ETV Bharat / state

ଲଘୁଚାପରେ ପରିଣତ ହେଲା ସଦୃଶ ଘୁର୍ଣ୍ଣିବଳୟ, ଦୁଇଦିନ ପ୍ରବଳ ବର୍ଷା

author img

By ETV Bharat Odisha Team

Published : Sep 13, 2023, 5:29 PM IST

ଉତ୍ତର ପଶ୍ଚିମ ପାଶ୍ୱବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ । ରାଜ୍ଯରେ ଦୁଇ ଦିନ ପ୍ରବଳ ବର୍ଷା । ଅଧିକ ପଢନ୍ତୁ

ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ
ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ

ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ

ଭୁବନେଶ୍ବର: ସକ୍ରିୟ ଘୁର୍ଣ୍ଣିବଳୟ ଆଜି ଲଘୁଚାପରେ ପରିଣତ ହୋଇଛି । ଏହି ଲଘୁଚାପଟି ବର୍ତ୍ତମାନ ଉତ୍ତର ପଶ୍ଚିମ ପାଶ୍ୱବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହି ଲଘୁଚାପଟି ଆହୁରି ଘନୀଭୂତ ହେବ । ଏହା ଦକ୍ଷିଣ ଓଡିଶା ଓ ଦକ୍ଷିଣ ଛତିଶଗଡ଼ ମଧ୍ୟଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଗତ ୨୪ ଘଣ୍ଟାରେ ମୌସୁମୀ ପ୍ରବାହ ସକ୍ରିୟ ରହିବା ସହ ରାଜ୍ୟରେ ହାରାହାରି ୨୩.୩ ମିମି ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ବାଭିବିକ ବର୍ଷା 9 ମିମି ତୁଳନାରେ 158 ପ୍ରତିଶତ ଅଧିକ ରହିଛି ।

ଗତ ୨୪ ଘଣ୍ଟାରେ ରାୟଗଡ଼ାର ଆମ୍ବଡୋଳାଠାରେ ୧୮୭.୫ ମିମି ସର୍ବାଧିକ ବର୍ଷା ରେକର୍ଡ କରଯାଇଛି । ରାଜ୍ୟରେ ୫ଟି ସ୍ଥାନରେ ଅତିପ୍ରବଳ ଓ ୧୭ ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ସେପଟେ ଏହି ସକ୍ରିୟ ଳଘୁଚାପ ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ଆଭ୍ୟନ୍ତରୀଣ ଓଡ଼ିଶା ୫ ଜିଲ୍ଲାରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୭ରୁ ୨୦ ସେମି ବର୍ଷା ରେକର୍ଡ ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହାକୁ ନେଇ ଭାରି ବର୍ଷା ପାଇଁ ୫ ଜିଲ୍ଲା କନ୍ଧମାଳ, କଳାହାଣ୍ଡି, ବୌଦ୍ଧ, ସୋନପୁର ଓ ବଲାଙ୍ଗୀରକୁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

ସେହିପରି ଅତି ପ୍ରବଳ ୮ଟି ଜିଲ୍ଲା ନବରଙ୍ଗପୁର, ନୂଆପଡ଼ା, ବରଗଡ଼, ସମ୍ବଲପୁର, ନୟାଗଡ଼, କଟକ, ଅନୁଗୋଳ ଓ ଗଞ୍ଜାମକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ପ୍ରବଳ ବର୍ଷାକୁ ନେଇ ୧୨ଟି ଜିଲ୍ଲା- ଖୋର୍ଦ୍ଧା, ପୁରୀ, ଜଗତସିଂପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ଦେବଗଡ, ଝାରସୁଗୁଡା, ଗଜପତି, ରାୟଗଡା, ଢେଙ୍କାନାଳ, କୋରାପୁଟକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହିପରି ଆସନ୍ତାକାଲି ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ମାତ୍ର ଜାରି ରହିବା ସହ ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯିବ ସହ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହାସହ ୧୫ ତାରିଖ ବେଳକୁ ଗୋଟିଏ କିମ୍ବ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସହ ପ୍ରାୟ ସବୁ ଜିଲ୍ଲାରେ ବର୍ଷା ଜାରି ରହିବ । ୧୮ ପରେ ରାଜ୍ୟରେ ବିସ୍ତୃତି ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଏହା ମଧ୍ୟ ପଢନ୍ତୁ... ଲଘୁୁଚାପ ବର୍ଷାରେ ଭିଜିବ ସାରା ଓଡିଶା

ଅନ୍ୟପଟେ ଚଳିତ ମୌସୁମୀରେ ଜୁନ୍‌ ୧ରୁ ଆଜି ପର୍ଯ୍ୟନ୍ତ ୯୨୭.୮ ମିମି ବର୍ଷା ହୋଇଥିବା ବେଳେ ଏହା ସ୍ୱାଭାବିକ ବର୍ଷାଠାରୁ ୧୧ ପ୍ରତିଶତ ନିଅଁଟିଆ ରହିଛି । ଏହି ବର୍ଷକୁ ନେଇ କିଛିଟା ନିଅଁଟିଆ ଭରଣା ହୋଇଥିବା ବେଳେ ୯ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ନିଅଁଟିଆ ବର୍ଷା ଦେଖିବାକୁ ମିଳିଛି । ୨୧ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.