ETV Bharat / state

ପାରାଦ୍ବୀପ ବନ୍ଦର ଡାକ୍ତର ଲାଞ୍ଚ ନେବା ଘଟଣା, CBI ରେଡ ବେଳେ ମିଳିଲା ୨୦ ହଜାର ଡଲାର

author img

By ETV Bharat Odisha Team

Published : Oct 13, 2023, 9:58 PM IST

ଲାଞ୍ଚ ନେବାବେଳେ ଗିରଫ ହେଲେ ଡାକ୍ତର
ଲାଞ୍ଚ ନେବାବେଳେ ଗିରଫ ହେଲେ ଡାକ୍ତର

ଲାଞ୍ଚ ନେଇ ଗିରଫ ହେଲେ ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀ । ତାଙ୍କର ଓଡିଶା ଓ ହାଇଦ୍ରାବାଦରେ ଅନେକ ପ୍ଲଟ ଥିବାବେଳେ ସେ ବିଦେଶୀ ମୁଦ୍ରା ଗଚ୍ଛିତ ରଖିଥିବା ଜଣାପଡିଛି । ଅଧିକ ପଢନ୍ତୁ

ଭୁବନେଶ୍ବର: ପାରାଦ୍ବୀପ ବନ୍ଦରରେ ଲାଞ୍ଚ ନେବାବେଳେ ଗିରଫ ହେଲେ ଡାକ୍ତର । ଲାଞ୍ଚ ନେବାବେଳେ ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କୁ ରେଡ ହ୍ୟାଣ୍ଡେଡ ଧରିଛି ସିବିଆଇ । ଏହି ଡାକ୍ତରଙ୍କର ୪ଟି ସ୍ଥାନରେ ରେଡ କରିଥିଲା ସିବିଆଇ । ଚଢାଉରେ ନଗଦ ୧୭ ଲକ୍ଷ ଟଙ୍କା ଜବତ ହୋଇଥିବାବେଳେ ୨୦ ହଜାର ୫୫୮ ଡଲାରର ବିଦେଶୀ ମୁଦ୍ରା ଜବତ କରାଯାଇଛି । ଭାରତୀୟ ମୁଦ୍ରାରେ ଏହାର ଆନୁମାନିକ ମୂଲ୍ୟ ୧୭ ଲକ୍ଷ ୧୨ ହଜାର ଟଙ୍କା ହେବ । ଏହାସହ କିଛି ଗୁରୁତ୍ଵପୂର୍ଣ୍ଣ କାଗଜ ମଧ୍ୟ ଜବତ କରାଯାଇଛି । ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ପରେ ତାଙ୍କୁ ୩ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ ସିବିଆଇ ଆବେଦନ କରିଥିବାବେଳେ ୨ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି କୋର୍ଟ । ତେବେ ଆସନ୍ତା ଦୁଇ ଦିନ ପରେ ତାଙ୍କୁ ପୁଣି କୋର୍ଟରେ ହାଜର କରାଯିବ ।



ଏନେଇ ସିବିଆଇ ପକ୍ଷରୁ ଦିଆଯାଇଥିବା ସୁଚନା ଅନୁସାରେ, ପାରାଦ୍ବୀପ ପୋଷ୍ଟରେ ହେଲଥ ଅଫିସର ଭାବେ କାମ କରନ୍ତି ରାଜେନ୍ଦ୍ର ନାରାୟଣ । କିନ୍ତୁ ପୋର୍ଟ ହେଲଥ ଅରଗାନେଇଜେସନ ସଂସ୍ଥାରେ କାର୍ଯ୍ୟ କରି ଲାଞ୍ଚ ନେଉଥିବା ଅଭିଯୋଗ ହୋଇଥିଲା । ଜଣେ ଅଭିଯୋଗକାରୀ ଅଭିଯୋଗ ଆଣିଥିଲେ ଯେ, ତାଙ୍କ କମ୍ପାନୀରେ ଚାକିରି କରୁଥିବା ଜଣେ କର୍ମଚାରୀଙ୍କୁ ପୋର୍ଟ ହେଲଥ ମେଡିକାଲ କ୍ଲିୟରାନ୍ସ ଦେବା ପାଇଁ ୫୪ ହଜାର‌ ଟଙ୍କା ଲାଞ୍ଚ ମାଗିଥିଲେ ରାଜେନ୍ଦ୍ର । ଏନେଇ ସିବିଆଇ ନିକଟରେ ଅଭିଯୋଗ ପରେ ଯୋଜନା ମୁତାବକ ୫୪ହଜାର‌ ଟଙ୍କା ଲାଞ୍ଚ ନେଉଥିବା ସନୟରେ ସିବିଆଇ ତାଙ୍କୁ ରେଡ୍ ହ୍ୟାଣ୍ଡେଡ୍ ଧରିଥିଲା ।

ଏହା ବି ପଢନ୍ତୁ...ଚାଷୀଠୁ ହାତଖର୍ଚ୍ଚ ମାଗୁଛନ୍ତି ପୋଲିସ ବାବୁ, ଭିଡିଓ ଭାଇରାଲ

ଏଥିସହ ପାରଦ୍ବୀପ ଅଫିସ ସମେତ ରାଜେନ୍ଦ୍ର ରହୁଥିବା ଘର ଓ ବାଲେଶ୍ବର ସ୍ଥିତ ପୈତୃକ ସମେତ କଟକରେ ମଧ୍ୟ ରେଡ କରିଥିଲା ସିବିଆଇ ଟିମ୍ । ଏନେଇ ତାଙ୍କ ଘରେ ଥିବା ନଗଦ କ୍ୟାସ ଜବତ ସହ ଘରେ ରଖିଥିବା ଅନ୍ୟ କିଛି କାଗଜପତ୍ରରୁ ଅନ୍ୟ ସ୍ଥାନରେ କିଣିଥିବା ଜମିଜମା ସମ୍ପର୍କରେ ସୁରାକ ପାଇଥିଲା ସିବିଆଇ । ପରେ ତାଙ୍କର ଘରୁ ଭାରତୀୟ ମୁଦ୍ରା ସମେତ ବୈଦେଶିକ ମୁଦ୍ରା ମଧ୍ୟ ଜବତ କରାଯାଇଛି । ଏତେ ମାତ୍ରାରେ ବୈଦେଶିକ ମୁଦ୍ର କେଉଁଠୁ ଆଣିଲେ ଏବଂ କିପରି ସଞ୍ଚୟ କରୁଥିଲେ ସେନେଇ ତନାଘନା କରୁଛି ସିବିଆଇ। ଓଡିଶା ସମେତ ହାଇଦ୍ରାବାଦରେ ତାଙ୍କର ୫ଟି ପ୍ଲଟ ରହିଥିବା ଜାଣିବାକୁ ପାଇଥିବାବେଳେ ବ୍ୟାଙ୍କ ଆକାଉଣ୍ଟ ଓ ଲକର ମଧ୍ୟ ଯାଞ୍ଚ କରିବ ପୋଲିସ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.