ETV Bharat / state

ସକ୍ରିୟ ହେଲା ଲଘୁଚାପ କ୍ଷେତ୍ର, ୪୮ ଘଣ୍ଟା ମଧ୍ୟରେ ନେବ ସୁଦୃଶ୍ୟ ଲଘୁଚାପର ରୂପ

author img

By ETV Bharat Odisha Team

Published : Sep 29, 2023, 6:45 PM IST

ସକ୍ରିୟ ହେଲା ଲଘୁଚାପ କ୍ଷେତ୍ର
ସକ୍ରିୟ ହେଲା ଲଘୁଚାପ କ୍ଷେତ୍ର

ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ପୂର୍ବ-ଉତ୍ତର କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ନେବ ସୁଦୃଶ୍ୟ ଲଘୁଚାପର ରୂପ ।

ସକ୍ରିୟ ହେଲା ଲଘୁଚାପ କ୍ଷେତ୍ର

ଭୁବନେଶ୍ବର: ସକ୍ରିୟ ହେଲା ଲଘୁଚାପ କ୍ଷେତ୍ର । ଲଘୁଚାପ ପ୍ରଭାବରେ ରାଜ୍ୟର କିଛି ଅଞ୍ଚଳରେ ଲାଗି ରହିଛି ବିଜୁଳି ଘଡଘଡିଜନିତ ବର୍ଷା । ଉତ୍ତର ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ବିଭାଗ କହିଛି । ଲଘୁଚାପ ପଶ୍ଚିମବଙ୍ଗ ଉତ୍ତର ଓଡ଼ିଶା ଉପକୂଳ ମୁହାଁ ହେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆଜି ସନ୍ଧ୍ୟାରୁ ରାଜ୍ୟରେ ପୁଣି ବଢ଼ିବ ବର୍ଷାର ପରିମାଣ ।

  • ସକ୍ରିୟ ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟର କିଛି ଅଞ୍ଚଳରେ ଲାଗିରହିଛି ବିଜୁଳି ଘଡଘଡି ଜନିତ ବର୍ଷା pic.twitter.com/1fZqmO3tZR

    — Meteorological Centre, Bhubaneswar (@mcbbsr) September 29, 2023 " class="align-text-top noRightClick twitterSection" data=" ">

ଆସନ୍ତାକାଲି (ଶନିବାର) ଠାରୁ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷକୁ ସୂଚନା ରହିଛି । ଲଘୁଚାପ ପ୍ରଭାବରେ 1 ଅକ୍ଟୋବରରୁ 3 ଅକ୍ଟୋବର ପର୍ଯ୍ୟନ୍ତ ବିସ୍ତୃତ ବର୍ଷା ହେବା ନେଇ ଆକଳନ କରିଛି ବିଭାଗ । ଲଘୁଚାପ ପ୍ରଭାବରେ ଆଜି ଉତ୍ତର ଓଡ଼ିଶା ଓ ସଂଲଗ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା । ଏଥିସହ ଆଜିଠୁ ୩ ଦିନ ରାଜ୍ୟରେ ଭାରି ବର୍ଷା ନେଇ ଅକଳନ କରିଛି ପାଣିପାଗ ବିଭିଗ । ଉତ୍ତର ଓଡିଶାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି ।

ଆସନ୍ତା ୨୪ ଘଣ୍ଟା ପାଇଁ ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ୪ ଜିଲ୍ଲାରେ ୭ ରୁ ୧୧ ସେଣ୍ଟିମିଟର ବର୍ଷା ଅର୍ଥାତ୍ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ସେହି ୪ ଜିଲ୍ଲା ଗୁଡ଼ିକ ହେଲା- ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ । ଆସନ୍ତାକାଲି ୭ରୁ ୨୦ ସେମି ବର୍ଷା ନେଇ ଯାଜପୁର, ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ମୟୁରଭଞ୍ଜକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଶନିବାର ଠାରୁ ଭୁବନେଶ୍ଵର କଟକର ପାଗ ବଦଳିବ । ଉପକୂଳ ଓଡ଼ିଶାରେ ମେଘୁଆ ପାଗ ସହ ବିସ୍ତୃତି ବର୍ଷା ସମ୍ଭାବନା ।

ଏହା ମଧ୍ୟ ପଢନ୍ତୁ...Weather Update: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ପ୍ରବଳ ବର୍ଷା ସମ୍ଭାବନା

ଚଳିତ ମୌସୁମୀ ଋତୁ ୧ ଜୁନରୁ ୨୯ ସେପ୍ଟେମ୍ବର ସୁଦ୍ଧା ରାଜ୍ୟରେ ମୋଟ ୧୧୦୫.୪ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଏହା ସ୍ବାଭାବିକ ବର୍ଷା ଠାରୁ ମାତ୍ର ୩ ପ୍ରତିଶତ କମ୍ । ଅନ୍ୟପକ୍ଷରେ ଦୁଇଟି ଜିଲ୍ଲା ଝାରସୁଗୁଡ଼ା ଏବଂ ବୌଦ୍ଧରେ ସ୍ବାଭାବିକରୁ ଅଧିକ ବର୍ଷା ହୋଇଛି । ତିନିଟି ଜିଲ୍ଲା କେନ୍ଦ୍ରାପଡ଼ା, ପୁରୀ ଏବଂ ନବରଙ୍ଗପୁରରେ ନିଅଣ୍ଟିଆ ସ୍ଥିତି ରହିଛି । ବାକି ୨୫ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.