ETV Bharat / state

Weather Update: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ପ୍ରବଳ ବର୍ଷା ସମ୍ଭାବନା

author img

By ETV Bharat Odisha Team

Published : Sep 29, 2023, 12:22 PM IST

ଘୂର୍ଣ୍ଣିବଳୟ ପ୍ରଭାବରେ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହା ସୁଦୃଶ୍ୟ ଲଘୁଚାପରେ ପରିଣତ ହେବ । ଅଧିକ ପଢନ୍ତୁ

Low Pressure
Low Pressure

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଉତ୍ତର-ପୂର୍ବ ପାର୍ଶ୍ଵବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆଗାମୀ 48 ଘଣ୍ଟା ମଧ୍ୟରେ ଏହା ସୁଦୃଶ୍ୟ ଲଘୁଚାପରେ ପରିଣତ ହେବ । ସୃଷ୍ଟ ଲଘୁଚାପ ଉତ୍ତର ଓଡିଶା - ପଶ୍ଚିମବଙ୍ଗ ଉପକୂଳ ମୁହାଁ ହେବା ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସୂଚନା ପ୍ରଦାନ କରାଯାଇଛି । ଲଘୁଚାପ ପ୍ରଭାବରେ ରାଜ୍ୟରେ ବଢିବ ବର୍ଷାର ପରିମାଣ । ବିଭିନ୍ନ ଜିଲ୍ଲାରେ ବର୍ଷା ହେବା ନେଇ ଅନୁମାନ କରାଯାଉଛି ।

  • ବଙ୍ଗୋପସାଗର ରେ ସୃଷ୍ଟି ହେଲା ଲଘୁଚାପ!!

    ଉତ୍ତର-ପୂର୍ବ ପାର୍ଶ୍ଵବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହେଲା #ଲଘୁଚାପ | ଆଗାମୀ ୪୮ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପ ରେ ପରିଣତ ହୋଇ ଉତ୍ତର ଓଡିଶା-ପଶ୍ଚିମବଙ୍ଗ ଉପକୂଳ ମୁହାଁ ହେବା ସମ୍ଭାବନା ରହିଛି | pic.twitter.com/b9j578sW51

    — Meteorological Centre, Bhubaneswar (@mcbbsr) September 29, 2023 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢନ୍ତୁ-Weather Update: ସୃଷ୍ଟି ହେଲା ଲଘୁଚାପ, ଆହୁରି ଦୁଇ ଦିନ ବର୍ଷିବ

ଆସନ୍ତାକାଲି (ଶନିବାର) ଠାରୁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେହିପରି ରାଜ୍ୟରେ ଦୁଇଦିନ ପୂର୍ବରୁ ପାଗ ଶୁଖିଲା ରହିବା ସହ କିଛି କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଥିଲା । ଆଜି ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ କେଉଁ ଜିଲ୍ଲାରେ ଅଧିକ ବର୍ଷା ହେବ ସେନେଇ ଜିଲ୍ଲା ଗୁଡିକ ଆଲର୍ଟ କରାଯାଇନାହିଁ । ଉତ୍ତର ଓଡିଶାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ସେପ୍ଟେମ୍ବର 20 ତାରିଖରେ ଲଘୁଚାପ ପ୍ରଭାବରେ 12 ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିଲା । ବୌଦ୍ଧ, କଳାହାଣ୍ଡି, ନବରଙ୍ଗପୁର, ଗଞ୍ଜାମ, କନ୍ଧମାଳ,ବଲାଙ୍ଗୀର, ସୋନପୁର, ଅନୁଗୋଳ, ସମ୍ବଲପୁର, ବରଗଡ଼, ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲାରେ ବିଜୁଳି, ଘଡଘଡି ସହ ପ୍ରବଳ ବର୍ଷା ହୋଇଥିଲା । ବର୍ଷା ଯୋଗୁଁ କୋରାପୁଟରେ ଭୂସ୍ଖଳନ ହୋଇଥିଲା । ପାହାଡରୁ ମାଡି ଅତଡା ଖସି ଆସି ରେଳ ଲାଇନ ଉପରେ ପଡିଥିଲା । ଫଳରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ-Weather Update: ଲଘୁଚାପ ପ୍ରଭାବରେ ୨୩ ଯାଏଁ ପ୍ରବଳ ବର୍ଷା ସମ୍ଭାବନା

ଏହା ମଧ୍ୟ ପଢନ୍ତୁ-ଲଘୁଚାପରେ ପରିଣତ ହେଲା ସଦୃଶ ଘୁର୍ଣ୍ଣିବଳୟ, ଦୁଇଦିନ ପ୍ରବଳ ବର୍ଷା

ଚଳିତ 1 ଜୁନରୁ 26 ସେପ୍ଟେମ୍ବର ସୁଦ୍ଧା ରାଜ୍ୟରେ ମୋଟ 1029.2 ମିମି ବର୍ଷା ରେକର୍ଡ଼ କରାଯାଇଛି । ଏହି ବର୍ଷାର ପରିମାଣ ସ୍ବାଭାବିକ ବର୍ଷା ଠାରୁ ମାତ୍ର 3 ପ୍ରତିଶତ କମ୍ ରହିଛି । ଅନ୍ୟପକ୍ଷରେ 3ଟି ଜିଲ୍ଲା ଝାରସୁଗୁଡ଼ା,ବୌଦ୍ଧ ଏବଂ ଢେଙ୍କାନାଳରେ ସ୍ବାଭାବିକରୁ ଅଧିକ ବର୍ଷା ରେକର୍ଡ ହୋଇଛି । ଦୁଇଟି ଜିଲ୍ଲା କେନ୍ଦ୍ରାପଡ଼ା ଏବଂ ନବରଙ୍ଗପୁରରେ ନିଅଣ୍ଟିଆ ସ୍ଥିତି ରହିଥିବା ବେଳେ ଅବଶିଷ୍ଟ 25ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.