ETV Bharat / state

ଭିଜିଲାନ୍ସ ଜାଲରେ ମୁଖ୍ୟ ଯୋଗାଣ ଅଧିକାରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଚଢାଉ

author img

By ETV Bharat Odisha Team

Published : Dec 21, 2023, 3:32 PM IST

Chief Supply officer under vigilance scanner: ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତଙ୍କ ଘରେ ଭିଜିଲାନ୍ସ ରେଡ । ଅଧିକ ପଢନ୍ତୁ

ଭିଜିଲାନ୍ସ ଜାଲରେ ମୁଖ୍ୟ ଯୋଗାଣ ଅଧିକାରୀ
ଭିଜିଲାନ୍ସ ଜାଲରେ ମୁଖ୍ୟ ଯୋଗାଣ ଅଧିକାରୀ

ଭିଜିଲାନ୍ସ ଜାଲରେ ମୁଖ୍ୟ ଯୋଗାଣ ଅଧିକାରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଚଢାଉ

ଭୁବନେଶ୍ୱର: ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ପ୍ରଶାନ୍ତଙ୍କ ଭୁବନେଶ୍ୱର ଏବଂ ବ୍ରହ୍ମପୁରରେ ଥିବା ଘର ଓ ଅଫିସ୍‌ ସମେତ ୮ ସ୍ଥାନରେ ଚଢ଼ାଉ କରାଯାଇଛି । ଭୁବନେଶ୍ୱରର ପାଣ୍ଡରା, ଚନ୍ଦ୍ରଶେଖରପୁର, ଲକ୍ଷ୍ମୀସାଗରରେ ଥିବା ଘର ଓ ବ୍ରହ୍ମପୁରର ପୈତୃକ ଘର ଓ ଭବାନୀପୁରରେ ଥିବା ଘରେ ରେଡ୍ ଚାଲିଛି । ଚଢ଼ାଉ ବେଳେ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଥିବା ବେଳେ ସୁନା ଅଳଙ୍କାର ମଧ୍ୟ ଜବତ କରାଯାଇଛି ।

ଏଥିସହ ଗାଡି ଓ ଅନ୍ୟାନ୍ୟ ଆୟ ବହିର୍ଭୁତ ସମ୍ପତି ନେଇ ଛାନଭିନ ଜାରି ରଖିଛି ଟିମ୍। ଭିଜିଲାନ୍ସର ୮ ଜଣ ଡିଏସପି ସମେତ ୫ ଇନସ୍ପେକ୍ଟର ଓ ଏଏସଆଇ ମିଶି ଏହି ରେଡରେ ନିୟୋଜିତ ଅଛନ୍ତି । ସେପଟେ ବ୍ୟାଙ୍କ ବାଲାନ୍ସ ଓ ବିଭିନ୍ନ ଟ୍ରାନଜାକ୍ସନ ପାଇଁ ଚାଟାର୍ଡ ଆକାଉଣ୍ଟାଣ୍ଟ ସହ ସହଯୋଗରେ ହିସାବ ନିକାଶ ଚାଲିଛି । ତେବେ କେବଳ ଇଏ ଏକା ନୁହନ୍ତି ପୁର୍ବରୁ ଗତ ଜୁନ ୧୭ ତାରିଖରେ ମଧ୍ୟ ନୟାଗଡର ପୂର୍ବତନ ନିଲମ୍ବିତ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର ନାୟକଙ୍କୁ ଗିରଫ କରିଥିଲା ଭିଜିଲାନ୍ସ ଟିମ୍ ।

ଏହା ମଧ୍ୟ ପଢନ୍ତୁ- ଆୟ ବହିର୍ଭୁତ ସମ୍ପତ୍ତି ଠୁଳ: ପୂର୍ବତନ SDA ପ୍ଲାନିଂ ମେମ୍ବରଙ୍କୁ ବାନ୍ଧିଲା ଭିଜିଲାନ୍ସ

ଏହା ମଧ୍ୟ ପଢନ୍ତୁ- ଭିଜିଲାନ୍ସ ଜାଲରେ ଜନସ୍ୱାସ୍ଥ୍ୟ ବିଭାଗ ଅଧିକ୍ଷଣ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଚଢାଉ

ସେତେବେଳେ ମଧ୍ୟ ସାମ୍ନାକୁ ଆସିଥିଲା ଯୋଗାଣ ବିଭାଗର ଅଧିକାରୀ ହୋଇ କିପରି ‌ ଆୟ ବହିର୍ଭୁତ ସମ୍ପତି ଠୁଳ କରିଥିଲେ। ଭୁବନେଶ୍ୱରରେ ୫ଟି ସ୍ଥାନରେ ସୁଉଚ କୋଠା ନିର୍ମାଣ କରିଥିଲେ । ରାଜାରାଣୀ କଲୋନୀରେ ଏକ କୋଠା ଯାହାକି ୮ହଜାର ସ୍କୋୟାର ଫୁଟରେ ତିଆରି କରିଥିଲେ ଯେଉଁଠି ଘରର ଆସବା ପତ୍ର ଓ ସୌଖିନ ସାମଗ୍ରୀ ଦେଖି ଭିଜିଲାନ୍ସ ସମ୍ପତି ଆକଳନ ବେଳେ ଦେଢ଼ କୋଟି ଟଙ୍କା ବୋଲି ଦର୍ଶାଇଥିଲା। କେବଳ ସେତିକି ନୁହେଁ ଏହିପରି ଆୟ ଠାରୁ ୨୬୮ପ୍ରତିଶତ ଅଧିକ ସମ୍ପତି ଠୁଳ କରିଥିବା ଅଭିଯୋଗରେ ନୟାଗଡର ପୂର୍ବତନ ନିଲମ୍ବିତ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଇଥିଲା ଭିଜିଲାନ୍ସ ଟିମ୍। କିଛି ଦିନ ତଳେ ରାଜ୍ୟର ବିଭିନ୍ନ ସ୍ଥାନରେ ଆଇଟି ରେଡରେ କୋଟି କୋଟି ଟଙ୍କା ଜବତ ହୋଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.