ETV Bharat / state

Odisha Budget 2023: ସ୍ବାସ୍ଥ୍ୟ ପାଇଁ ୧୬ହଜାର ୪୮କୋଟି ଟଙ୍କା ବ୍ୟୟ ବରାଦ, କମିବ ଆମ୍ବୁଲାନ୍ସ ପହଞ୍ଚିବା ସମୟ

author img

By

Published : Feb 24, 2023, 5:31 PM IST

Updated : Feb 24, 2023, 5:43 PM IST

ଚଳିତ ବଜେଟରେ ଜନସ୍ବାସ୍ଥ୍ୟ ସେବା ପାଇଁ ମୋଟ ୧୬ ହଜାର ୪୮ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ପ୍ରଥମ କରି ଆରମ୍ଭ ହେବ ଆମ ହସ୍ପିଟାଲ ଯୋଜନା । ଅଧିକ ପଢନ୍ତୁ

Odisha Budget 2023
Odisha Budget 2023

ଭୁବନେଶ୍ବର: ଆଜି ବିଧାନସଭାରେ ୨୦୨୨-୨୩ ବର୍ଷ ପାଇଁ ବିଭିନ୍ନ କ୍ଷେତ୍ରରେ ସାଧାରଣ ବଜେଟ ଉସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଚଳିତ ବର୍ଷ ସ୍ବାସ୍ଥ୍ୟ କ୍ଷେତ୍ର ପାଇଁ ବଜେଟରେ ବ୍ୟୟ ବରାଦ କରାଯାଇଛି । ଜନସ୍ବାସ୍ଥ୍ୟ ସେବା ପାଇଁ ମୋଟ ୧୬ ହଜାର ୪୮ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଯାହା ଗତ ଆର୍ଥିକ ବର୍ଷର ବ୍ୟୟ ବରାଦ ତୂଳନାରେ ୨୭ ପ୍ରତିଶତ ଅଧିକ ଅଟେ ଏବଂ ୨୦୧୭୦୧୮ ଆର୍ଥିକ ବର୍ଷର ଆବଣ୍ଟନ ପ୍ରାୟ ୩ ଗୁଣ ଅଟେ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ।

ବଜେଟରେ ଆହୁରି ମଧ୍ୟ କୁହାଯାଇଛି ଯେ, ଏହା ରାଜ୍ୟ ବଜେଟର ପ୍ରାୟ ୭ ପ୍ରତିଶତ ଅଟେ । ଏଥି ମଧ୍ୟରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରଶାସନିକ ବ୍ୟୟ ବରାଦ ବାବଦକୁ ୩ହଜାର ୭ଶହ କୋଟି ଟଙ୍କା ଏବଂ କାର୍ଯ୍ୟକ୍ରମ ବାବଦକୁ ୧୨ ହଜାର ୩୧ କୋଟି ଟଙ୍କା ଅନ୍ତର୍ଭୁକ୍ତ କରାଯାଇଛି । କାର୍ଯ୍ୟକ୍ରମ ବ୍ୟୟ ଅଧିନରେ ବ୍ୟୟ ବରାଦକୁ ଯଥେଷ୍ଟ ବୃଦ୍ଧି କରାଯାଇଛି । ଯାହାକି ୨୦୨୨-୨୩ ଆର୍ଥିକ ବର୍ଷର ବ୍ୟୟ ବରାଦଠାରୁ ୩୩ ପ୍ରତିଶତ ଅଧିକ ଅଟେ ।

ଆରମ୍ଭ ହେବ ଆମ ହସ୍ପିଟାଲ ଯୋଜନା: ସ୍ବାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ପାଇଁ ରାଜ୍ୟରେ ଆମ ହସ୍ପିଟାଲ ନାମକ ନୂତନ ଯୋଜନା ଆରମ୍ଭ ହେବାକୁ ଯାଉଛି । ଯେଉଁଥି ପାଇଁ ୭ ଶହ ୫୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଏଥିସହ ଏକ ବର୍ଷ ରେକର୍ଡ ଅବଧି ମଧ୍ୟରେ ୧ ଶହ ୪୭ ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ରୂପାନ୍ତରିତ କରିବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ଅର୍ଥମନ୍ତ୍ରୀ ।

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା: ସରକାରୀ ଡାକ୍ତରଖାନା ଗୁଡିକରେ ମାଗାଣା ଔଷଧ ଏବଂ ନିଦାନ ସେବା ଯୋଗାଣ ସହ ବିଏସକେଓ୍ବାଇ କାର୍ଡଧାରୀ ରୋଗୀଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବା ପାଇଁ ନିରାମୟ ଅଧିନରେ ୫ଶହ ୧୩ କୋଟି ଟଙ୍କା ନିଦାନ ଅଧିନରେ ୧ ଶହ ୪୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ସେହି ପରି ରାଜ୍ୟ ସ୍ବାସ୍ଥ୍ୟ ଭରସା ସୋସାଇଟି ଅଧୀନରେ ୨ହଜାର ୩ଶହ ୮୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସେବା ମିଶନ: ଏହି ମିଶନ ପାଇଁ ୩ ହଜାର ୩କୋଟି ଟଙ୍କାର ବ୍ୟୟ ବରାଦ ପ୍ରସ୍ତାବ ଦିଆୟାଇଛି । ଯେଉଁଥିରେ ଏସସିବି ପୁନଃବିକାଶ କାର୍ଯ୍ୟକ୍ରମ ପାଇଁ ୧ହଜାର ୪ ଶହ କୋଟି ଟଙ୍କା ଅନ୍ତର୍ଭୁକ୍ତ । ସେହିପରି ଡାଏଟ ପାଇଁ ୭୧ କୋଟି ଟଙ୍କା , ନିର୍ମଳ ଅଧିନରେ ନିରାପତ୍ତା, ପରିମଳ ବ୍ୟବସ୍ଥା ,ସଫେଇ ଏବଂ ରକ୍ଷଣାବେକ୍ଷଣ ପାଇଁ ସେବା ଆଉଟ ସୋର୍ସିଂ ବାବଜରେ ୬ ଶହ ୪୬ କୋଟି ଟଙ୍କା ଓ ଉପକରଣ ପାଇଁ ୧ ଶହ ୧୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ଆମ୍ବୁଲାନ୍ସ ସେବା: ଚଳିତ ବଜେଟରେ ଆମ୍ବୁଲାନ୍ସ ସେବାକୁ ଗୁରୁତ୍ବ ଦିଆଯାଇଛି । ରୋଗୀଙ୍କ ନିକଟରେ ଆମ୍ବୁଲାନ୍ସ ପହଞ୍ଚିବା ପାଇଁ ୩୦ ମିନିଟ ସମୟ ଲାଗୁଥିବା ବେଳେ ଏହାକୁ ୨୦ ମିନିଟକୁ ହ୍ରାସ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥି ପାଇଁ ଯାନ ସଂଖ୍ୟାରେ ୨ ଶହ ୩୬ କୋଟି ନୂତନ ଆମ୍ବୁଲାନ୍ସ ଅନ୍ତର୍ଭୁକ୍ତ କରିବାକୁ ପ୍ରସ୍ତାବ ଦିଆଯାଇଛି । ଯେଉଁଥି ପାଇଁ ୨ ଶହ ୫୦ କୋଟି ଟଙ୍କା ବ୍ୟବରାଦ ହୋଇଛି ।

ସେହିପରି ଓଡିଶା ବ୍ୟାପକ କର୍କଟ ଚିକିତ୍ସା ଯୋଜନା ପାଇଁ ଚଳିତ ବଜେଟରେ ୨ ଶହ ୧୧କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଜନସ୍ବାସ୍ଥ୍ୟ ମିଶନ ପାଇଁ ୨ହଜାର ୨ ଶହ ୮୯ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ସେହିପରି ସମସ୍ତ ଚିକିତ୍ସାଳୟରେ ୫ ହଜାରରୁ ଅଧିକ ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବା ନେଇ ଆଶା କରାଯାଉଥିବା କହିଛନ୍ତି ଅର୍ଥମନ୍ତ୍ରୀ ।

Last Updated :Feb 24, 2023, 5:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.