିତ ବର୍ଷ ୫ ଲକ୍ଷ ୩୨ ହଜାର ୭୧୨ ଜଣ ପରୀକ୍ଷାର୍ଥୀ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ପାଇଁ ଫର୍ମ ପିଲିଫ କରିଥିଲେ । ୩୦୨୯ଟି କେନ୍ଦ୍ରରେ ପରୀକ୍ଷା ଦେବେ ମାଟ୍ରିକ ପରୀକ୍ଷାର୍ଥୀ । ଏଥିପାଇଁ ୩୧୬ଟି ନୋଡାଲ ସେଣ୍ଟର କରିଛି ବୋର୍ଡ । ମାଓ ଅଧ୍ୟୁଷିତ ଅଞ୍ଚଳରେ ୨୨ଟି ଥାନାରେ ନୋଡାଲ ସେଣ୍ଟର କରାଯାଇଛି । କନ୍ଧମାଳରେ ୭ଟି, କୋରାପୁଟରେ ୫ଟି, ମାଲକାନାଗିରିରେ ୧୦ଟି ଥାନାରେ ନୋଡାଲ ସେଣ୍ଟର କରାଯାଇଛି । ସ୍କୁଲର ୧୦ କିମି ପରିଧି ଭିତରେ ସବୁ ସେଣ୍ଟର କରାଯାଇଥିବା ବୋର୍ଡ ପକ୍ଷରୁ କୁହାଯାଇଛି ।

ସେହିଭଳି ମଧ୍ୟମା ପାଇଁ ୨୯୧୪ ଜଣ ପରୀକ୍ଷାର୍ଥୀଙ୍କ ପାଇଁ ୧୦୮ଟି କେନ୍ଦ୍ରରେ ପରୀକ୍ଷା ଦେବାକୁ ବ୍ୟବସ୍ଥା କରାଯାଇଛି । ଓପନ ସ୍କୁଲ ପରୀକ୍ଷାରେ ୭୧୮୧ ପରୀକ୍ଷାର୍ଥୀ ୧୪୬ଟି ପରୀକ୍ଷା ସେଣ୍ଟରରେ ପରୀକ୍ଷା ଦେବେ । ସମ୍ମେଟିଭ ୧ରେ ପରୀକ୍ଷା କେନ୍ଦ୍ର ଯେଉଁଠି ଥିଲା ସମେଟିଭ ୨ ପରୀକ୍ଷା ସେହି କେନ୍ଦ୍ରରେ ହେବ । ନବମ ଶ୍ରେଣୀର ସମ୍ମେଟିଭ ୨ ପରୀକ୍ଷା ଫେବୃଆରୀ ୨୦ରୁ ଫେବୃଆରୀ ୨୫ ପର୍ଯ୍ୟନ୍ତ ଚାଲିବ ।

ନବମ ଶ୍ରେଣୀର ପରୀକ୍ଷା ଫଳ ମାର୍ଚ୍ଚ ଶେଷ ସୁଦ୍ଧା ପ୍ରକାଶ କରିବ ବୋର୍ଡ । ଆଗାମୀ ବର୍ଷର ଶିକ୍ଷା ବର୍ଷ ୨୦୨୩ ଏପ୍ରିଲରୁ ଆରମ୍ଭ କରିବାକୁ ବୋର୍ଡ ଲକ୍ଷ୍ୟ ରଖିଛି ।

ସମ୍ମେଟିଭ ପରୀକ୍ଷାର ପ୍ରଶ୍ନପତ୍ର ପାର୍ଟନ ଅନଲାଇନରେ ଉପଲବ୍ଧ ରହିଛି । ସମ୍ମେଟିଭ ୧ରେ ଯାହା ପାର୍ଟନ ରହିଥିଲା ତାହା ସମ୍ମେଟିଭ ୨ରେ ସମାନ ରହିବ । ଫର୍ମ ଫିଲପ ପାଇଁ ଖୁବଶୀଘ୍ର ନୋଟିସ ଜାରି କରାଯିବ । ସେହିପରି ନବମ ଶ୍ରେଣୀ ପରୀକ୍ଷା ପାଇଁ ତାରିଖ ଘୋଷଣା ହୋଇଛି । ଫେବୃଆରୀ ୨୦ରୁ ୨୫ ପର୍ଯ୍ୟନ୍ତ ହେବ ନବମ ଶ୍ରେଣୀ ସମ୍ମେଟିଭ ପରୀକ୍ଷା ଚାଲିବ । ଫେବୃଆରୀ ୨୨ରୁ ୨୮ ପର୍ଯ୍ୟନ୍ତ ନବମ ପରୀକ୍ଷା ମୂଲ୍ୟାୟନ ହେବ ।

ଯେଉଁ ଛାତ୍ରଛାତ୍ରୀ ସମ୍ମେଟିଭ-୧ ପରୀକ୍ଷା ଦେଇଛନ୍ତି ସେମାନେ ସମ୍ମେଟିଭ-୨ ପରୀକ୍ଷା ଦେବାକୁ ଯୋଗ୍ୟ । କିନ୍ତୁ ସମ୍ମେଟିଭ-୧ ପରୀକ୍ଷା ଦେଇ ନ ଥିବା ପିଲା ମଧ୍ୟ ସମ୍ମେଟିଭ-୨ ପରୀକ୍ଷା ଦେବାକୁ ଯୋଗ୍ୟ ବିବେଚିତ । କିନ୍ତୁ ସମେଟିଭ-୧ ପରୀକ୍ଷାର ମାର୍କ ସେମାନଙ୍କ ମାର୍କରୁ ବାଦ ପଡ଼ିବ । ଆଗାମୀ ୧୦ ଦିନ ମଧ୍ୟରେ ସମ୍ମେଟିଭ-୧ ପରୀକ୍ଷାର ଫଳ ପ୍ରକାଶ କରିବ ବୋର୍ଡ ।

ଇଟିଭି ଭାରତ, କଟକ

Last Updated :Jan 5, 2023, 5:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.