ETV Bharat / state

ଧରା ପଡ଼ିଲା ନକଲି ଭିଜିଲାନ୍ସ ଅଫିସର, ଚଢାଉ ଧମକ ଦେଇ ଟଙ୍କା ଲୁଟୁଥିଲା

author img

By

Published : May 8, 2023, 11:51 AM IST

stf arrested fake vigilance officer
stf arrested fake vigilance officer

ଭିଜିଲାନ୍ସ ଅଫିସର କହି ଟଙ୍କା ଠକୁଥିଲା ଠକ । ଏସଟିଏଫ ହାତରେ ଧରାପଡ଼ିଲା ନକଲି ଭିଜିଲାନ୍ସ ଅଫିସର । ଅଧିକ ପଢନ୍ତୁ

ଧରା ପଡ଼ିଲା ନକଲି ଭିଜିଲାନ୍ସ ଅଫିସର

ଭୁବନେଶ୍ବର: ଉଚ୍ଚଶିକ୍ଷିତ ନକଲି ଭିଜିଲାନ୍ସ ଅଫିସର । ପାଠ ପଢିଛନ୍ତି ପିଏଚଡି, କିନ୍ତୁ ନିଶା ଟଙ୍କା ଠକେଇ କରିବା । ନିଜକୁ ଭିଜିଲାନ୍ସ ଅଫିସର ପରିଚୟ ଦେଇ ବଡ଼ ବଡ଼ ସରକାରୀ ଅଧିକାରୀଙ୍କୁ ଚଢାଉର ଭୟ ଦେଖାଇ ଚୂନ ଲଗାଉଥିଲେ ପୁରୀ ଜିଲ୍ଲାର ବିନୋଦ ମାଝି । ଶେଷରେ ଏସଟିଏଫ ହାତରେ ଧରାପଡିଛି ଏହି ଠକ । ଜଣେ ଆଡିସିନାଲ ଚିଫ୍‌ ଇଞ୍ଜିନିୟରଙ୍କୁ ଭିଜିଲାନ୍ସ ଚଢ଼ାଉର ଭୟ ଦେଖାଇ 1 କୋଟି ଟଙ୍କା ଲାଞ୍ଚ ମାଗିବା ବେଳେ ଏସ୍‌ଟିଏଫ୍‌ ଏହି ହାଇପ୍ରୋଫାଇଲ ଠକକୁ ଗିରଫ କରିଛି । ଏସଟିଏଫ ଅଭିଯୁକ୍ତର ଘରେ ଏସ୍‌ଟିଏଫ୍‌ ଚଢାଉ କରି ବହୁ ଆଇକାର୍ଡ ଜବତ କରିଛି । ଚାକିରି କରାଇ ଦେବା ନାଁରେ ଅଭିଯୁକ୍ତ ଜଣଙ୍କ ଅନେକଙ୍କୁ ଠକିଥିବା ମଧ୍ୟ ସୂଚନା ମିଳିଛି ।

ଏସଟିଏଫ ଏସପିଙ୍କ ସୂଚନା ଅନୁଯାୟୀ, "ଠକ ଜଣକ ନିଜକୁ ଜଣେ ସରକାରୀ କର୍ମଚାରୀ କହି ଟଙ୍କା ଠକେଇ କରୁଥିଲା । ନିଜକୁ ଭିଜିଲାନ୍ସର ଏସ୍‌ପି ଭାବେ ପରିଚୟ ଦେଇ ଅନେକ ସରକାରୀ ଅଧିକାରୀଙ୍କୁ ଫୋନ୍‌ କରୁଥିଲେ। ପରେ ଭିଜିଲାନ୍ସ ଚଢ଼ାଉ ଧମକ ଦେଉଥିଲେ । କଣ୍ଟ୍ରାକ୍ଟରଠାରୁ ଆରମ୍ଭ କରି ଇଞ୍ଜିନିୟର ଓ ବହୁ ବଡ଼ବଡ଼ ସରକାରୀ ଅଧିକାରୀଙ୍କୁ ଫୋନ୍‌ କରି କାହାର କେଉଁଠି କେତେ ସମ୍ପତ୍ତି ରହିଛି କହି ରେଡ୍‌ କରିବାର ଧମକ ଦେଖାଇ ବଟି ଆଦାୟ କରୁଥିଲେ । ଏହିପରି ଢଙ୍ଗରେ ରାଜ୍ୟର ଏକାଧିକ ଜିଲ୍ଲାରେ ବହୁ ସରକାରୀ ଅଧିକାରୀଙ୍କୁ ଚୁନ ଲଗାଇ ଲକ୍ଷଲକ୍ଷ ଟଙ୍କା ଠକି ନେଇଛନ୍ତି । ଜଣେ ଆଡିସିନାଲ ଚିଫ୍‌ ଇଞ୍ଜିନିୟରକୁ ସମାନ ଭାବରେ ଚଢାଉର ଭୟ ଦେଖା 1 କୋଟି ଲାଞ୍ଚ ମାଗିଥିଲା ଅଭିଯୁକ୍ତ। ଏନେଇ ଖବର ପାଇ ଏସଟିଏଫ ରେଡ୍‌ କରି ଅଭିଯୁକ୍ତକୁ ଗିରଫ କରାଯାଇଛି ।"

ଅଭିଯୁକ୍ତ ଜଣଙ୍କ ଭିଡିଲାନ୍ସର ଭୟ ଦେଖାଇବା ପୂର୍ବରୁ କିଛି ସରକାରୀ କର୍ମଚାରୀଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ଥିଲା ତାର‌ ନିତିଦିନିଆ କାର୍ଯ୍ୟ । ସରକାରୀ ଅଧିକାରୀଙ୍କୁ ଚୂନ ଲଗାଇ ଆଣିଥିବା ଟଙ୍କାରେ ଅୟସ ଆରାମ କରିବା ସହ ଟଙ୍କା ଠକେଇ ପାଇଁ ଲୋକାଲ ଏଜେଣ୍ଟଙ୍କୁ ସୋର୍ସ ଭାବେ ବ୍ୟବହାର କରୁଥିଲା ଅଭିଯୁକ୍ତ । ବର୍ତ୍ତମାନ ଅଭିଯୁକ୍ତକୁ ରିମାଣ୍ଡରେ ନେଇ ଠକ ନେଟୱର୍କର ଚେର ଖୋଜିବ ଏସଟିଏଫ । ଗିରଫ ଅଭିଯୁକ୍ତ ମନୋଜ କୁମାର‌ ମାଝୀଙ୍କ ଘର ଫୁଲବରି ଟିଟିପା କୃଷ୍ଣପ୍ରସାଦ ଅଞ୍ଚଳରେ । ସେ ସମ୍ବଲପୁର ବିଶ୍ବବିଦ୍ୟାଳୟରେ ପିଏଚଡ଼ି ସହ, କେମିଷ୍ଟ୍ରିରେ ମଧ୍ୟ ସ୍ନାତକୋତ୍ତର କରିଛନ୍ତି ।

ତେବେ ଏପରି ଘଟଣା ନୂଆ ନୁହେଁ ପୁର୍ବରୁ ନକଲି ସ୍ପେଶାଲ୍‌ ସ୍କ୍ବାଡ୍‌ ପରିଚୟ ଦେଇ ହାଇଓ୍ବା ଗାଡ଼ିକୁ ଅଟକାଇ ଟଙ୍କା ଠଖେଇ କରୁଥିଲେ ଠକ । କମିଶନରେଟ ପୋଲିସ ଏନେଇ ଖବର ପାଇବା ପରେ ଠକ ଜଣଙ୍କୁ ଗିରଫ କରିଥିଲା । ନିଜକୁ ପୋଲିସର ପରିଚୟ‌ ଦେଇ ଠକାମି ବା ବଟି ଆଦାୟ କରୁଥିଲେ ଗିରଫ ଅଭିଯୁକ୍ତ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.