ETV Bharat / state

ଗ୍ରାହକ ସନ୍ତୁଷ୍ଟ ସର୍ଭେ: ୯ମ ସ୍ଥାନରେ ଝାରସୁଗୁଡ଼ା ବିମାନ ବନ୍ଦର

author img

By

Published : Aug 5, 2023, 7:51 AM IST

ଗ୍ରାହକ ସନ୍ତୁଷ୍ଟ ସର୍ଭେ
ଗ୍ରାହକ ସନ୍ତୁଷ୍ଟ ସର୍ଭେ

ଗ୍ରାହକ ସନ୍ତୁଷ୍ଟ ସର୍ଭେରେ ନବନ ସ୍ଥାନରେ ଝାରସୁଗୁଡ଼ା ବିମାନ ବନ୍ଦର । ଦେଶର ୫୬ଟି ବିମାନ ବନ୍ଦରରେ ଏହି ସର୍ଭେ କରାଯାଇଥିଲା । ଅଧିକ ପଢନ୍ତୁ


ଭୁବନେଶ୍ବର: ଗ୍ରାହକ ସନ୍ତୁଷ୍ଟ ସର୍ଭେରେ ୯ମ ସ୍ଥାନରେ ରହିଛି ଝାରସୁଗୁଡ଼ା ବିମାନ ବନ୍ଦର । ଝାରସୁଗୁଡା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ୪.୮୩ ସ୍କୋର ସହ ଏହି ସ୍ଥାନ ଦଖଲ କରିଛି । ରାଉଣ୍ଡ- I ଜାନୁଆରୀ ଠାରୁ ଆରମ୍ଭ କରି ଜୁନ ମାସ ପର୍ଯ୍ୟନ୍ତ ଦେଶରେ ୫୬ଟି ବିମାନ ବନ୍ଦରରେ ଏହି ସର୍ଭେ କରାଯାଇଥିଲା । ପ୍ରଥମ ସ୍ଥାନରେ ଭୋପାଳ ବିମାନ ବନ୍ଦର ଥିବାବେଳେ ୪.୯୭ ସ୍କୋର ସହ ଉଦୟପୁର ଏୟାରପୋର୍ଟ ଦ୍ବିତୀୟରେ ରହିଛି ।


ସୂଚନା ଅନୁଯାୟୀ, ମୋଟ ୨୪ ପାରାମିଟର ପାଇଁ ପାଞ୍ଚ ପଏଣ୍ଟ ସ୍କେଲ ମାଧ୍ୟମରେ ବିମାନ ଯୋଗେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ମଧ୍ୟରେ ଗ୍ରାହକ ସନ୍ତୁଷ୍ଟ ସର୍ଭେ କରାଯାଇଥିଲା । ଏଥିରେ ଝାରସୁଗୁଡା ଏୟାରପୋର୍ଟ ୪.୮୩ ସ୍କୋର ହାସଲ କରିଛି । ଭୋପାଳ ବିମାନ ବନ୍ଦର ୪.୯୯ ସ୍କୋର ସହ ଏକ ନମ୍ବର ହୋଇଛି । ତେବେ ଏଥର ଉଦୟପୁର ବିମାନ ବନ୍ଦରର ରାଙ୍କ ତଳକୁ ଖସିଛି । ଏହା ୪.୯୭ ସ୍କୋର ହାସଲ କରିଛି, ଯାହାକି ଗତବର୍ଷ ଠାରୁ କମ୍ । ଏହି କ୍ରମରେ ଡେରାଡୁନ ୪.୯୬ ସ୍କୋର ସହ ତୃତୀୟରେ, ଭୂନ୍ତର ସ୍କୋର ୪.୯୫, ଗଙ୍ଗଲ ୪.୯୫, ରାଜାମୁଣ୍ଡ୍ରି ୪.୯୪, ଜମ୍ମୁ ୪.୯୪, ମଦୁରାଇ୪.୯୨, ଗ୍ବାଲିୟର ୪.୮୬, ବିଜୟୱାଡା ୪.୮୪, ଏବଂ ଝାରସୁଗୁଡ଼ାରେ ୪.୮୩ ସ୍କୋର କରିଛି ।

ଏହାମଧ୍ୟ ପଢନ୍ତୁ: ଅମୃତ ଭାରତ ଯୋଜନା; ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୨୫ ଷ୍ଟେସନର ନବୀକରଣ, ୬ରେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୋଦି

ସୂଚନା ଅନୁଯାୟୀ, ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଦୈନିକ ବିମାନ ଉଡାଣ ଭରୁଛି । ଏହି ବିମାନ ବନ୍ଦରରେ ଆଗମନ ବିମାନ ସଂଖ୍ୟା ୪ ରହିଥିବା ବେଳେ ପ୍ରସ୍ଥାନ ବିମାନ ସଂଖ୍ୟା ମଧ୍ୟ ୪ ରହିଛି । ଦୈନିକ ପାଖାପାଖି ୫୦୦ ରୁ ୬୦୦ ଯାତ୍ରୀ ଏଠାରୁ ବିମାନ ଯାତ୍ରା କରୁଛନ୍ତି । ଅନ୍ୟପଟେ କଳାହାଣ୍ଡି ଜିଲ୍ଲାର ବହୁ ପ୍ରତୀକ୍ଷିତ ଉତ୍କେଲା ବିମାନ ବନ୍ଦରରୁ ବିମାନ ଚଳାଚଳ ଆରମ୍ଭ ହେବାକୁ ଯାଉଛି । ଏହା ଓଡିଶାର 5ମ କାର୍ଯ୍ୟକ୍ଷମ ବିମାନ ବନ୍ଦର ହେବ । ଯାହା ଭୁବନେଶ୍ଵର ରାୟପୁର ସହିତ ସଂଯୋଗ କରିବ । ଏନେଇ ଡିଜିସିଏର ଆଞ୍ଚଳିକ ଡେପୁଟି ଡାଇରେକ୍ଟର, ମୁଖ୍ୟ ବିମାନ ସୁରକ୍ଷା ଅଧିକାରୀ(CASO), ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ (AAI) ଏବଂ ସିଏସ୍ଏଫର ନୋଡାଲ୍ ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍ ଚାରି ଦିନ ପୂର୍ବରୁ ଏୟାରଷ୍ଟ୍ରିପ ପରିଦର୍ଶନ କରିଛନ୍ତି । ଅଧିକାରୀଙ୍କ ଉପସ୍ଥିତିରେ ଏୟାରଷ୍ଟ୍ରିପର ସମସ୍ତ ସୁବିଧା ତଥା ଅନ୍ୟାନ୍ୟ ସୁରକ୍ଷାର ମାନଦଣ୍ଡର ମୂଲ୍ୟାଙ୍କନ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.