ETV Bharat / state

କାଲିଠୁ ରିମାଣ୍ଡରେ ଯିବେ ଅର୍ଚ୍ଚନା, ୭ଦିନ ପାଇଁ EDକୁ ମିଳିଲା ଅନୁମତି

author img

By

Published : Dec 5, 2022, 8:45 PM IST

ମଙ୍ଗଳବାରଠାରୁ ରିମାଣ୍ଡରେ ଯିବେ ଅର୍ଚ୍ଚନା, ୭ ଦିନିଆ ରିମାଣ୍ଡ ପାଇଁ EDକୁ ମିଳିଲା ଅନୁମତି
ମଙ୍ଗଳବାରଠାରୁ ରିମାଣ୍ଡରେ ଯିବେ ଅର୍ଚ୍ଚନା, ୭ ଦିନିଆ ରିମାଣ୍ଡ ପାଇଁ EDକୁ ମିଳିଲା ଅନୁମତି

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ମଙ୍ଗଳବାରଠାରୁ ୭ ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଦୌରାଜଜ । ପ୍ରଡକ୍ସନ ପିଟିସନ ଆଧାରରେ କୋର୍ଟରେ ହାଜର ହେବା ସମୟରେ ଅର୍ଚ୍ଚନାଙ୍କୁ ୧୫ ଦିନ ପାଇଁ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ED । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ଅର୍ଚ୍ଚନା ନାଗଙ୍କୁ ରିମାଣ୍ଡରେ ନେବ ପ୍ରବର୍ତ୍ତନ ନିର୍ଦେଶାଳୟ । ଅନୁମତି ଦେଲେ କୋର୍ଟ । ୭ ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଦୌରାଜଜ । ପ୍ରଡକ୍ସନ ପିଟିସନ ଆଧାରରେ କୋର୍ଟରେ ହାଜର ହେବା ସମୟରେ ଅର୍ଚ୍ଚନାଙ୍କୁ ୧୫ ଦିନ ପାଇଁ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ED । ତେବେ ଆବେଦନ ଉପରେ ଶୁଣାଣି କରି ୭ ଦିନ‌ ପାଇଁ ଅନୁମତି ଦେଇଛନ୍ତି କୋର୍ଟ ।

କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆସନ୍ତାକାଲି (ମଙ୍ଗଳବାର) ଠାରୁ ରିମାଣ୍ଡରେ ଯିବେ ଅର୍ଚ୍ଚନା । ଏଥିପାଇଁ ଜେଲ୍‌ରେ ରିମାଣ୍ଡ ଅର୍ଡର ଦାଖଲ ପରେ ହିଁ ମଙ୍ଗଳବାର ED କଷ୍ଟଡିକୁ ଯିବେ ଅର୍ଚ୍ଚନା । ତେବେ ଅର୍ଚ୍ଚନାଙ୍କ ପକ୍ଷରୁ ରିମାଣ୍ଡ ବେଳେ ତାଙ୍କ ସହ ତାଙ୍କ ଓକିଲ ଉପସ୍ଥିତ ରହିବା ନେଇ ଆବେଦନ ହୋଇଥିଲା । କିନ୍ତୁ ଏନେଇ କୋର୍ଟଙ୍କ ପକ୍ଷରୁ କୌଣସି ଅନୁମତି ମିଳିନାହିଁ । ୧୯୭୮ ମସିହା ନନ୍ଦିନୀ ଶତପଥିଙ୍କ କେସ ଆଧାରରେ ଯୁକ୍ତି ରଖି ଅର୍ଚ୍ଚନାଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଦୃଷ୍ଟିରୁ ତାଙ୍କୁ ରିମାଣ୍ଡ ସମୟରେ ପାଖରେ ରହିବାକୁ ଅନୁମତି ମାଗିଥିଲେ ତାଙ୍କ ଓକିଲ ଜୟଦୀପ ପାଲ ।

ତେବେ ଆଜି (ସୋମବାର) ଲେଡି ବ୍ଲାକମେଲର ଅର୍ଚ୍ଚନା ପ୍ରଡକ୍ସନ ପିଟିସନ ଆଧାରରେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ହାଜର ହୋଇଥିଲେ । ଏନେଇ ଝାରପଡା ଜେଲରୁ ସ୍ବତନ୍ତ୍ର ଏସକର୍ଟ ଜରିଆରେ କୋର୍ଟରେ ହାଜର କରାଯାଇଥିଲା । କୋର୍ଟରେ ହାଜର ସମୟରେ କାନ୍ଦି ପକାଇଥିଲେ ଅର୍ଚ୍ଚନା । ଜଜଙ୍କ ଆଗରେ ତାଙ୍କ କଥା ଶୁଣିବାକୁ କାନ୍ଦି କାନ୍ଦି ଅନୁରୋଧ କରିଥିଲେ । ପରେ କୋର୍ଟ ଯାହା କହିବା କଥା ଓକିଲଙ୍କ ଜରିଆରେ କହିବାକୁ କହିଥିଲେ‌ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.