ETV Bharat / state

୪ଦଫା ଦାବି ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲା ଖୋର୍ଦ୍ଧା ବିକାଶ ମଞ୍ଚ

author img

By

Published : Feb 17, 2023, 5:52 PM IST

khordha bikash manch
khordha bikash manch

୪ଦଫା ଦାବି ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲା ଖୋର୍ଦ୍ଧା ବିକାଶ ମଞ୍ଚ । ତେବେ ଖୁବଶୀଘ୍ର ସମାଧାନ ହେବ କହିଲେ ଉପଜିଲ୍ଲାପାଳ । ଅଧିକ ପଢନ୍ତୁ

khordha bikash manch

ଖୋର୍ଦ୍ଧା: ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲା ଖୋର୍ଦ୍ଧା ବିକାଶ ମଞ୍ଚ । ୪ଦଫା ଦାବି ନେଇ ଖୋର୍ଦ୍ଧା ବିକାଶ ମଞ୍ଚ ପକ୍ଷରୁ ଦାବିପତ୍ର ଦିଆଯାଇଛି । ତେବେ ଅଭିଯୋଗ ପରେ ଖୁବଶୀଘ୍ର ସମାଧାନ ହେବ କହିଲେ ଉପଜିଲ୍ଲାପାଳ ।

ଖୋର୍ଦ୍ଧା ସହରରେ କ୍ୟାବିନ ବ୍ୟବସାୟୀମାନଙ୍କୁ ଥଇଥାନ କରିବା ପାଇଁ ଆଉ ଏକ ବୈଠକ କରିବା, ଭାଙ୍ଗିଯାଇଥିବା ୨ ଗୋଟି ସୁଲଭ ଶୌଚାଳୟକୁ କାର୍ଯ୍ୟକ୍ଷମ କରିବା, ଖୋର୍ଦ୍ଧା ସହରର ବିଲଡ଼ିଙ୍ଗ୍ ପ୍ଲାନ ଅନୁମୋଦନ ବି.ଡ଼ି.ଏ. ଦ୍ବାରା ନୁହେଁ ପୌର ପରିଷଦ ଦ୍ବାରା କରାଯିବା ଏବଂ ସରକାରୀ ଜାଗା ପାଇଁ ଆବେଦନ କରିଥିବା ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନମାନଙ୍କୁ ସହରର ମୁଖ୍ୟ ରାସ୍ତା କଡ଼ରେ ଜାଗା ନଦେଇ ଅନ୍ୟତ୍ର ଦେବା ପାଇଁ ୪ ଦଫା ଦାବି ନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଖୋର୍ଦ୍ଧା ବିକାଶ ମଞ୍ଚ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି ।

ଖୋର୍ଦ୍ଧାରେ କ୍ୟାବିନ ବ୍ୟବସାୟୀମାନଙ୍କୁ ଥଇଥାନ କରିବା ପାଇଁ ଗତ ମାସ ୨୪ ତାରିଖ ଦିନ ଏକ ସାଧାରଣ ସଭା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ, ଖୋର୍ଦ୍ଧା ବିଧାୟକ, ପୌରାଧ୍ୟକ୍ଷା, ଉପଜିଲ୍ଲାପାଳ, କାର୍ଯ୍ୟ ନିର୍ବାହୀ ଅଧିକାରୀ, ପୌରପରିଷଦ ଓ ତହସିଲଦାରଙ୍କ ସହିତ ସମସ୍ତ କାଉନ୍ସିଲର, ବ୍ୟବସାୟୀ ମହାସଂଘ, ସହରର ବିଭିନ୍ନ ଅନୁଷ୍ଠାନ ଓ ସଚେତନ ନାଗରିକମାନଙ୍କୁ ନେଇ ଏକ ପ୍ରସ୍ତୁତ ବୈଠକ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟର ସଭାଗୃହ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ହୋଇଥିଲା ଯେ ୭ଦିନ ମଧ୍ୟରେ କ୍ୟାବିନ୍ ଥଇଥାନ ପାଇଁ ପ୍ରକ୍ରିୟା ଆରମ୍ଭ ହେବ । କିନ୍ତୁ ଆଜକୁ ୨୫ ଦିନ ବିତିଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟକ୍ରମ ଆରମ୍ଭ ହେଲା ନାହିଁ । ତେଣୁ ଖୁବ୍ ଶୀଘ୍ର ଆଉ ଏକ ପ୍ରସ୍ତୁତି ଓ ସମୀକ୍ଷା ବୈଠକ ଡ଼କାଯିବା ପାଇଁ ମଞ୍ଚ ପକ୍ଷରୁ ନିବେଦନ କରିଛନ୍ତି । ସେହିପରି ଖୋର୍ଦ୍ଧା ସହରରେ ଥିବା ୨ଗୋଟି ସୁଲଭ ଶୌଚାଳୟ ଆଜକୁ ୫ ବର୍ଷ ହେଲା ଅକ୍ଷମ ହୋଇଯାଇଛି । ଯାହାଫଳରେ ଦୂର ଦୂରାନ୍ତରରୁ ଆସୁଥିବା ବହୁଯାତ୍ରୀ ଶୌଚଳୟଟିଏ ନପାଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଏବଂ ଏହାକୁ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ଦାବି କରିଛନ୍ତି ।

ସେହିଭଳି ଖୋର୍ଦ୍ଧା ସହରର ବିଲ୍ଡିଂଗ ପ୍ଲାନ ବି.ଡ଼ି.ଏ ଦ୍ଵାରା ନୁହେଁ , ପୌର ପରିଷଦ ଦ୍ବାରା କରାଯିବା ଉଚିତ୍ । କିନ୍ତୁ ଆଜି ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହୋଇ ପାରିଲା ନାହିଁ । ଯାହା ଫଳରେ ବି.ଡ଼ି.ଏ ଦ୍ବାରା ପ୍ଲାନ ଅନୁମୋଦନ କରିବା ପାଇଁ ଅଯଥାରେ ଲୋକମାନେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ସଙ୍ଗେ ସଙ୍ଗେ ଏବଂ ବର୍ଷ ବର୍ଷ ଧରି ଅପେକ୍ଷା କରୁଥିବା ଅଭିଯୋଗ କରିଛନ୍ତି ମଞ୍ଚ କର୍ମକର୍ତ୍ତା । ଜିଲ୍ଲାର ସହର ମହକୁମା ହୋଇଥିବାରୁ ଏହି ସହରର ଜନସଂଖ୍ୟା ଦ୍ରୁତଗତିରେ ବଢ଼ୁଛି । କିନ୍ତୁ ଖୋର୍ଦ୍ଧା ସହରର ପରିସୀମା ବୃଦ୍ଧି କରିବା ପାଇଁ ପର୍ଯ୍ୟାପ୍ତ ପରିମାଣର ଜାଗା ନାହିଁ । ଯେଉଁଠାରେ ରାସ୍ତାକଡ଼ରେ ସରକାରୀ ଜାଗା ଅଛି ତାହା ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା ଦ୍ୱାରା ଦଖଲ ହୋଇ ରହିଛି । ଯାହାଫଳରେ କ୍ୟାବିନ୍ ଗୁଡ଼ିକୁ ଥଇଥାନ କରିବା ପାଇଁ ଆଉ ରାସ୍ତାକଡ଼ରେ ସରକାରୀ ଜାଗା ନାହିଁ । ଅନ୍ୟ ପକ୍ଷରେ କେତେ ସରକାରୀ ଅନୁଷ୍ଠାନ ସହରର ମୁଖ୍ୟ ରାସ୍ତାକଡ଼ରେ ନିଜର କାର୍ଯ୍ୟାଳୟ କରିବା ପାଇଁ ଖୋର୍ଦ୍ଧା ତହସିଲ ଅଫିସରେ ନିବେଦନ କରିଛନ୍ତି । ତେଣୁ ଏହି ୪ଦଫା ସମ୍ବଳିତ ଦାବିପତ୍ର ଖୋର୍ଦ୍ଧା ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି । ସେପଟେ ବ୍ୟବସାୟୀଙ୍କୁ ନୋଟିସ କରାଯାଇଛି ଖୁବଶୀଘ୍ର ଏହାର ସମାଧାନ କରାଯିବ ବୋଲି କହିଛନ୍ତି ଉପଜିଲ୍ଲାପାଳ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.