ETV Bharat / state

Weather Update: ସୃଷ୍ଟି ହେଲା ଲଘୁଚାପ, ଆହୁରି ଦୁଇ ଦିନ ବର୍ଷିବ

author img

By ETV Bharat Odisha Team

Published : Sep 14, 2023, 12:07 PM IST

low pressure area formed over bay of bengal
low pressure area formed over bay of bengal

ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ପରେ ରାଜ୍ୟରେ ଲାଗି ରହିଛି ବର୍ଷା । ଅଧିକ ପଢନ୍ତୁ

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଉତ୍ତର ଓଡିଶା-ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ରହିଛି ଲଘୁଚାପ । ଏହା ଆସନ୍ତା ଦୁଇ ଦିନ ଯାଏ ଓଡିଶା ଏବଂ ଛତିଶଗଡ ମଧ୍ୟ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି । ଲଘୁଚାପ କ୍ଷେତ୍ରର ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା । 2 ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ । ଗତ 24 ଘଣ୍ଟାରେ ବଲାଙ୍ଗୀର ଓ ରାୟଗଡାରେ ସବୁଠାରୁ ଅଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ବଲାଙ୍ଗୀରରେ 215 ମିଲିମିଟର ଏବଂ ରାୟଗଡାର ଆମ୍ବଡୋଳା 205 ମିଲିମିଟର ବର୍ଷ ହୋଇଛି ।

ଏହା ମଧ୍ୟ ପଢନ୍ତୁ-ଲଘୁଚାପରେ ପରିଣତ ହେଲା ସଦୃଶ ଘୁର୍ଣ୍ଣିବଳୟ, ଦୁଇଦିନ ପ୍ରବଳ ବର୍ଷା

ଲଘୁଚାପ ପ୍ରଭାବରେ କନ୍ଧମାଳ, କଳାହାଣ୍ଡି, ବୌଦ୍ଧ, ସୋନପୁର ଓ ବଲାଙ୍ଗୀରରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସେହିପରି ନବରଙ୍ଗପୁର, ନୂଆପଡ଼ା, ବରଗଡ଼, ସମ୍ବଲପୁର, ନୟାଗଡ଼, କଟକ, ଅନୁଗୋଳ ଓ ଗଞ୍ଜାମ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ପ୍ରବଳ ବର୍ଷାକୁ ନେଇ 12ଟି ଜିଲ୍ଲା- ଖୋର୍ଦ୍ଧା, ପୁରୀ, ଜଗତସିଂପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ଦେବଗଡ, ଝାରସୁଗୁଡା, ଗଜପତି, ରାୟଗଡା, ଢେଙ୍କାନାଳ, କୋରାପୁଟକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । 15 ତାରିଖ ବେଳକୁ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସହ ପ୍ରାୟ ସବୁ ଜିଲ୍ଲାରେ ବର୍ଷା ଜାରି ରହିବ । 16ରେ ବର୍ଷାର ପରିମାଣ କମିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ବର୍ଷା ଯୋଗୁଁ କିଛି ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ । ଯେଉଁ ସ୍ଥାନରେ 20ରୁ 50 ମିଲିମିଟର ବର୍ଷା ରେକର୍ଡ ହୋଇଛି ସେହି ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ । ତଳିଆ ଅଞ୍ଚଳରେ ରହିଥିବା ଚାଷ ଜମିରେ ବନ୍ୟା ଜଳ ପ୍ରବାହିତ ହେବ । ସେହି ସ୍ଥାନରୁ ପାଣି ନିଷ୍କାସନ କରିବାକୁ ଚାଷୀଙ୍କୁ କୁହାଯାଇଛି । ତୀବ୍ର ବୃଷ୍ଟିପାତ ଯୋଗୁଁ କଚ୍ଚା ଘର ଓ କଚା ରାସ୍ତା ପ୍ରଭାବିତ ହେବାର ସମ୍ଭାବନା ରହିଛି । କଚ୍ଚା ମାଟି ଘରର କାନ୍ଥ ଭୁଶୁଡିବାର ସମ୍ଭାବନା ରହିଛି । ସହରାଞ୍ଚଳରେ ଅଧିକ ବର୍ଷା ହେବାର ସମ୍ଭାବନା ଥିବାରୁ ଯାତାୟତରୁ ନିବୃତ ରହିବାକୁ ସତର୍କ ସୂଚନା ଜାରି କରାଯାଇଛି । କିଛି ନଦୀରେ ଜଳସ୍ଥର ବୃଦ୍ଧି ହେବାର ସମ୍ଭାନୀ ଥିବାକହିଛନ୍ତି ପାଣିପାଗ ବିଶେଷଜ୍ଞ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.