ETV Bharat / state

Free Ration Politics: 2024 ନିର୍ବାଚନରେ ମାଗଣା ଚାଉଳର କୌଣସି ପ୍ରଭାବ ପଡିବନି !

author img

By

Published : Jan 5, 2023, 10:30 PM IST

Rasan Politics
Rasan Politics

ମାଗଣ ରାସନକୁ ନେଇ ଭୁବନେଶ୍ବରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ମୁହଁ ଖୋଲିଛନ୍ତି । ଧର୍ମେନ୍ଦ୍ର କହିଛନ୍ତି, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଓଡ଼ିଶାର ୩ କୋଟି ୨୫ ଲକ୍ଷ ହିତାଧିକାରୀଙ୍କୁ ମାଗଣାରେ ଚାଉଳ ପ୍ରଦାନ କରାଯାଉଛି । ଏହାର ଲାଭ ସଠିକ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ପାଇଁ ମୋଦି ସରକାର ନୂଆ ବ୍ୟବସ୍ଥା କରିଛନ୍ତି । ଏପଟେ ମାଗଣା ଚାଉଳର କୌଣସି ପ୍ରଭାବ ପଡିବନି 2024 ନିର୍ବାଚନରେ ବୋଲି ରବି ଦାସ କହିଥିବା ବେଳେ ମାଗଣା ଚାଉଳ ପାଇଁ ରାଜ୍ୟକୁ ଧନ୍ୟବାଦ ଦେଲେ ଦାମ, ବିଜେପିକୁ କଲେ କଟାକ୍ଷ । ଅଧିକ ପଢନ୍ତୁ

Rasan Politics:ବିଜେଡି ବିଜେପି ଆରୋପ ପ୍ରତ୍ୟାରୋପ ଜାରି, ଧର୍ମେନ୍ଦ୍ର କହିଲେ ସଠିକ ହିତାଧିକାରୀଙ୍କୁ ମିଳୁ ଲାଭ

ଭୁବନେଶ୍ବର: ମାଗଣ ରାସନକୁ ନେଇ ରାଜ୍ୟରେ ଜୋରଦାର ରାଜନୀତି । ବିଜେଡିକୁ ପାର କରାଇବ କି ମାଗଣା ରାସନ । ବିଜେପି ବି ଫାଇଦା ଲକ୍ଷ୍ୟରେ କି? ଏହି ପ୍ରଶ୍ନ ସେତେବେଳେ ଉଠିଛି ଯେତେବେଳେ କେନ୍ଦ୍ର ସରକାର ଜାତୀୟ ଖାଦ୍ୟ ସୁରକ୍ଷା ନୀତି ଅଧିନରେ ପୁଣି ଏକ ବର୍ଷ ତଥା ପୁରା 2023 ଯାଏଁ ମାଗଣା ରାସନକୁ ମଞ୍ଜୁରୀ ପରେ, ରାଜ୍ୟ ସରକାର ବି ନିଜ ଯୋଜନାରେ ଏକ ବର୍ଷ ମାଗଣା ରାସନ ଦେବାକୁ ଘୋଷଣା କରିଛନ୍ତି ।

ବିରୋଧୀ ଦଳ ନେତା ଗତକାଲି କହିଥିଲେ କେନ୍ଦ୍ର ସରକାର ଘୋଷଣା କରିବା ପରେ କେବଳ ଶ୍ରେୟ ନେବା ପାଇଁ ବିଜେଡି ସରକାର ରାଜନୀତି କରୁଛି । ଯେଉଁ 9 ଲକ୍ଷ ଲୋକଙ୍କୁ ରାଜ୍ୟ ସରକାର ଚାଉଳ ଦେବେ ବୋଲି କହୁଛନ୍ତି, ସେମାନଙ୍କର ଲିଷ୍ଟ ଜାରି କରିବାକୁ ଜୟ ଦାବି କରିଥିଲେ । ମାଗଣ ରାସନକୁ ନେଇ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଥିଲେ, ଜାତୀୟ ଖାଦ୍ୟ ସୁରକ୍ଷା ନୀତି କଂଗ୍ରେସ ସରକାର ଆଣିଛନ୍ତି । ବିଜେଡି ବିଜେପି ଉଭୟ ଖାଲି ରାଜନୀତି କରୁଛନ୍ତି ।

ସେପଟେ ବରିଷ୍ଠ ରାଜନେତା ଦାମୋଦର ରାଉତ କହିଛନ୍ତି, ପ୍ରଥମେ ବିଜେପି ନେତା ବୁଝିବା ଦରକାର, କେନ୍ଦ୍ର ସରକାର ଯେଉଁ ମାଗଣା ଚାଉଳ ଦେଉଛନ୍ତି ଏହା କେନ୍ଦ୍ରର ପଇସା ନୁହେଁ କି ବିଜେପିର ପଇସା ନୁହେଁ । ଏହା ହେଉଛି ଟାକ୍ସ ଆକରରେ ଜମା ହୋଇଥିବା ରାଜ୍ୟବାସୀଙ୍କ ପଇସା । ସଂଘୀୟ ବ୍ୟବସ୍ଥାରେ ସବୁ ରାଜ୍ୟର ସମାନ ବିକାଶ ଚିନ୍ତା କରିବା କେନ୍ଦ୍ରର କାମ । ରାଜନୀତି ସମୀକ୍ଷକ ରବି ଦାସ କହିଛନ୍ତି, ନବୀନ ପଟ୍ଟନାୟକ ବେଶ କିଛି ବର୍ଷ ଧରି ଚାଉଳ ରାଜନୀତି ଖେଳିଛନ୍ତି । ସଫଳ ବି ହୋଇଛନ୍ତି । କିନ୍ତୁ 2024ରେ ଆଉ ସେହି ସଫଳତା ମିଳିବ ନାହିଁ । ରାଜ୍ୟବାସୀ ଜାଣି ସାରିଲେଣି ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁସାରେ ସେମାନଙ୍କୁ ଚାଉଳ ମିଳୁଛି ।

ଅନ୍ୟପଟେ ବିରୋଧୀଙ୍କ ଅଭିଯୋଗର ଜବାବ ରଖିଛନ୍ତି ଯୋଗଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ (Supply Minister Atanu Sabyasachi Nayak) । ମନ୍ତ୍ରୀ କହିଛନ୍ତି ଯେ, କୋଭିଡ ସମୟରେ ମାଗଣା ଚାଉଳ ଦିଆଯାଉଥିଲା । ବର୍ତ୍ତମାନ ସମୟର ଆବଶ୍ୟକତା ଦେଖି ମୁଖ୍ୟମନ୍ତ୍ରୀ ପୁଣି ଥରେ ମାଗଣା ଚାଉଳ ଘୋଷଣା କରିଛନ୍ତି । ବର୍ଷ ତମାମ ସେଥିପାଇଁ 185 କୋଟି ଟଙ୍କା ମଧ୍ୟ ବ୍ୟୟ ହେବ । ନବୀନ ସରକାର କେବେ ନିର୍ବାଚନକୁ ଦେଖି କିଛି କରନ୍ତି ନାହିଁ ବୋଲି ସେ କହିଛନ୍ତି । ଲୋକଙ୍କ ବିକାଶ ପାଇଁ କାର୍ଯ୍ୟ କରାଯାଇଛି । ରାଜ୍ୟରେ ପ୍ରତ୍ୟେକ ଦିନ ବିକାଶ କାର୍ଯ୍ୟ ହେଉଛି । ପଦ୍ମପୁର ଉପନିର୍ବାଚନକୁ ନେଇ ଆଲୋଚନା ହେଉଥିଲା । ସେଠି ନିର୍ବାଚନ ସରିଲା ପରେ ମଧ୍ୟ କାମ ଚାଲିଛି । ନବୀନ ସରକାରରେ ବିକାଶର ଧାରା ଏକ ନିୟମିତ ପ୍ରକ୍ରିୟା । ଏ ହେଉଛି ସେବାର କଥା । ମାଇଲେଜ ପାଇଁ ରାଜ୍ୟ ସରକାର କେବେ କାମ କରନ୍ତି ନାହିଁ ବୋଲି ଅତନୁ କହିଛନ୍ତି ।

ଅପରପକ୍ଷେ ଆଜି ମାଗଣ ରାସନକୁ ନେଇ ଭୁବନେଶ୍ବରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ମୁହଁ ଖୋଲିଛନ୍ତି । ଧର୍ମେନ୍ଦ୍ର କହିଛନ୍ତି, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଓଡ଼ିଶାର ୩ କୋଟି ୨୫ ଲକ୍ଷ ହିତାଧିକାରୀଙ୍କୁ ମାଗଣାରେ ଚାଉଳ ପ୍ରଦାନ କରାଯାଉଛି । ଏହାର ଲାଭ ସଠିକ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ପାଇଁ ମୋଦି ସରକାର ନୂଆ ବ୍ୟବସ୍ଥା କରିଛନ୍ତି । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଦେଶର ୯୦ ରୁ ୯୫ ସିଂହ ଭାଗ ଦେଉଛି କେନ୍ଦ୍ର ସରକାର । ଅବଶିଷ୍ଟ ରାଜ୍ୟ ସରକାର ଦେଉଥିଲେ । କିନ୍ତୁ ବିତରଣ ବ୍ୟବସ୍ଥା ରାଜ୍ୟ ସରକାରଙ୍କ ପାଖରେ ଥିଲା । ଓଡ଼ିଶାରେ ସାଢେ ଚାରି କୋଟି ରୁ ୩ କୋଟି ୨୫ ଲକ୍ଷ ଲୋକ ସୁବିଧା ପାଉଥିଲେ । କେନ୍ଦ୍ର ସରକାରଙ୍କ ପକ୍ଷରୁ ୧ ଲକ୍ଷ ୮୭ ହଜାର ମେଟ୍ରିକ ଟନ ଚାଉଳ ରାଜ୍ୟକୁ ମିଳୁଛି । ବର୍ତ୍ତମାନ କେଜି ପିଛା ୩୭ ଟଙ୍କା ୮୮ ପଇସା ଖର୍ଚ୍ଚ ହେଉଛି । ଏଥିପାଇଁ ମାସିକ ୭୦୦ କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ବର୍ଷକୁ ୮୪୦୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କେନ୍ଦ୍ର ସରକାର।

ଦେଶରେ କୋଭିଡ କଟକଣା ସମୟରୁ କେନ୍ଦ୍ର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ରେ 80 କୋଟି ଲୋକଙ୍କୁ ମାଗଣା ରାସନ ଦେଉଛନ୍ତି । ଯାହାକୁ ପୁଣି ଏକ ବର୍ଷ ବୃଦ୍ଧି କରିଛନ୍ତି । କେନ୍ଦ୍ରୀୟ ଯୋଜନାରୁ ବାଦ ପଡିଥିବା ହିତାଧିକାରୀଙ୍କୁ ରାଜ୍ୟ ସରକାର ନିଜସ୍ବ ଯୋଜନାରେ ସାମିଲ କରିଛନ୍ତି । ଏପରି ସ୍ଥଳେ ଏବେ ଅପେକ୍ଷା ମାଗଣ ପଲିଟିକ୍ସ ନିର୍ବାଚନରେ କଣ ପ୍ରଭାବ ପକାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.