ETV Bharat / state

ଧରାପଡ଼ିଲା ଧୂର୍ତ୍ତ ଅନଲାଇନ ଠକ, RBI ଗଭର୍ଣ୍ଣରଙ୍କ ଜାଲ ଦସ୍ତଖତରେ କୋଟି କୋଟି ଟଙ୍କା ଠକେଇ

author img

By

Published : Apr 8, 2023, 7:10 AM IST

ବାଲେଶ୍ବରରୁ ଧୂର୍ତ୍ତ ଅନଲାଇନ ଠକ ଗିରଫ । ଅନଲାଇନ ମାଧ୍ୟମରେ ୮୦ ହଜାରରୁ ଅଧିକ ଲୋକଙ୍କ ଠାରୁ କୋଟିକୋଟି ଟଙ୍କାର ଠକେଇ କରିଥିବା ଅଭିଯୋଗ । ଅଧିକ ପଢ଼ନ୍ତୁ

accused arrested by eow in balasore
ବାଲେଶ୍ବରରୁ ଧୂର୍ତ୍ତ ଅନଲାଇନ ଠକ ଗିରଫ

ବାଲେଶ୍ବରରୁ ଧୂର୍ତ୍ତ ଅନଲାଇନ ଠକ ଗିରଫ

ଭୁବନେଶ୍ବର: ଫିନାଇଲ ବିକାଳିରୁ ସାଜିଥିଲେ ଅନଲାଇନ ପୁଞ୍ଜି ସ୍କାମର ସର୍ଦ୍ଦାର । ନିଜକୁ କ୍ଲାଉଡ୍ ଫଟ୍ ଆପର ସାର୍ଟିଫାଏଡ ଡିଷ୍ଟ୍ରିକ୍ଟ ହେଡ କହି ଜମାକାରୀଙ୍କୁ ଲଗାଉଥିଲେ ଚୂନ । ଅନଲାଇନ ପୁଞ୍ଜି ନିବେଶ ଆଳ ଦେଖାଇ ବାଲେଶ୍ବରରେ ୨୦୦ରୁ ଊର୍ଦ୍ଧ୍ବ ଜମାକାରୀଙ୍କ ଠାରୁ କୋଟି କୋଟି ଟଙ୍କାର ଠକେଇ କରୁଥିଲେ । ବାଲେଶ୍ବରରୁ ଏହି ଧୂର୍ତ୍ତ ଠକକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲୁ । ଗିରଫ ବ୍ୟକ୍ତି ଜଣକ ହେଉଛନ୍ତି ନୀତେଶ କର । ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ କରି ୪ ଦିନିଆ ରିମାଣ୍ଡରେ ଆଣିଛି ଅର୍ଥନୈତିକ ଅପରାଧ ଶାଖା ।

କ୍ରାଇମବ୍ରାଞ୍ଚ ଇଓଡବ୍ଲୁର ସୂଚନା ଅନୁଯାୟୀ, ନୀତେଶ ବିଭିନ୍ନ ଅନଲାଇନ ପୁଞ୍ଜି ନିବେଶ ଆଳରେ ଲୋଭନୀୟ ଅଫରର ପ୍ରମୋସନ କରୁଥିଲେ । ଲୋକଙ୍କୁ କମ୍ବଳ ଓ ଶୀତବସ୍ତ୍ର ବଣ୍ଟନ କରି କମ୍ପାନୀର ପ୍ରଥମେ ପ୍ରମୋସନ କରିଥିଲେ । ଏହାପରେ କ୍ଲାଉଡ ଫଟ୍ ନାଁରେ ଟଙ୍କା ନିବେଶ କଲେ ପ୍ରଥମେ ରେଜିଷ୍ଟ୍ରେସନ ଓ ପରେ ଅନ୍ୟକୁ ରେଜିଷ୍ଟ୍ରେସନ ପାଇଁ ମୁନାଫା ସହ ନିତିଦିନ ୪୦ଟଙ୍କା ମିଳିବ ବୋଲି ଲୋଭ ଦେଖାଇଥିଲେ । ପୁଞ୍ଜି ନିବେଶ ପାଇଁ ବିଭିନ୍ନ ସଭା ସମିତି କରି ଲୋକଙ୍କୁ ପ୍ରଲୋଭିତ କରାଉଥିଲେ । ଲୋକେ ମଧ୍ୟ ଏଥିରେ ଲକ୍ଷ ଲକ୍ଷ ଟଙ୍କା ନିବେଶ କରିଥିଲେ । ପ୍ରଥମେ ପ୍ରଥମେ ରିଟର୍ଣ୍ଣ ଦିଆଯାଇ ଥିବାବେଳେ ପରବର୍ତ୍ତୀ ସମୟରେ ରିଟର୍ଣ୍ଣ ନଦେଇ ସବୁ ଟଙ୍କା ନେଇ ଫେରାର ହେଉଥିଲେ । ଏହିପରି ଢଙ୍ଗରେ ବାଲେଶ୍ବରରୁ ୨୦୦ରୁ ଊର୍ଦ୍ଧ୍ବ ଜମାକାରୀ ଏବଂ ପରେ ଦେଶରୁ ୮୦ହଜାରରୁ ଊର୍ଦ୍ଧ୍ବ ଜମାକାରୀଙ୍କଠାରୁ କୋଟି କୋଟି ଟଙ୍କା ଠକିନେଇ ଚୂନ ଲଗାଉଥିଲେ ।

ବାଲେଶ୍ବରରର ମହାମାନ୍ୟ ଜେନା ନାମକ ଜଣେ ବ୍ୟକ୍ତି ୨ ଲକ୍ଷ ଟଙ୍କାର ଠକେଇ ହୋଇଥିବା ନେଇ ଇଓଡବ୍ଲୁରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ତଦନ୍ତ କରି ବାଲେଶ୍ବରରୁ ଏହି ଠକକୁ ଗିରଫ କରିଥିଲା ଇଓଡବ୍ଲୁ । ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ କରି ୪ ଦିନିଆ ରିମାଣ୍ଡରେ ଆଣିଛି ଅର୍ଥନୈତିକ ଅପରାଧ ଶାଖା । ଏହି ଘଟଣା ନେଇ ସାମ୍ବାଦିକ ସମ୍ମିଳନୀ ଯୋଗେ ଇଓଡବ୍ଲୁ ଏସପି କହିଛନ୍ତି, " ଏହି ସଂସ୍ଥା ନିଜକୁ ଆମେରିକାର ସଂସ୍ଥା ବୋଲି ପ୍ରମୋସନ କରୁଥିଲା ଏବଂ ଲୋକଙ୍କୁ ବିଶ୍ବାସ ଜନ୍ମାଇ ଟଙ୍କା ହଡ଼ପ କରୁଥିଲା । ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କ ନକଲି ଦସ୍ତଖତ ଦେଖାଇ ଜାଲ ପ୍ରମାଣପତ୍ର ଆଧାରରେ ଲୋକଙ୍କୁ ଠକେଇ କରୁଥିଲେ । ତେବେ ହଡ଼ପ ହୋଇଥିବା ଟଙ୍କା କେଉଁଆଡେ ବିନିଯୋଗ ହୋଇଛି ଏବଂ କେଉଁମାନେ ଏଥିରେ ସାମିଲ ଅଛନ୍ତି, ତାହାର ତଦନ୍ତ ଚାଲୁଛି । ଅସଲରେ ଠକେଇ ଟଙ୍କାର ଚେରା କେତେ ଆଡ଼କୁ ଲମ୍ବିଛି ଏହିସବୁ ଟଙ୍କାରେ ଆନ୍ତର୍ଜାତିକ ଲିଙ୍କ ଓ ଏମାନଙ୍କ ଅପର ଡିଜାଇନର ଓ ସିକ୍ୟୁରିଟି ଡୋମେନ କ୍ରିଏଟର କିଏ ରହିଛନ୍ତି ସେନେଇ ତଦନ୍ତ କରାଯାଉଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.