ETV Bharat / state

Fake Certificate: ଖୋର୍ଦ୍ଧାରେ ନକଲି ସାର୍ଟିଫିକେଟ କାରବାର କରି ଅଧ୍ୟାପକ ଗିରଫ

author img

By

Published : Aug 6, 2023, 10:44 AM IST

Updated : Aug 6, 2023, 10:23 PM IST

ଖୋର୍ଦ୍ଧାରେ ନକଲି ସାର୍ଟିଫିକେଟ ରାକେଟର ପର୍ଦ୍ଦାଫାସ । ୩୩ ହଜାର ଟଙ୍କାରେ ନକଲି ଯୁକ୍ତ ଦୁଇ ସାର୍ଟିଫିକେଟ ବିକ୍ରି କରି ଅଧ୍ୟାପକ ଗିରଫ । ଅଧିକ ପଢନ୍ତୁ

ଖୋର୍ଦ୍ଧାରେ ନକଲି ସାର୍ଟିଫିକେଟ କାରବାର କରି ଅଧ୍ୟାପକ ଗିରଫ
ଖୋର୍ଦ୍ଧାରେ ନକଲି ସାର୍ଟିଫିକେଟ କାରବାର କରି ଅଧ୍ୟାପକ ଗିରଫ

ଖୋର୍ଦ୍ଧାରେ ନକଲି ସାର୍ଟିଫିକେଟ କାରବାର

ଖୋର୍ଦ୍ଧା: ବାଲେଶ୍ବର ଓ ବଲାଙ୍ଗୀର ପରେ ଏବେ ଖୋର୍ଦ୍ଧାରେ ଜାଲ ସାର୍ଟିଫିକେଟ ରାକେଟ । ଯୁକ୍ତ ଦୁଇ ଛାତ୍ରଙ୍କୁ ଜାଲ ସାର୍ଟିଫିକେଟ ଦେବା ଅଭିଯୋଗରେ ଗତ ଗୁରୁବାର ଦିନ ସ୍ଥାନୀୟ କାଇପଦର ସ୍ଥିତ ଶ୍ରୀଜଗନ୍ନାଥ ମହାବିଦ୍ୟାଳୟର ଜଣେ ଆଧ୍ୟପକ ଗିରଫ ହୋଇଛନ୍ତି । ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ତପନ କୁମାର ପୃଷ୍ଟିଙ୍କୁ ସଦର ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଜାଲ୍ ସାଟିଫିକେଟ କାରବାର ସମ୍ପର୍କରେ ଦଧିମାଛଗାଡ଼ିଆ ଅଞ୍ଚଳର ଜଣେ ଛାତ୍ର ସଦର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏହାକୁ ଗୁରୁତ୍ବର ସହ ଗ୍ରହଣ କରି ତଦନ୍ତ ଆରମ୍ଭ କରିଥିଲା ।

ଜାଲ ସାର୍ଟିଫିକେଟ କାରବାର ପଛରେ ଏକ ବଡ଼ ରାକେଟ କାମ କରୁଥିବା ସନ୍ଦେହ କରି ପୋଲିସ ସମ୍ପୃକ୍ତ ଅଧ୍ୟାପକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିଥିଲା । ଏବେ ଏହି ରାକେଟର ମୁଖ୍ୟକୁ ଖୋଜୁଛି ପୋଲିସ । ସୂଚନା ଅନୁସାରେ, ଦଧିମାଛଗାଡ଼ିଆ ଗ୍ରାମର ଛାତ୍ର ଅଭିଷେକ ସାମନ୍ତରାୟ ଶ୍ରୀଜଗନ୍ନାଥ ମହାବିଦ୍ୟାଳୟ ଅଧ୍ୟୟନ କରୁଥିବା ବେଳେ +୨ ପରୀକ୍ଷାରେ ଫେଲ୍ ହୋଇଥିଲେ । ଉକ୍ତ କଲେଜରେ ରାଜନୀତି ବିଜ୍ଞାନର ଅଧ୍ୟାପକ ତପନ କୁମାର ପୃଷ୍ଟି ଅଭିଶେକଙ୍କୁ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଓପନ ସ୍କୁଲିଂ ନାମକ ମୁକ୍ତାକାଶ ବିଦ୍ୟାଳୟରୁ +୨ ପରୀକ୍ଷା ଉତ୍ତୀର୍ଣ୍ଣ ପ୍ରମାଣପତ୍ର ଦେବାକୁ ପ୍ରସ୍ତାବ ଦେଇଥିଲେ । ଏହି ସାର୍ଟିଫିକେଟ ଖଣ୍ଡକୁ ୩୦ରୁ ୪୦ ହଜାର ପଡିବ ବୋଲି କହିଥିଲେ ।

ଏହାମଧ୍ୟ ପଢନ୍ତୁ: ଢେଙ୍କାନାଳକୁ ଲମ୍ବିଛି ଜାଲ ସାର୍ଟିଫିକେଟ ଚେର, ଥାନାରେ ଅଭିଯୋଗ

ଅଭିଷେକ ସାର୍ଟିଫିକେଟ ବାବଦକୁ ଅଧ୍ୟାପକ ତପନଙ୍କୁ ୩୩ ହଜାର ଟଙ୍କା ଦେଇଥିଲେ ଏବଂ ବଦଳରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଓପନ ସ୍କୁଲିଂର ଏକ ସାର୍ଟିଫିକେଟ ପାଇଥିଲେ । ମାତ୍ର ଉକ୍ତ ସାର୍ଟିଫିକେଟକୁ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଓପନ ସ୍କୁଲିଂର ୱେବସାଇଟରେ ଯାଞ୍ଚ କରିବାରୁ ତାହା ନକଲି ହୋଇଥିବା ଜାଣିବାକୁ ପାଇଥିଲେ । ଏନେଇ ଅଭିଷେକ ସଦର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ସମ୍ପୃକ୍ତ ଅଧ୍ୟାପକଙ୍କୁ ଥାନାକୁ ଆଣି ଘଟଣାର ଖୋଳତାଡ କରିଥିଲା । ଯାହାଫଳରେ ଅଧ୍ୟାପକ ଜଣକ ଏପରି ଅନେକ ଗୁଡ଼ିଏ ଜାଲ ସାର୍ଟଫିକେଟ, ମାର୍କସିଟ, ଅର୍ଥ ନେଣଦେଣ ମାମଲାରେ ଜଡିତ ଥିବା ଜଣା ପଡିଥିଲା । ଏନେଇ ସଦର ଥାନା ପୋଲିସ ୨୨୧/୨୩ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ୪୨୦/୪୬୫/୪୬୮/୪୭୧ ଦଫାରେ କୋର୍ଟ ଚାଲାଣ କରିଥିବା ବେଳେ ଏହି ଜାଲ ସାର୍ଟିଫିକେଟ ରାକେଟର ମାଷ୍ଟର ମାଇଣ୍ଡ ପାଖରେ ପହଞ୍ଚିବା ପାଇଁ ଅଧିକ ତଦନ୍ତ ଜାରି ରଖିଛି ।

ଇଟିଭି ଭାରତ, ଖୋର୍ଦ୍ଧା

Last Updated :Aug 6, 2023, 10:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.