ETV Bharat / state

ଜରପଡା ଷ୍ଟେସନ ନିକଟରେ ହାତୀ ମୃତ୍ୟୁ ପ୍ରସଙ୍ଗ, ସ୍ପଷ୍ଟୀକରଣ ରଖିଲା ପୂର୍ବତଟ ରେଳପଥ

author img

By

Published : Apr 10, 2023, 7:14 AM IST

ହାତୀ ମୃତ୍ୟୁ ନେଇ ପୂର୍ବତଟ ରେଳପଥ ସ୍ପଷ୍ଟୀକରଣ
ହାତୀ ମୃତ୍ୟୁ ନେଇ ପୂର୍ବତଟ ରେଳପଥ ସ୍ପଷ୍ଟୀକରଣ

ଗତ ଏପ୍ରିଲ ୬ ତାରିଖ ରାତିରେ ଅନୁଗୁଳ-ସମ୍ବଲପୁର ରେଳ ସେକ୍ସନରେ ବୋଇଣ୍ଡା ଏବଂ ଜରପଡା ଷ୍ଟେସନ ମଧ୍ୟରେ ଟ୍ରେନ ଧକାରେ ଏକ ହାତୀର ମୃତ୍ୟୁ ଘଟିଥିଲା । ତେବେ ଏନେଇ ପୂର୍ବତଟ ରେଳପଥ ସ୍ପଷ୍ଟୀକରଣ ରଖିଛି । ରେଳବାଇ ଏବଂ ଜଙ୍ଗଲ ବିଭାଗ ମଧ୍ୟରେ ସମନ୍ବୟ ଅଭାବରୁ ଏଭଳି ଘଟିଥିବା ବିଭାଗ ମତ ରଖିଛି । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ଜରପଡା ନିକଟରେ ହାତୀ ମୃତ୍ୟୁ ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିଲା ପୂର୍ବତଟ ରେଳପଥ । ଗତ ଏପ୍ରିଲ ୬ ତାରିଖ ରାତିରେ ଅନୁଗୁଳ-ସମ୍ବଲପୁର ରେଳ ସେକ୍ସନରେ ବୋଇଣ୍ଡା ଏବଂ ଜରପଡା ଷ୍ଟେସନ ମଧ୍ୟରେ ଟ୍ରେନ ଦୁର୍ଘଟଣାରେ ଏକ ହାତୀ ପ୍ରାଣ ହରାଇଥିଲା । ତେବେ ରେଳବାଇ ଏବଂ ଜଙ୍ଗଲ ବିଭାଗ ମଧ୍ୟରେ ସମନ୍ବୟ ଅଭାବରୁ ଏଭଳି ଘଟଣା ଘଟିଥିବା ଗଣମାଧ୍ୟମ ପ୍ରକାଶ କରିଛନ୍ତି ପୂର୍ବତଟ ରେଳପଥ ।

ରେଲୱେ ଟ୍ରାକରେ ଚଳପ୍ରଚଳ କରୁଥିବା ବନ୍ୟଜନ୍ତୁ ମାନେ ଯେପରି ଭାବରେ ସୁରକ୍ଷିତ ରହିବେ, ସେଥିପାଇଁ ସମ୍ବଲପୁର ଏବଂ ଖୋର୍ଦ୍ଧା ରୋଡ ରେଳ ମଣ୍ଡଳ ମୁଖ୍ୟାଳୟରେ ୱାଇଲ୍ଡ ଲାଇଫ କଣ୍ଟ୍ରୋଲ ସେଲ କାର୍ଯ୍ୟ କରୁଛି । ଯାହା ହାତୀମାନଙ୍କର ଗତିବିଧି ସମ୍ବନ୍ଧରେ ରେଳ ମଣ୍ଡଳ କଣ୍ଟ୍ରୋଲକୁ ସୂଚନା ପ୍ରଦାନ କରିଥାଏ । ଏହାଦ୍ବାରା ଟ୍ରେନ ଟ୍ରାକ୍ ପାଖରେ ଚଳପ୍ରଚଳ କରୁଥିବା ବନ୍ୟଜନ୍ତୁ, ବିଶେଷ ଭାବେ ହାତୀ ମାନଙ୍କର ଗତିବିଧିକୁ ଦୃଷ୍ଟିରେ ରଖି ସେହି ସ୍ଥାନଗୁଡିକରେ ଟ୍ରେନ ଗୁଡିକର ବେଗକୁ କମ କରାଇବା ସହିତ ହର୍ଣ୍ଣ ବଜାଇଥାଏ । ଯାହାଦ୍ବାରା ଦୁର୍ଘଟଣାରୁ ବନ୍ୟଜନ୍ତୁ ବର୍ତ୍ତି ଯାଇପାରିବେ ।

ତେବେ ଏହି ଘଟଣାରେ ସମ୍ବଲପୁର ରେଳ ମଣ୍ଡଳ ଠାରେ ଥିବା ବନ ବିଭାଗ ଦ୍ବାରା ପରିଚାଳିତ ୱାଇଲ୍ଡ ଲାଇଫ୍ କଣ୍ଟ୍ରୋଲ୍ ସେଲ୍ ଏପ୍ରିଲ ୬ ତାରିଖ ସନ୍ଧ୍ୟା ୬ଟା ୩୦ ମିନିଟରେ ଟ୍ରେନ୍ ଚଳାଚଳର ପ୍ରତିବନ୍ଧକ ସମ୍ବନ୍ଧରେ ରେଳ ମଣ୍ଡଳର ଟ୍ରେନ କଣ୍ଟ୍ରୋଲ କାର୍ଯ୍ୟାଳୟକୁ ଏକ ମେମୋ ଦ୍ବାରା ଜଣାଇ ଦିଆଯାଇଥିଲା । ଏଥିରେ ଉଲ୍ଲେଖ ରହିଥିଲା ଯେ, ହାତୀଙ୍କ ଗତିବିଧିକୁ ଦୃଷ୍ଟିରେ ରଖି ବୋଇଣ୍ଡା ଏବଂ ଜାରପଡା ଷ୍ଟେସନ୍ ମଧ୍ୟରେ ୬ ଏପ୍ରିଲ ସନ୍ଧ୍ୟା ୬.୩୦ରୁ ଏପ୍ରିଲ ୭ ତାରିଖ ସକାଳ ୬.୩୦ ପର୍ଯ୍ୟନ୍ତ ଟ୍ରେନ୍ ସର୍ବାଧିକ ଘଣ୍ଟାପ୍ରତି ୫୦ କିମି ବେଗରେ ଚଳାଚଳ ସୀମିତ ରହିବା ଆବଶ୍ୟକ । ତେବେ ଏହି ସୂଚନା ପାଇବା ପରେ ରେଳବାଇ ଆବଶ୍ୟକ ପଦକ୍ଷେପ ନେଇଥିଲା ।

ଏହା ମଧ୍ୟ ପଢନ୍ତୁ: ଦନ୍ତାର ଜୀବନ ନେଲା ଲୌହ ଦାନବ

ଅନ୍ୟପଟେ ଜଙ୍ଗଲ ବିଭାଗର ମେମୋ ଅନୁଯାୟୀ ଏହି ଘଟଣା ଉପରୋକ୍ତ ଅଞ୍ଚଳ ବାହାରେ ଅର୍ଥାତ ରାତି ପ୍ରାୟ ୯ଟା ୨୧ ମିନିଟରେ ଘଟିଛି । ୨୦୮୩୨ ସମ୍ବଲପୁର-ସାଲିମାର ମହିମା ଗୋସାଇଁ ଏକ୍ସପ୍ରେସ ସମ୍ବଲପୁର-ଅନୁଗୋଳ ରେଳ ସେକ୍ସନର ବୋଇଣ୍ଡା ଠାରୁ ଜରପଡା ରେଳ ଷ୍ଟେସନ ମଧ୍ୟରେ ଉପରୋକ୍ତ ବେଗ ସୀମା ବଜାୟ ରଖିବା ସହିତ ହର୍ନ ବଜାଇବା ଏବଂ ସମସ୍ତ ସତର୍କତା ଅବଲମ୍ବନ କରାଯାଇଥିଲା ।

ଏହି ଘଟଣା ପରେ ଲୋକୋ ପାଇଲଟ୍ ଘଟଣାସ୍ଥଳ ଯାଞ୍ଚ କରି ରାତି ୯ଟା ୪୯ରେ ଜରପଡା ଷ୍ଟେସନକୁ ଯାଇ ୯ଟା ୫୨ରେ ଷ୍ଟେସନ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ପରବର୍ତ୍ତୀ ସମୟରେ ରେଳ ଟ୍ରାକ୍ ଯାଞ୍ଚ କରାଯାଇଥିଲା । ରାତି ୧୦ଟା ୩୩ରେ ଟ୍ରେନ୍ ଚଳାଚଳ ପାଇଁ ଅନୁମତି ଦିଆଯାଇଥିଲା । ତେବେ ଏହାପରେ ଏପ୍ରିଲ ୭ ତାରିଖରେ ରେଳ ଟ୍ରାକରୁ ହାତୀର ମୃତଦେହ ହଟାଇବା ପାଇଁ ଜଙ୍ଗଲ ଏବଂ ବନ୍ୟପ୍ରାଣୀ ବିଭାଗର ଏକ ଟିମ୍ ଘଟଣାସ୍ଥଳ ପରିଦର୍ଶନ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.