ETV Bharat / state

ଦନ୍ତାର ଜୀବନ ନେଲା ଲୌହ ଦାନବ

author img

By

Published : Apr 7, 2023, 8:30 AM IST

Updated : Apr 7, 2023, 8:46 AM IST

ରେଳ ଧାରଣା ପାର ହେଉଥିବା ବେଳେ ଦନ୍ତା ହାତୀ ଉପରେ ମାଡି ଗଲା ଟ୍ରେନ । ଘଟଣାସ୍ଥଳରେ ଆଖି ବୁଜିଲା ଦନ୍ତା ହାତୀ । ଅଧିକ ପଢନ୍ତୁ

elephant died after train accident
elephant died after train accident

elephant died after train accident

ଅନୁଗୋଳ: ପୁଣି ଆଖି ବୁଜିଲା ଆଉ ଏକ ଦନ୍ତା ହାତୀ । ଟ୍ରେନ ଧକ୍କାରେ ଏକ ଦନ୍ତାହାତୀର ମୃତ୍ୟୁ ହୋଇଥିଲା ସୂଚନା ମିଳିଛି । ଏଭଳି ଘଟିଛି ଅନୁଗୋଳ ଜିଲ୍ଲା ଜରପଡା ବନାଞ୍ଚଳ ଦୁର୍ଗାପୁର ନିକଟରେ । ରେଳ ଧାରଣା ପାର ହେଉଥିବା ବେଳେ ସମ୍ବଲପୁର-ହାବଡା ମହିମା ଗୋସାଇଁ ଏକ୍ସପ୍ରେସ ଧକ୍କା ଦେବାରୁ ହାତୀଟିର ମୃତ୍ୟୁ ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ, ମୃତ ଦନ୍ତା ହାତୀଟି ଜେରେଙ୍ଗ ଗାଁ ଓ ଆଖପାଖ ଅଞ୍ଚଳରେ ପଶି ବ୍ୟାପକ କ୍ଷୟକ୍ଷତି କରୁଥିଲା । ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ ଗ୍ରାମବାସୀ । ଗ୍ରାମରୁ ହାତୀକୁ ଘଉଡାଇବା ପାଇଁ ଗ୍ରାମବାସୀ ବନ ବିଭାଗକୁ ଜଣାଇଥିଲେ । ଏହାପରେ ଗତକାଲି (ଗୁରୁବାର) ରାତିର ବନ ବିଭାଗ ହାତୀଟିକୁ ଘଉଡ଼ାଇବାକୁ ଉଦ୍ୟମ କରିଥିଲା । କିନ୍ତୁ ହାତୀଟି ଦୌଡି ପଳାଇବାକୁ ଉଦ୍ୟମ କରୁଥିବା କରି ରେଳ ଧାରଣା ପାର ହେଉଥିଲା । ଏହି ସମୟରେ ସମ୍ବଲପୁର-ହାବଡା ମହିମା ଗୋସାଇଁ ଏକ୍ସପ୍ରେସ ହାତୀଟିକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ହାତୀଟିର ମୃତ୍ୟୁ ହୋଇଥିଲା ।

ଏନେଇ ଖବର ପାଇବା ପରେ ତୁରନ୍ତ ଘଟଣାସ୍ଥଳରେ ସ୍ଥାନୀୟ ରେଞ୍ଜ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ କଥା ହେଉଛି ଯେଉଁ ସ୍ଥାନରେ ହାତୀ ଦୁର୍ଘଟଣା ଘଟିଛି ସେଇ ସ୍ଥାନ ଦେଇ ପ୍ରତି ଦିନ ହାତୀ ରେଳ ଲାଇନ ଅତିକ୍ରମ କରନ୍ତି । ଏନେଇ ରେଳ ବିଭାଗକୁ ଅବଗତ କରାଯାଇଛି । ପୂର୍ବରୁ ସହି ସ୍ଥାନରେ ଟ୍ରେନର ଗତି କମାଇବା କିମ୍ବା ଅଣ୍ଡର ପାସ ପାଇଁ ବ୍ୟବସ୍ଥା କରିବା ପାଇଁ ରେଳ ବିଭାଗକୁ ଅବଗତ କରାଇ ଥିଲେ ବି କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବାରୁ ଏଭଳି ଅଘଟଣ ଘଟିଥିବା ଚର୍ଚ୍ଚା ହେଉଛି । ଆଜି ରେଳ ବିଭାଗର ବରିଷ୍ଠ ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରିବେ । ପୂର୍ବରୁ ମଧ୍ୟ କିଛି ବର୍ଷ ତଳେ ଢେଙ୍କାନାଳ ଜିଲ୍ଲାରେ ମଧ୍ୟ ଏହିଭଳି ଟ୍ରେନ ଦୁର୍ଘଟଣାରେ ତିନୋଟି ହାତୀଙ୍କ ଜୀବନ ଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-ଗୋଷ୍ଠୀ ସଂଘର୍ଷ ରୋକିବା ଉଦ୍ଦେଶ୍ୟ, ଚଢେଇଭୋଳ ଗାଁରେ ୧୪୪ ଧାରା ଲାଗୁ

ତେବେ ଅନେକ ସମୟରେ ସେ ବିଦ୍ୟୁତ ତାର ଲାଗି ହାତୀଙ୍କ ଜୀବନ ଯାଉଥିବା ଖବର ମଧ୍ୟ ସାମ୍ନାକୁ ଆସିଛି। ନିକଟରେ କେନ୍ଦୁଝର ଜିଲ୍ଲାରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିଲା । ଚମ୍ପୁଆ ରେଞ୍ଜ ବାମବୋରି ବିଟ୍‌ ବସନ୍ତପୁର ଜଡିପଦା ସାହିରୁ ହାତୀର ମୃତଦେହ ଉଦ୍ଧାର କରାଯାଇଥିଲା । ୧୧ କେଭି ବିଦ୍ୟୁତ୍‌ ତାର ଆଘାତରେ ହାତୀଟି ମୃତ୍ୟୁବରଣ କରିଥିବା ଜଣାପଡିଥିଲା । ଏନେଇ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା।

ଇଟିଭି ଭାରତ, ଅନୁଗୋଳ

Last Updated :Apr 7, 2023, 8:46 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.