ETV Bharat / state

ହକି ବିଶ୍ବକପ ନେଇ ଘନଘନ ବୈଠକ, ଝଲସି ଉଠିବ ରାଜଧାନୀ

author img

By

Published : Dec 16, 2022, 6:37 PM IST

ହକି ବିଶ୍ବକପ ନେଇ ଘନ ଘନ ବୈଠକ, ଝଲସି ଉଠିବ ରାଜଧାନୀ କହିଲେ ମୁଖ୍ୟ ଶାସନ ସଚିବ
ହକି ବିଶ୍ବକପ ନେଇ ଘନ ଘନ ବୈଠକ, ଝଲସି ଉଠିବ ରାଜଧାନୀ କହିଲେ ମୁଖ୍ୟ ଶାସନ ସଚିବ

ହକି ବିଶ୍ବକପ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଅଧିକ ପଢନ୍ତୁ

ହକି ବିଶ୍ବକପ ନେଇ ଘନ ଘନ ବୈଠକ, ଝଲସି ଉଠିବ ରାଜଧାନୀ କହିଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର: ଆଉ ଦିନ କେଇଟା ପରେ ଆରମ୍ଭ ହେବ ହକି ବିଶ୍ବକପ ୨୦୨୩ । ତାରିଖ ଯେତେ ପାଖଉଛି ପ୍ରସ୍ତୁତି ସେତେ ଜୋରସରରେ ଆଗେଇ ଚାଲିଛି । ଆୟୋଜନରେ ଯେପରି କୌଣସି ତ୍ରୁଟି ନରୁହେ ସେନେଇ ଘନଘନ ବୈଠକ ମଧ୍ୟ ବସୁଛି । ଏନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ହକି ବିଶ୍ବକପ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି । ବିଭାଗକୁ ଯେଉଁ ଦାୟିତ୍ବ ଦିଆଯାଇଥିଲା । ସେହି କାମଗୁଡିକ ସୁରୁଖୁରୁରେ ଚାଲିଛି । ବିଶ୍ବକପ ଆରମ୍ଭର ବହୁ ପୂର୍ବରୁ ଏହି କାର୍ଯ୍ୟ ସରିଯିବ ବୋଲି ସେ କହିଛନ୍ତି ।

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି, "ବିଭିନ୍ନ ବିଭାଗକୁ ଯେଉଁ କାର୍ଯ୍ୟ ଦିଆଯାଇଛି ସେହି କାମଗୁଡିକ ଆଗେଇ ଚାଲିଛି । ବିଶ୍ବକପ ଆରମ୍ଭର ବହୁ ପୂର୍ବରୁ ଏହି କାର୍ଯ୍ୟ ସରିଯିବ । 13 ଜାନୁଆରୀରେ ରାଉଲକେଲାରେ ଉଦଘାଟନୀ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ସେହିଭଳି କଟକର ବାରବାଟୀ ଷ୍ଟାଡିୟମରେ ମଧ୍ୟ ଜାନୁଆରୀ 11 ତାରିଖରେ ହକି ବିଶ୍ବକପ ନେଇ ଏକ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯିବାର ଯୋଜନା ରହିଛି । ଯେଉଁଠି 40 ହଜାର ଦର୍ଶକ ଏବଂ ଅତିଥି ଯୋଗ ଦେବେ । ଏହାସହ ରାଜ୍ୟର ସମସ୍ତ ପଞ୍ଚାୟତରେ ହକି ସହ ଅନ୍ୟ ଖେଳ ପ୍ରତି ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବା ସହ ହକିର ମାହୋଲ ସୃଷ୍ଟି କରିବା ପାଇଁ ବିଭିନ୍ନ କାଯ୍ୟକ୍ରମ ହାତକୁ ନିଆଯିବାକୁ ଯୋଜନା ରହିଛି । ହକି ଖେଳାଳିମାନଙ୍କୁ ଚାର୍ଟାଡ ଫ୍ଲାଇଟରେ ଭୁବନେଶ୍ବର ଏବଂ ରାଉରକେଲାକୁ ନେବାଆଣିବା କରାଯିବା ।

ହକି ବିଶ୍ବକପ ପାଇଁ ବାଜି ସାରିଛି ବିଗୁଲ । ୨୦୨୩ ହକିବିଶ୍ବକପର ଆୟୋଜୋକ ରହିଛି ଓଡ଼ିଶା । ଜାନୁଆରୀ ୧୩ରୁ ୨୯ ଯାଏଁ ଖେଳାଯିବ ହକି ବିଶ୍ବକପ । ଖେଳାଳି, ଅଧିକାରୀ ଓ ଦର୍ଶକମାନଙ୍କ ପାଇଁ ଏହାଏକ ସ୍ମରଣୀୟ ବିଶ୍ବକପ ଆୟୋଜନ ହେବାନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରୟାସ କରାଯାଉଛି । ପୁରୁଷ ହକି ବିଶ୍ବକପ୍‌ର ଏହି ସଂସ୍କରଣକୁ ମିଶାଇ ଭାରତ ବିଶ୍ବର ପ୍ରଥମ ଦେଶ ହେବାକୁ ଯାଉଛି, ଯିଏକି ସର୍ବାଧିକ ୪ ଥର ବିଶ୍ବକପ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଛି । କ୍ରମାଗତ ଦ୍ବିତୀୟ ଥର ପାଇଁ ମଧ୍ୟ ଓଡିଶା ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ ଆୟୋଜନ କରି ରେକର୍ଡ କରିବାକୁ ଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.