ETV Bharat / state

ଖଣ୍ଡଗିରି ଓ ଉଦୟଗିରିରେ ସ୍ବଚ୍ଛତା ଅଭିଯାନ: ଝାଡୁ ଧରି ସଫେଇ କଲେ ରାଜ୍ୟପାଳ ଓ ସାଂସଦ

author img

By ETV Bharat Odisha Team

Published : Oct 1, 2023, 10:41 PM IST

cleanliness drive in khandagiri and udaigiri
ଝାଡୁ ଧରି ସଫେଇ କଲେ ରାଜ୍ୟପାଳ ଓ ସାଂସଦ

ଖଣ୍ଡଗିରି ଓ ଉଦୟଗିରିରେ 'ସ୍ୱଚ୍ଛତା ହିଁ ସେବା' ଆହ୍ୱାନକୁ ନେଇ ସଫେଇ କାର୍ଯ୍ୟକ୍ରମ ହୋଇଯାଇଛି । କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ସାଂସଦ ଅପରାଜିତା ଷଡଙ୍ଗୀ ଯୋଗ ଦେଇ ସଫେଇ କରିଛନ୍ତି ।

ଝାଡୁ ଧରି ସଫେଇ କଲେ ରାଜ୍ୟପାଳ ଓ ସାଂସଦ

ଭୁବନେଶ୍ବର: 'ସ୍ୱଚ୍ଛତା ହିଁ ସେବା' ଆହ୍ୱାନକୁ ନେଇ ସାରା ଦେଶରେ ହୋଇଛି ସଫେଇ କାର୍ଯ୍ୟକ୍ରମ। ASI(Archeological Survey of india) ଓ GSI(Geographical survey of india) ପକ୍ଷରୁ ଖଣ୍ଡଗିରି ଓ ଉଦୟଗିରିରେ ସଫେଇ କାର୍ଯ୍ୟକ୍ରମ ହୋଇଯାଇଛି । ଏତିହ୍ୟର ସୁରକ୍ଷା ପାଇଁ ଏଠାରେ ସ୍ୱଚ୍ଛତା ଅଭିଯାନ କରାଯାଉଥିବାବେଳେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ହାତରେ ଝାଡୁ ନେଇ ପ୍ରଥମେ ସଫେଇ କାର୍ଯ୍ୟର ଆରମ୍ଭ କରିଥିଲେ । ଏହାସହ ଏହି ସ୍ୱଚ୍ଛତା ଅଭିଯାନରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଢଙ୍ଗୀ ଯୋଗଦେଇ ସଫେଇ କରିଥିବାବେଳେ ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ ଯୋଗ ଦେଇଥିଲେ। ଏହାସହ ASI ସୁପରିଟେଣ୍ଡେଣ୍ଟ ସୁଶାନ୍ତ କରଙ୍କ ସମେତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗର କର୍ମଚାରୀମାନେ ଏହି ଅଭିଯାନରେ ସାମିଲ ହୋଇଥିଲେ। ବିଭିନ୍ନ କଲେଜ ଓ ସ୍କୁଲର ଛାତ୍ରଛାତ୍ରୀମାନେ ମଧ୍ୟ ଏଥିରେ ସାମିଲ ହୋଇଥିଲେ।

NCC ଓ NSS କ୍ୟାଡେଟମାନେ ମଧ୍ୟ ଯୋଗ ଦେଇ ଖଣ୍ଡଗିରି ଓ ଉଦୟଗିରିରେ ସଫେଇ କରିଥିଲେ । କାରଣ ଗାନ୍ଧୀ ଜୟନ୍ତୀର ଗୋଟିଏ ଦିନ ପୂର୍ବରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ସାରା ଦେଶ ସ୍ୱଚ୍ଛତା ଦିବସ ପାଳିଥାଏ । ଅନ୍ୟପଟେ କେବଳ ଆଜି ଦିନକ ପାଇଁ ନୁହେଁ, ମାସେ ଧରି ସାରା ଦେଶରେ ସ୍ୱଚ୍ଛତା ଅଭିଯାନ ପାଳନ କରାଯାଏ। ତେଣୁ 'ସ୍ୱଚ୍ଛତା ହିଁ ସେବା' ଆହ୍ୱାନକୁ ନେଇ ସ୍ୱଚ୍ଛତା ଅଭିଯାନରେ ସାମିଲ ହୋଇ ସଫେଇ ସେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 1 ଘଣ୍ଟାର ସାମୂହିକ ଶ୍ରମ ଦାନ ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ। ଏହି ଆହ୍ୱାନକୁ ପାଳନ କରିବାକୁ ଯାଇ ଦେଶର ବିଭିନ୍ନ ସ୍ଥାନରେ ସାମୂହିକ ସଫେଇ କରାଯାଇଛି। ତେବେ ଓଡ଼ିଶାର ଐତିହ୍ୟ ଓ ପର୍ଯ୍ୟଟନ କ୍ଷେତ୍ରର ସୁରକ୍ଷା ପାଇଁ ଖଣ୍ଡଗିରି ଓ ଉଦୟଗିରିରେ ମଧ୍ୟ ଏହି ସଫେଇ ଅଭିଯାନ କରାଯାଇଛି।

ଏହା ବି ପଢନ୍ତୁ...ସ୍ୱଚ୍ଛତା ହିଁ ସେବା: ଭୁବନେଶ୍ବରରେ ସଫେଇ କଲେ ବିଜେପି ନେତା, ସାମିଲ ହେଲେ ସବୁ ବର୍ଗର ଲୋକେ

"ବିଶେଷ କରି ପର୍ଯ୍ୟଟନସ୍ଥଳୀ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ସଫେଇ କାର୍ଯ୍ୟକୁ ଅଧିକ ତ୍ଵରାନିତ୍ଵ କରାଯାଇଛି" ବୋଲି କହିଛନ୍ତି ବିଏମସି କମିଶନର । ଅନ୍ୟପଟେ ASI ସୁପରିଟେଣ୍ଡେଣ୍ଟ ସୁଶାନ୍ତ କୁମାର କର କହିଛନ୍ତି, "ଐତିହ୍ୟର ସୁରକ୍ଷା ପାଇଁ ଏହି ଅଭିଯାନ ଆଗକୁ କିଭଳି ଆହୁରି ତ୍ବରାନ୍ୱିତ ହୋଇପାରିବ ସେଥିପାଇଁ ବିଭାଗ ବିଶେଷ ଭାବେ ଧ୍ୟାନ ଦେଉଛି । କାରଣ ଆମ ଐତିହ୍ୟ ପରମ୍ପରା ହେଉଛି ଆମ ପରିଚୟ । ତେଣୁ ଆମ ପରିଚୟକୁ ସୁରକ୍ଷା ଦେବା ଆମର ଦାୟିତ୍ୱ ହେବା ଦରକାର ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.