ETV Bharat / state

ହାଇକୋର୍ଟ ବେଞ୍ଚ ପ୍ରସଙ୍ଗ, ଯାହା ଉଚିତ ତାହା କରିବେ ସରକାର: ଆଇନମନ୍ତ୍ରୀ

author img

By

Published : Dec 20, 2022, 8:53 PM IST

Jagannath Saraka
Jagannath Saraka

ହାଇକୋର୍ଟ ବେଞ୍ଚ ସ୍ଥାପନ ସମ୍ପର୍କରେ ସୁପ୍ରିମକୋର୍ଟ ଯାହା ନିଷ୍ପତ୍ତି ନେଇଛନ୍ତି ତର୍ଜମା କରିନେଇଛନ୍ତି । ରାଜ୍ୟ ସରକାର ପରବର୍ତ୍ତୀ ନିଷ୍ପତି ବିଚାର ବିମର୍ଶ କରି ନେବେ କହିଛନ୍ତି ଆଇନମନ୍ତ୍ରୀ । ଅଧିକ ପଢନ୍ତୁ

ହାଇକୋର୍ଟ ବେଞ୍ଚ ପ୍ରସଙ୍ଗ, ଯାହା ଉଚିତ ତାହା କରିବେ ସରକାର: ଆଇନମନ୍ତ୍ରୀ

ଭୁବନେଶ୍ୱର: ହାଇକୋର୍ଟ ବେଞ୍ଚ ସ୍ଥାପନ ସମ୍ପର୍କରେ ସୁପ୍ରିମକୋର୍ଟ ଯାହା ନିଷ୍ପତ୍ତି ନେଇଛନ୍ତି ତର୍ଜମା କରିନେଇଛନ୍ତି । ରାଜ୍ୟ ସରକାର ପରବର୍ତ୍ତୀ ନିଷ୍ପତ୍ତି ବିଚାର ବିମର୍ଶ କରି ନେବେ । ଯାହା ଭଲ ହେବ ତାହା ରାଜ୍ୟ ସରକାର କରିବେ । ହାଇକୋର୍ଟ ବେଞ୍ଚ ଆନ୍ଦୋଳନକୁ ନେଇ ସମ୍ବଲପୁର ସମେତ ପଶ୍ଚିମ ଓଡିଶାରେ ଅଶାନ୍ତ ବାତାବରଣ ଲାଗି ରହିଥିବା ବେଳେ ଆଜି ଏହା କହିଛନ୍ତି ଆଇନମନ୍ତ୍ରୀ ଜଗନ୍ନାଥ ସାରକା ।

ଆଇନମନ୍ତ୍ରୀ କହିଛନ୍ତି ସୁପ୍ରିମକୋର୍ଟ ତର୍ଜମା କରି ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ସରକାର ମଧ୍ୟ ଯାହା ଉଚିତ ତାହା କରିବେ । ତେବେ ରାଜ୍ୟ ସରକାର କଣ କରିବେ କେବେ କରିବେ ତାହା ମନ୍ତ୍ରୀ ସ୍ପଷ୍ଟ କରିନାହାଁନ୍ତି । ଏପରି କି ଆଇନଜୀବୀଙ୍କ ଗିରଫ ପରେ ସମ୍ବଲପୁରରେ ସୃଷ୍ଟି ହୋଇଥିବା ନ୍ୟାୟିକ ଅଚଳାବସ୍ଥାକୁ ନେଇ ମଧ୍ୟ ରାଜ୍ୟ ଆଇନ ମନ୍ତ୍ରୀ କୌଣସି ମନ୍ତବ୍ୟ ଦେଇନାହାଁନ୍ତି ।

ସୂଚନାଯୋଗ୍ୟଯେ ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ନେଇ ଅର୍ଦ୍ଧ୍ବଶତାବ୍ଦୀ ହେଲା ଆନ୍ଦୋଳନ ଜାରି ରହିଛି । ଏପରିକି ଦକ୍ଷିଣ ଓଡିଶା ଓକିଲ ସଂଘ ମଧ୍ୟ ନିଜ ଅଞ୍ଚଳରେ ହାଇକୋର୍ଟ ବେଞ୍ଚ ଦାବି କରିଆସୁଛି । ଏପରି ସ୍ଥିତିରେ ଗତ 12 ତାରିଖରେ ସମ୍ବଲପୁରରେ ଘଟିଥିବା ଅଭାବନୀୟ ଘଟଣାକୁ ନେଇ ସର୍ବୋଚ୍ଚ ଅଦାଲତ ହାଇକୋର୍ଟ ବେଞ୍ଚ ସ୍ଥାପନ ହୋଇପାରିବ ନାହିଁ ବୋଲି ନିର୍ଦ୍ଦେଶନାମା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.