ETV Bharat / state

ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୩ ଗୁରୁତର

author img

By

Published : Jun 2, 2022, 7:16 PM IST

ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୩ ଗୁରୁତର
ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୩ ଗୁରୁତର

ବାଲିପାଟଣା ଥାନା ଆଇତଳଙ୍ଗ ଗ୍ରାମରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ହୋଇଛି । ଘଟଣାରେ ମୋଟ ୧୦ ଜଣ ଆହତ ହୋଇଥିବାବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଅଧିକ ପଢ଼ନ୍ତୁ

ନିଆଳି: ବାଲିପାଟଣା ଥାନା ଆଇତଳଙ୍ଗ ଗ୍ରାମରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ହୋଇଛି । ଘଟଣାରେ ମୋଟ ୧୦ ଜଣ ଆହତ ହୋଇଥିବାବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆହତଙ୍କୁ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୩ ଗୁରୁତର

ଆଇତଳଙ୍ଗ ଗ୍ରାମର ବାବାଜୀ ଜେନା ଓ ଦେବ ଭୋଇଙ୍କ ପରିବାର ମଧ୍ୟରେ ଦୀର୍ଘଦିନ ହେବ ଜମିବାଡ଼ି ନେଇ ବିବାଦ ଲାଗି ରହିଥିଲା । ଏନେଇ ପୂର୍ବରୁ ଥାନାରେ ବହୁବାର ଅଭିଯୋଗ ହୋଇଛି । ହେଲେ ପୋଲିସ ସହାୟତାରେ କୌଣସି ସ୍ଥାୟୀ ସମାଧାନ ହୋଇ ପାରିନଥିଲା । ଗୁରୁବାର ବାବାଜୀ ନିଜ ଜମିରେ ମାଟି ପୋତୁଥିଲେ । ତେବେ ଦେବଙ୍କ ପରିବାର ଲୋକେ ଏହାକୁ ବିରୋଧ କରିଥିଲେ । ପ୍ରଥମେ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ପରବର୍ତ୍ତୀ ସମୟରେ ଏହା ହାତାହାତିରେ ପରିଣତ ହୋଇଥିଲା ।


ଏହି ସମୟରେ ହଠାତ ଦେବଙ୍କ ପରିବାରରୁ ପ୍ରାୟ ୯ରୁ ୧୦ ଜଣ ଲୋକ ଠେଙ୍ଗାରେ ବାବାଜୀଙ୍କ ପରିବାର ଲୋକଙ୍କୁ ଆକ୍ରମଣ କରିଥିଲେ । ଠେଙ୍ଗା ମାଡ଼ରେ ବାବାଜୀ ଜେନା (୫୬), ତାଙ୍କ ପତ୍ନୀ କମଳା ଜେନା(୪୮), ୨ ପୁଅ ବାସୁଦେବ ଜେନା (୨୬) ଓ ଜୟଦେବ ଜେନା (୨୪) ଲହୁଲୁହାଣ ହୋଇଛନ୍ତି । ଠେଙ୍ଗା ପାହାରରେ ୩ ଜଣଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ସେପଟେ ଦେବ ଭୋଇ, ଜଗା ଭୋଇ, ମୁକେଶ ଭୋଇ, ମଞ୍ଜୁ ଭୋଇ, ମମତା ଭୋଇ ଓ ପ୍ରମିଳା ଭୋଇ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ସୂଚନା ପାଇ ବାଲିପାଟଣା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପଚରାଉଚୁରା ଆରମ୍ଭ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.