ETV Bharat / state

Weather Update: ଲଘୁଚାପ ପ୍ରଭାବରେ ୨୩ ଯାଏଁ ପ୍ରବଳ ବର୍ଷା ସମ୍ଭାବନା

author img

By ETV Bharat Odisha Team

Published : Sep 20, 2023, 6:09 PM IST

ଲଘୁଚାପ ପ୍ରଭାବରେ ରାଜ୍ୟରେ ୨୩ ଯାଏଁ ପ୍ରବଳ ବର୍ଷା ସମ୍ଭାବନା । ୧୨ ଜିଲ୍ଲାକୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ । ଅଧିକ ପଢନ୍ତୁ

Weather Update
Weather Update

Weather Update

ଭୁବନେଶ୍ବର: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ପଶ୍ଚିମବଙ୍ଗ-ଓଡିଶା ଉପକୂଳସ୍ଥ ସମୁଦ୍ର ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ରାଜ୍ୟର ୧୨ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ଗଞ୍ଜାମ, ବୌଦ୍ଧ, ବଲାଙ୍ଗୀର, ସୋନପୁର, ଅନୁଗୋଳ, ଢେଙ୍କାନାଳ, ସମ୍ବଲପୁର, ବରଗଡ଼ ଓ କେନ୍ଦୁଝର ଜିଲ୍ଲାରେ ବିଜୁଳି, ଘଡଘଡି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଏହି ସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସେହିପରି ପ୍ରବଳ ବର୍ଷା ନେଇ ୧୮ ଜିଲ୍ଲାକୁ ୟେଲୋ ଚେତାବନୀ ଜାରି କରାଯାଇଛି ।

ଏହାମଧ୍ୟ ପଢନ୍ତୁ: ବର୍ଷା ଋତୁରେ ସବୁ ସମସ୍ୟାରୁ ରକ୍ଷା କରେ ଖଜରା, ଦିନକୁ ଖାଆନ୍ତୁ ଏତିକି

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଲଘୁଚାପ ପ୍ରଭାବରେ ୨୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ତେବେ ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ୨୩.୭ ମିମି ବର୍ଷା ରେକର୍ଡ ହୋଇଛି, ଯାହାକି ସ୍ୱାଭାବିକ ବର୍ଷା ୬.୯ ମିମି ତୁଳନାରେ ୨୪୨ ପ୍ରତିଶତ ଅଧିକ । ଆଜି (ବୁଧବାର) ସକାଳ ୮ ଟା ୩୦ରୁ ଅପରାହ୍ନ ୨ଟା ୩୦ ମଧ୍ୟରେ ଗୋପାଳପୁରରେ ୮୫.୬ ମିମି, ଚାନ୍ଦବାଲିରେ ୫୧.୯ ମିମି, ପାରାଦ୍ବୀପ ୧୨.୬ ମିମି, ପୁରୀ ୧୧.୬ ମିମି ଏବଂ ଭୁବନେଶ୍ୱରରେ ୯ ମିମି ବର୍ଷା ରେକର୍ଡ କରାଯାଇଛି ।

ସେହିପରି ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ପ୍ରଭାବରେ ଗତ ୨୪ ଘଣ୍ଟାର ବର୍ଷାରେ କୋରାପୁଟରେ ସର୍ବାଧିକ ୧୬୮ ମିମି ବର୍ଷା ରେକର୍ଡ ହୋଇଛି । ନନ୍ଦପୁରରେ ୧୩୭ ମିମି, ସେମିଳିଗୁଡାରେ ୧୦୩ ମିମି ଓ ଜୟପୁରରେ ୧୦୦.୮ ମିମି ବର୍ଷ ହୋଇଛି । ୨ ସ୍ଥାନରେ ଅତି ପ୍ରବଳ ଓ ୧୯ ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି ।

ଏହାମଧ୍ୟ ପଢନ୍ତୁ: ମୃତଦେହ ସତ୍କାର ପାଇଁ ସଂଘର୍ଷ , ରାସ୍ତା ନଥିବାରୁ ଉଛୁଳା ନଦୀ ପାର ହେଇ କଲେ ଅନ୍ତ୍ୟେଷ୍ଟିକ୍ରିୟା

ଏହାମଧ୍ୟ ପଢନ୍ତୁ: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ, ଖୋର୍ଦ୍ଧା ସଂପୁରରେ ଧୁମଧାମରେ ପାଳିତ

ଅନ୍ୟପଟେ ୧ ସେପ୍ଟେମ୍ବରରୁ ଆଜି ୨୦ ସେପ୍ଟେମ୍ବର ସୁଦ୍ଧା ରାଜ୍ୟରେ ୨୫୮ ମିମି ବର୍ଷା ହୋଇଛି । ଏହା ସ୍ୱାଭାବିକ ବର୍ଷା ୧୭୬.୭ ମିମି ତୁଳନାରେ ୪୬% ପ୍ରତିଶତ ଅଧିକ । ତେବେ ପ୍ରଥମ ୨୦ ଦିନର ବର୍ଷା ପୁରା ସେପ୍ଟେମ୍ବର ମାସର ସ୍ୱଭାବିକ ବର୍ଷା ୨୩୫.୭ ମିମିକୁ ଅତିକ୍ରମ କରିଛି ବୋଲି ପାଣିପାଗ ବିଭାଗ କହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.