ETV Bharat / state

Merry Christmas: ଧରାପୃଷ୍ଠକୁ ଓହ୍ଲାଇଲେ ପ୍ରଭୁ ଯୀଶୁ, ଚାରିଆଡେ ସେଲିବ୍ରେସନ

author img

By

Published : Dec 25, 2022, 7:39 AM IST

Christmas
Christmas

ଶାନ୍ତି ଐକ୍ୟ ଓ ପ୍ରେମର ବାର୍ତ୍ତା ନେଇ ମଧ୍ୟରାତ୍ରୀରେ ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ । କେକ ଖୁଆଇ ପରସ୍ପରକୁ ଶୁଭେଚ୍ଛା ଜଣାଇଲେ ଖ୍ରୀଷ୍ଟ ଧର୍ମାବଲମ୍ବୀ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ସବୁଠାରୁ ବଡ ପର୍ବ ଖ୍ରୀଷ୍ଟମାସ (Christmas)। ଏହାକୁ ବଡଦିନ ମଧ୍ୟ କୁହାଯାଏ । ଦୀର୍ଘ ଦୁଇ ବର୍ଷ ପରେ ବିନା କଟକଣାରେ ଖ୍ରୀଷ୍ଟମାସ ପାଳନ କରୁଛନ୍ତି ଖ୍ରୀଷ୍ଟ ସମ୍ପ୍ରଦାୟର ଆବଳ ବୃଦ୍ଧ ବନିତା । ଚିକମିକ ଆଲୁଅରେ ଝଲସୁଛି ଚର୍ଚ୍ଚ ଓ କେକ ମହକରେ କମ୍ପୁଛି ଚତୁର୍ଦିଗ । ଆଜିର ଦିନରେ ସମସ୍ତେ ସମସ୍ତଙ୍କୁ ମେରି ଖ୍ରୀଷ୍ଟମାସ କହି ଶୁଭେଚ୍ଛା ଜଣାଇଥାନ୍ତି । ଶାନ୍ତି ଐକ୍ୟ ଓ ପ୍ରେମର ବାର୍ତ୍ତା ନେଇ ଗତକାଲି ମଧ୍ୟରାତ୍ରୀରେ ଧରାବତାରଣ କରିଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ । ଏନେଇ ଚଳଚଞ୍ଚଳ ହୋଇ ଉଠିଛି ରାଜ୍ୟର ସମସ୍ତ ଚର୍ଚ୍ଚ ଗୁଡିକ । ଖ୍ରୀଷ୍ଟ ଧର୍ମରେ ସବୁଠାରୁ ପବିତ୍ର ମନେ କରାଯାଇଥାଏ ଏହି ଦିନକୁ । ଏହି ଦିନଟିକୁ ଇଉରୋପୀୟ ରାଷ୍ଟ୍ରରେ ଖୁବ ଜାକଜକମରେ ପାଳନ କରାଯାଉଥିବା ବେଳେ ଆଜି କାଲି ପ୍ରାୟତଃ ସବୁସ୍ଥାନରେ ଏହି ଦିବସ ପାଳନ କରାଯାଉଛି ।

ଯୀଶୁଖ୍ରୀଷ୍ଟଙ୍କ ଜିନ୍ମଦିନ ଖୁସିରେ ଏହି ପର୍ବ ପାଳିତ ହୋଇଥାଏ । ଏଥି ପାଇଁ ଚର୍ଚ୍ଚ ଗୁଡିକୁ ସାଜ ସଜ୍ଜା କରାଯିବା ସହ ସମସ୍ତେ ଘରେ ଘରେ ମଧ୍ୟ ସାଜସଜ୍ଜା କରିଥାନ୍ତି । ଖ୍ରୀଷ୍ଟାବଲମ୍ବୀଙ୍କ ପାଇଁ ଏହା ଏକ ବଡ ପର୍ବ ହୋଇଥିଲେ ମଧ୍ୟ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଭାରତବାସୀ ପାଳନ କରୁଛନ୍ତି ଖ୍ରୀଷ୍ଟମାସ । ବିଶେଷ କରି ପିଲାମାନେ ଏହି ଦିନକୁ ବେଶ୍ ଉତ୍ସାହର ସହ ଅପେକ୍ଷା କରିଥାନ୍ତି ।

ଖ୍ରୀଷ୍ଟମାସର ମୁଖ୍ୟ ଆକର୍ଷଣ ସାଣ୍ଟାକ୍ଲଜ ଓ ଖ୍ରୀଷ୍ଟମାସ ଟ୍ରି

ଆଜିର ଦିନରେ ମୁଖ୍ୟ ଆକର୍ଷଣ ପାଲଟିଥାଏ ସାଣ୍ଟାକ୍ଲଜ ଓ ଖ୍ରୀଷ୍ଟମାସ ଟ୍ରି । ଚର୍ଚ୍ଚ ଗୁଡିକରେ ସାଣ୍ଟାକ୍ଲଜ ଆସି ପିଲାମାନଙ୍କୁ ଉପହାର ଦେଇଥାନ୍ତି । ଅନେକ ଛୋଟ ଛୋଟ ପିଲା ମଧ୍ୟ ନାଲି ରଙ୍ଗର ସାଣ୍ଟକ୍ଲଜ ପିନ୍ଧି ଖୁସିର ବାର୍ତ୍ତା ବାଣ୍ଟିଥାନ୍ତି । ସେହିପରି ଖ୍ରୀଷ୍ଟମାସ ଟ୍ରିର ମଧ୍ୟ ବେଶ ଗୁରୁତ୍ବ ରହିଛି । ଚର୍ଚ୍ଚ ଗୁଡିକରେ ଖ୍ରୀଷ୍ଟମାସଟ୍ରିକୁ ଆଲୋକରେ ସାଜସଜ୍ଜା କରାଯାଇଥାଏ । ଏଥି ଘରେ ଘରେ ମଧ୍ୟ ସମସ୍ତେ ଖ୍ରୀଷ୍ଟମାସଟ୍ରିକୁ ସଜାଇ ଖ୍ରୀଷ୍ଟମାସ ପାଳନ କରିଥାନ୍ତି । ୟୁରୋପୀୟଙ୍କ କହିବା ଅନୁଯାୟୀ ଯୀଶୁ ଜନ୍ମ ନେବା ସମୟରେ ଜଙ୍ଗଲରେ ସବୁ ଗଛ ଚିକମିକ କରିବା ସହ ଫଳରେ ପରିପୂର୍ଣ୍ଣ ହୋଇଯାଇଥିଲା । ଏଥି ପାଇଁ ଏହି ଦିନ ଟ୍ରିକୁ ସାଜସଜ୍ଜା କରାଯାଇଥାଏ ।

ସବୁ ଧର୍ମର ଲୋକେ ପାଳନ କରୁଛନ୍ତି ଖ୍ରୀଷ୍ଟମାସ

ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର । ଏଠାରେ ରାତିପାହିଲେ ଏକା ସାଙ୍ଗରେ ପୂଜା ପାଆନ୍ତି ରାମ, ଯୀଶୁ, ଆହ୍ଲା । ଆଉ ପ୍ରତିଟି ଧର୍ମର ପର୍ବ ପର୍ବାଣିକୁ ଏକାଠି ପାଳନ କରିଥାନ୍ତି ସବୁଧର୍ମର ଲୋକେ । କେବଳ ଚର୍ଚ୍ଚକୁ ଖୀଷ୍ଟଧର୍ମାଲମ୍ବୀ ନୁହଁନ୍ତି ବରଂ ସବୁ ଧର୍ମର ଲୋକେ ମଧ୍ୟ ଚର୍ଚ୍ଚକୁ ଯାଇ ଖୁସି ମନାଇଥାନ୍ତି ।

ଭୁବନେଶ୍ବରରେ ଖ୍ରୀଷ୍ଟମାସ

ଖ୍ରୀଷ୍ଟମାସ ଅବସରରେ ଭୁବନେଶ୍ବରରେ ଥିବା ସମସ୍ତ ଚର୍ଚ୍ଚ ଗୁଡିକି ଆଲୋକ ମାଳାରେ ସୁସଜ୍ଜିତ କରାଯାଇଛି । ଗତକାଲି ମଧ୍ୟରାତ୍ରରେ ଚର୍ଚ୍ଚ ଗୁଡିକରେ ଧରାବତରଣ କରିଥିଲେ ପ୍ରଭୁ ଯୀଶୁଖ୍ରୀଷ୍ଟ । ଯୀଶୁଙ୍କ ପଦାର୍ପଣରେ ଖେଳିଯାଇଥିଲା ଖୁସିରେ ମାହୋଲ । ପରସ୍ପରକୁ ଆଲିଙ୍ଗନ କରି ମେରି ଖ୍ରୀଷ୍ଟମାସ ।

ବଡ ଦିନରେ ସମଗ୍ର ବିଶ୍ବରେ ଉତ୍ସାହ ଓ ଆନନ୍ଦର ମାହୋଲ ଦେଖିବାକୁ ମିଳିଥାଏ । ଯୀଶୁଖ୍ରୀଷ୍ଟଙ୍କ ଜନ୍ମସ୍ଥାନ ଜେରୁଜେଲମରୁ ଆରମ୍ଭ କରି ପୋପ ବେନେଡିକ୍ଟଙ୍କ ଭାଟିକାନ ସିଟି ସବୁଠି ପ୍ରଭୁ ଯୀଶୁଙ୍କୁ ପ୍ରେମ ବାର୍ତ୍ତା ଦେଖିବାକୁ ମିଳେ । ଏହି ଦିନରେ ଲୋକମାନେ ବେଶ ଉତ୍ସୁକତାର ସହିତ ଅପେକ୍ଷା କରିଥାନ୍ତି କେବଳ ବଡଦିନ ପାଳନ କରିବା ପାଇଁ ବିଭିନ୍ନ ପ୍ରକାରର ଆୟୋଜନ ମଧ୍ୟ କରିଥାନ୍ତି । ଦୀର୍ଘ ଦୁଇ ବର୍ଷ ପରେ ବିନା କଟକଣାରେ ଖ୍ରୀଷ୍ଟମାସ ପାଳନ ହେଉଥିବାରୁ ସମସ୍ତେ ବେଶ ଖୁସି ଅଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.