ETV Bharat / state

ଓଡିଶା ଭୂ ସଂସ୍କାର ଦ୍ବିତୀୟ ସଂଶୋଧନ ବିଲ ପାରିତ

author img

By ETV Bharat Odisha Team

Published : Nov 23, 2023, 11:04 PM IST

ଓଡିଶା ଭୂ ସଂସ୍କାର ଦ୍ବିତୀୟ ସଂଶୋଧନ ବିଲ ପାରିତ
ଓଡିଶା ଭୂ ସଂସ୍କାର ଦ୍ବିତୀୟ ସଂଶୋଧନ ବିଲ ପାରିତ

ଗତକାଲି ଅପରାହ୍ନରେ ଓଡ଼ିଶା ଭୂସଂସ୍କାର ଦ୍ବିତୀୟ ସଂଶୋଧନ ବିଲ ଆଗତ ହୋଇଥିଲା । ବିଲ ଆଗତ କରିଥିଲେ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି । ଆଜି ଅପରାହ୍ନରେ ବିଲ ବାବଦରେ ଗୃହରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି । ଅଧିକ ପଢନ୍ତୁ

ଭୁବନେଶ୍ବର: ବିଧାନସଭାର ଶୀତକାଳୀନ ଅଧିବେଶନର ତୃତୀୟ ଦିନରେ ଓଡ଼ିଶା ଭୂସଂସ୍କାର ଦ୍ଵିତୀୟ ସଂଶୋଧନ ବିଲ ୨୦୨୩ ପାରିତ ହୋଇଛି । ସର୍ବ ସମ୍ମତି କ୍ରମେ ବିଲ ପାରିତ ହୋଇଛି । ବିଲ ପାରିତ ହେବା ପରେ ଏଣିକି ସିକିମ ସତ୍ତା ଥିବା ଉପଚାଷୀ ଓ ଉପରୟତମାନଙ୍କୁ ମିଳିପାରିବ ଜମିର ମାଲିକାନା ।

ଗତକାଲି ଅପରାହ୍ନରେ ଓଡ଼ିଶା ଭୂସଂସ୍କାର ଦ୍ବିତୀୟ ସଂଶୋଧନ ବିଲ ଆଗତ ହୋଇଥିଲା । ବିଲ ଆଗତ କରିଥିଲେ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି । ଆଜି ଅପରାହ୍ନରେ ବିଲ ବାବଦରେ ଗୃହରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି । କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି, ବିଜେଡି ବିଧାୟକ ଭୁପିନ୍ଦର ସିଂ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ । ଏହି ଆଇନରେ ସଂଶୋଧନ ପରେ ସିକିମ ଜମି ଚାଷ କରୁଥିବା ୧୮ଟି ଜିଲ୍ଲାର ପ୍ରାୟ ତିନି ଲକ୍ଷ ଚାଷୀ ସିଧାସଳଖ ଉପକୃତ ହେବେ । ସେମାନଙ୍କୁ ଜମିର ପଟ୍ଟା ମିଳିବା ସହ ଜମିର କିଣାବିକା କରିପାରିବେ । ଗତ ଅକ୍ଟୋବର ମାସରେ କ୍ୟାବିନେଟ ବୈଠକରେ ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ମିଳିଥିଲା ।

୧୯୭୭ ପର୍ଯ୍ୟନ୍ତ ସିକିମ ଚାଷୀମାନେ କେବଳ ପାଇ ଚାଷ ଜମିର ମାଲିକାନା ପାଇଥିଲେ । ସଂଶୋଧିତ ବିଲ ଫଳରେ ଚାଷୀମାନଙ୍କୁ ଉଭୟ ଚାଷ ଜମି ଓ ବାସଗୃହର ମାଲିକାନା ମିଳିବ । ଜମିର ମାଲିକାନା ପାଇବା ପାଇଁ ୨ ବର୍ଷ ଭିତରେ ରାଜସ୍ବ ଅଧିକାରୀଙ୍କ ନିକଟରେ ଆବେଦନ କରି ମାଲିକାନା ସତ୍ତା ନେଇ ପାରିବେ । ମାଲିକାନା ପାଇବା ପାଇଁ ଆବେଦନକାରୀଙ୍କୁ ଏକର ପିଛା ୧୪,୨୦୦ ଟଙ୍କା କ୍ଷତିପୂରଣ ଦେବାକୁ ପଡ଼ିବ । ପୂର୍ବରୁ କେବଳ ଚାଷ ଜମିରେ ଏହି ବ୍ୟବସ୍ଥା ଥିବା ବେଳେ ଏବେ ଘରବାଡ଼ି ଜମିରେ ବି ଲାଗୁ ହେବ ।

ଅଧିକ ପଢନ୍ତୁ- Assembly News: ଶୀତକାଳୀନ ଅଧିବେଶନର ସପ୍ତମ ଦିନ, ଠିକା ନିଯୁକ୍ତି ନେଇ ସରଗରମ ଆଲୋଚନା

ଗତକାଲି ବିଧାନସଭାରେ ବିଭାଗୀୟ ମନ୍ତ୍ରୀ ସୁଦାମ ମାରାଣ୍ଡି ଓଡ଼ିଶା ଭୂସଂସ୍କାର ଦ୍ଵିତୀୟ ସଂଶୋଧନ ବିଲ ୨୦୨୩କୁ ଆଗତ କରିଥିଲେ । କିନ୍ତୁ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ କୌଣସି ଆଲୋଚନା ହୋଇନଥିଲା । ଉଭୟ ବିରୋଧୀ ଦଳ ଆଦିବାସୀ ଜମି ହସ୍ତାନ୍ତର ପ୍ରସଙ୍ଗକୁ ନେଇ କ୍ୟାବିନେଟ ଆଣିଥିବା ପ୍ରସ୍ତାବ ସ୍ଥଗିତ ବଦଳରେ ପ୍ରତ୍ୟାହାର ଦାବି କରି ହଙ୍ଗାମା ଜାରି ରଖିଛନ୍ତି । ଫଳରେ ବିଧାନସଭା ସ୍ବାଭାବିକ ହୋଇପାରୁନାହିଁ ।

ସୂଚନାଯୋଗ୍ୟ ଷୋଡଶ ବିଧାନସଭା ଚତୁର୍ଦ୍ଦଶ ଅଧିବେଶନର ଶୀତକାଳୀନ ଅଧିବେଶନ ଗତ 21 ତାରିଖ ଠାରୁ ଆରମ୍ଭ ହୋଇଛି । ଏହା ଆସନ୍ତା ମାସ 30 ତାରିଖ ପର୍ଯ୍ୟନ୍ତ ଚାଲିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.