ETV Bharat / state

ଡଟ ଫେଷ୍ଟର ଶୁଭାରମ୍ଭ: ହକି ଉତ୍ସବର ମଜା ନେବାକୁ କହିଲେ ମୁଖ୍ୟମନ୍ତ୍ରୀ

author img

By

Published : Jan 16, 2023, 9:20 AM IST

Updated : Jan 16, 2023, 12:00 PM IST

dot festival
ଡଟ ଫେଷ୍ଟିଭାଲ

ଭୁବନେଶ୍ବରରେ ଆରମ୍ଭ ହୋଇଛି ଡଟ ଫେଷ୍ଟ । ପ୍ରଥମ ସନ୍ଧ୍ୟାରେ ଗୁରୁ ରନ୍ଧୱାଙ୍କ ଜଲୱା, ଦିଶା ପଟାନିଙ୍କ ଓଓ ଅଣ୍ଟାୱା ଓ ବ୍ଲାକସ୍ବାନଙ୍କ ରଙ୍ଗବତୀ ଗୀତରେ ଝୁମି ଉଠିଥିଲା ପୁରା ଭୁବନେଶ୍ବର । ଗୀତର ତାଳେ ତାଳେ ନାଚି ଉଠିଲେ ଦର୍ଶକ । ଅଧିକ ପଢ଼ନ୍ତୁ

ଡଟ ଫେଷ୍ଟର ଶୁଭାରମ୍ଭ

ଭୁବନେଶ୍ବର: ଇଡକୋ ପ୍ରଦର୍ଶନୀ ପଡିଆରେ ଆରମ୍ଭ ହେଲା ଡଟ ଫେଷ୍ଟିଭାଲ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ କାର୍ଯ୍ୟକ୍ରମକୁ ଅଦଘାଟନ କରିଛନ୍ତି । 15 ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ । ତେଣୁ ହକି ଦେଖିବା ସହ ସବୁ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟବାସୀଙ୍କ ଆଶୀର୍ବାଦ ଓ ସମର୍ଥନ ପାଇଁ ଏହା ସମ୍ଭବ ହୋଇଥିବା ବେଳେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଡଟ ଫେଷ୍ଟିଭାଲ ଉଦଘାନଟୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ‘‘ଏବେ ସାରା ପୃଥିବୀରୁ ଅତିଥି ଆସିଛନ୍ତି । ସେମାନଙ୍କୁ ଉତ୍ତମ ଆତିଥେୟ ସହ ସ୍ଵାଗତ କରିବା । ଭଲ ଅନୁଭୂତି ନେଇ କିପରି ଫେରିବେ ସେନେଇ ସମସ୍ତେ ଚେଷ୍ଟା କରିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ନିବେଦନ କରିଛନ୍ତି । ଚଳିତ ବର୍ଷ ଦ୍ବିତୀୟ ଥର ପାଇଁ ଲଗାତାର ରାଜ୍ୟରେ ବିଶ୍ବକପ ହକିର ଆୟୋଜନ କରାଯାଉଛି । ଯାହା ଆମ ସମସ୍ତଙ୍କ ପାଇଁ ଗବ ଓ ଗୌରବ ।’’ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ପଣ୍ଡା, ଉଷା ଦେବୀ, ତୁଷାର କାନ୍ତି ବେହେରା, ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ଭୁବନେଶ୍ୱର ମେୟର ସୁଲୋଚନା ଦାସ ପ୍ରମୁଖ ଅତିଥି ଯୋଗ ଦେଇଥିଲେ ।

ଅନ୍ୟପଟେ ବିଶ୍ବକପ ହକିର ମାହୋଲକୁ ଅଧିକ ଆକର୍ଷଣ କରିବ ରାଜଧାନୀରେ ଆୟୋଜିତ ହେଉଥିବା ଏହି ଡଟ୍ ଫେଷ୍ଟ । ୧୫ଦିନ ଧରି ଚାଲିବାକୁ ଥିବା ହାଇ ଭୋଲଟେଜ କାର୍ଯ୍ୟକ୍ରମର ମଜା ନେବେ ଦର୍ଶକ ଓ ପର୍ଯ୍ୟଟକ । ଖାଲି ସେତିକି ନୁହେଁ ଏହି ସମୟରେ ସ୍ମାର୍ଟସିଟିର ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଥିବା କହିଛନ୍ତି ଭୁବନେଶ୍ବର ମେୟର ସୁଲୋଚନା ଦାସ । ଇଡକଲ ପ୍ରଦର୍ଶନୀ ପଡିଆର ବାମ ପାର୍ଶ୍ବରେ ୩୦ରୁ ଅଧିକ ଷ୍ଟଲରେ ଇଣ୍ଟରନ୍ୟାସନାଲ ଫୁଡ ଫେଷ୍ଟିଭାଲ ଆରମ୍ଭ ହୋଇଛି । ହକିରେ ଯୋଗ ଦେଇଥିବା ୧୬ଟି ଦେଶର ଖାଦ୍ୟ ସହିତ ସ୍ଥାନ ପାଇଛି ବିଭିନ୍ନ ରାଜ୍ୟ ଓ ସ୍ଥାନୀୟ ଖାଦ୍ୟ ପସରା ।

ଏହି ଫୁଡ ଫେଷ୍ଟିଭାଲରେ ମନ ପସନ୍ଦର ଦେଶୀ ବିଦେଶୀ ଖାଦ୍ୟ ମିଳୁଥିବାରୁ ଲୋକଙ୍କ ଭିଡ ବେଶ ରହିଥିଲା। ପରିବାର ଓ ପ୍ରିୟଜନଙ୍କ ସହ ଆସି ଏହି ଖାଦ୍ୟର ମଜା ଉଠାଇଛନ୍ତି ରାଜଧାନୀବାସୀ । ଏହାସହ ପ୍ରଦର୍ଶନୀ ପଡିଆ ଓ ଏକାମ୍ର ହାଟ ବ୍ୟତୀତ ରାଜଧାନୀର ବିଭିନ୍ନ ସ୍ଥାନରେ ପୃଥକ୍ ପୃଥକ୍ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଏକାମ୍ର ଓ୍ବାକ୍ ଜରିଆରେ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ବୁଲିବାର ସୁଯୋଗ ସାଙ୍ଗକୁ ପାର୍କରେ ଷ୍ଟୋରୀ ଟେଲିଂ ଉପଭୋଗ କରିବାର ମଜା ନେଇଛନ୍ତି । ଏହି ଅବସରରେ ରାଜଧାନୀର ୪ଟି ପାର୍କରେ ସବୁ ବର୍ଗଙ୍କ ପାଇଁ ଆୟୋଜିତ ହେଉଛି ଷ୍ଟୋରୀ ଟେଲିଂ କାର୍ଯ୍ୟକ୍ରମ । ଯେଉଁଥିରେ ଜାତୀୟ ତଥା ଆନ୍ତର୍ଜାତୀୟ ଷ୍ଟୋରୀ ଟେଲର ଭାଗ ନେବେ । ସେହିପରି ଏକାମ୍ର ହାଟରେ ନାଇଟ ବଜାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲା ରହିବ । ଲୋକେ ସଂସ୍କୃତିକ କାର୍ଯ୍ୟକ୍ରମ ସହ ଖାଦ୍ୟ ଖାଇବେ ଆଉ ବଜାରରୁ ସାମଗ୍ରୀ କିଣିକି ନେବେ ତାହାର ବ୍ୟବସ୍ଥା କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Jan 16, 2023, 12:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.