ETV Bharat / state

ବଲିଉଡ ଓ ଓଲିଉଡ କଳାକାରଙ୍କ ଧୁନରେ ଝୁମିବ ଭୁବନେଶ୍ୱର

author img

By

Published : Jan 6, 2023, 10:02 PM IST

city carnicval dot fest
city carnicval dot fest

ହକି ବିଶ୍ୱ କପକୁ ନଜରରେ ରଖି ଭୁବନେଶ୍ୱରରେ ପୁନଃ ଆୟୋଜନ ହେଉଛି ଡଟ ଫେଷ୍ଟ । ବଲିଉଡ ଓ ଓଲିଉଡ କଳାକାରଙ୍କ ଧୁନ୍‌ରେ ଝୁମିବ ଭୁବନେଶ୍ୱର। ଅଧିକ ପଢନ୍ତୁ

ଭୁବନେଶ୍ବର: ବଲିଉଡ ଓ ଓଲିଉଡ କଳାକାରଙ୍କ ଧୁନ୍‌ରେ ଝୁମିବ ଭୁବନେଶ୍ୱର । ହସାଇ ହସାଇ ବେଦମ କରିବେ କମେଡି ଷ୍ଟାର । ଷ୍ଟୋରୀ ଟେଲିଂ କାର୍ଯ୍ୟକ୍ରମ ସହ ନୂଆ ନୂଆ ସ୍ବାଦିଷ୍ଟ ଖାଦ୍ୟର ଆସର । ହକି ବିଶ୍ୱକପକୁ ନଜରରେ ରଖି ଭୁବନେଶ୍ୱର ରେ ଆୟୋଜନ ହେଉଛି ଡଟ୍‌ ଫେଷ୍ଟ । ଆସନ୍ତା ୧୫ ତାରିଖରୁ ୨୯ ଯାଏଁ ପ୍ରଦର୍ଶନୀ ପଡ଼ିଆରେ ଡଟ ଫେଷ୍ଟ୍‌ର ଦ୍ବିତୀୟ ସଂସ୍କରଣ ହେବାକୁ ଯାଉଛି । ଯାାହାକୁ ଉଦଘାଘଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଝୁମିବେ ଭୁବନେଶ୍ୱରବାସୀ । ନାଚ, ଗୀତ, କମେଡି ସାଙ୍ଗକୁ ଜମିବ ଖାଇବାପିଇବା ଆସର । ରଙ୍ଗୀନ ଆଲୋକ ସହ କଳାକାରଙ୍କ ଲାଇଭ କାର୍ଯ୍ୟକ୍ରମର ମଜା ନେବେ ଭୁବନେଶ୍ୱରବାସୀ ।

ତେବେ ଏହି ସମୟରେ ଅନ୍ତର୍ଜାତୀୟ ଫୁଡ୍ ଫେଷ୍ଟିଭାଲ, ଭୁବନେଶ୍ବର ଲାଇଭ, ଭୁ-ଫେଷ୍ଟୋ ଓ ଏକାମ୍ର ୱାର୍କସ ସହ ଫଟୋ ପ୍ରଦର୍ଶନୀ କାର୍ଯ୍ୟକ୍ରମ ଆୟୋଜନ ହେବ । ଭୁବନେଶ୍ବର ଲାଇଭ ଜାନୁଆରୀ ୧୫ରୁ ଆରମ୍ଭ ହୋଇ ୨୪ ତାରିଖ ଯାଏଁ ଚାଲିବ । ଏହି କାର୍ଯ୍ୟକ୍ରମରେ ବଲିଉଡ୍ ଓ ଓଲିଉଡ ଷ୍ଟାର୍‌ମାନେ ଯୋଗ ଦେବେ । ଜଣାଶୁଣା ବଲିଉଡ କଣ୍ଠଶିଳ୍ପୀ ଗୁରୁ ରାନ୍ଧୱା, ନୀତି ମୋହନ, ଉଦିତ ନାରାୟଣ, ସୁଖବିନ୍ଦର ସିଂ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ । ସେହିଭଳି କମେଡି କିଙ୍ଗ୍‌ ସୁନୀଲ ଗ୍ରୋଭର ପ୍ରମୁଖ ଯୋଗ ଦେବେ । ଏହି କାର୍ଯ୍ୟକ୍ରମରେ ସନ୍ଧ୍ୟା ୭ଟାରୁ ରାତି ୧୦ଟା ଯାଏଁ ଝୁମିବେ ରାଜଧାନବାସୀ । ଏଥିସହ ଇଣ୍ଟରନ୍ୟାସନାଲ ଫୁଡ୍‌ ଫେଷ୍ଟିଭାଲରେ ୧୬ଟି ଦେଶ ଯୋଗ ଦେବେ । ଏକାମ୍ର ହାଟରେ ମୋଟ ୩୦ଟି ଷ୍ଟଲ୍ ହେବ । ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବେଲ୍‌ଜିୟମ, ଫ୍ରାନ୍ସ , ସ୍ପେନ୍‌ ସମେତ ଭାରତର ବିଭିନ୍ନ ରାଜ୍ୟର ଖାଦ୍ୟ ଫୁଡ୍‌ ଫେଷ୍ଟିଭାଲ୍‌ରେ ସ୍ଥାନ ପାଇବ । ଏଥିସହ ଓଡ଼ିଶାର ପାରମ୍ପରିକ ଖାଦ୍ୟ ଏଥିରେ ସ୍ଥାନ ପାଇବା ସହ ମାଣ୍ଡିଆକୁ ମଧ୍ୟ ସ୍ଥାନ ଦିଆଯିବ ।

ଅନ୍ୟପଟେ ସେହିଭଳି ୪ଟି ପାର୍କରେ ଷ୍ଟୋରୀ ଟେଲିଂ କାର୍ଯ୍ୟକ୍ରମ ରହିଥିବା ବେଳେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଷ୍ଟୋରୀ ଟେଲର ଯୋଗ ଦେବା ନେଇ କାର୍ଯ୍ୟକ୍ରମ ରହିଛି । ଏହି ସମୟରେ ମଧ୍ୟ ରାତ୍ରି ପର୍ଯ୍ୟନ୍ତ ଏକାମ୍ର ହାଟରେ ମାର୍କେଟ ଖୋଲା ରହିବା ସହିତ ଫଟୋ ପ୍ରଦର୍ଶନୀ ମଧ୍ୟ ହେବ । ବରିଷ୍ଠ ନାଗରିକ, ଦିବ୍ୟାଙ୍ଗମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ସେହିଭଳି ଟ୍ରାଫିକ ନିୟନ୍ତ୍ରଣ ଓ ପାର୍କିଂ ପାଇଁ କମିଶନରେଟ ପୋଲିସ ସହିତ ଆଲୋଚନା ହୋଇଛି । BMC ଅଫିସରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି । ଏହି ସମ୍ମିଳନୀରେ ବିଡିଏ ଉପାଧ୍ୟକ୍ଷ ବଲବନ୍ତ ସିଂ, ମେୟର ସୁଲୋଚନା ଦାସ , ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ, ଡଟ୍ ଫେଷ୍ଟର ନୋଡାଲ ଅଫିସର ତିରୁମାଲା ନାୟକ, ସଂସ୍କୃତି ବିଭାଗ ଷ୍ଟାଡିଂ କମିଟି ପକ୍ଷରୁ ମୁଖ୍ୟ ମିହିର ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.