ETV Bharat / state

ଆଜି ରାଜ୍ୟ କ୍ୟାବିନେଟ; ମୁଖ୍ୟମନ୍ତ୍ରୀ ସଡକ ଓ ଅଭଡା ଯୋଜନାରେ ବଢିବ ଅନୁଦାନ

author img

By

Published : Jun 21, 2023, 5:37 PM IST

ମୁଖ୍ୟମନ୍ତ୍ରୀ ସଡକ ଓ ଅଭଡା ଯୋଜନାରେ ବଢିବ ଅନୁଦାନ
ମୁଖ୍ୟମନ୍ତ୍ରୀ ସଡକ ଓ ଅଭଡା ଯୋଜନାରେ ବଢିବ ଅନୁଦାନ

ଲୋକସେବା ଭବନରେ ଆୟୋଜିତ ହେବ ରାଜ୍ୟ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସି ଜରିଆରେ ନବୀନ ନିବାସରୁ ଯୋଗ ଦେଇ ବୈଠକର ଅଧ୍ୟକ୍ଷତା କରିବେ । ବୈଠକରେ ବିଭିନ୍ନ ବିଭାଗର ବହୁ ଗୁରୁତବପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା ହେବ । ୧୦ରୁ ଅଧିକ ପ୍ରସ୍ତାବ ଉପରେ କ୍ୟାବିନେଟର ମୋହର ବାଜିବ । ଅଧିକ ପଢନ୍ତୁ

ଭୁବନେଶ୍ବର: ଆଜି ସନ୍ଧ୍ୟାରେ ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । କ୍ୟାବିନେଟ ବୈଠକରେ ୧୦ରୁ ଉର୍ଦ୍ଧ୍ବ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବରେ ଲାଗିବ ସରକାରୀ ମୋହର । ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ଏକାଧିକ ପ୍ରକଳ୍ପକୁ ମିଳିପାରେ ମଞ୍ଜୁରୀ । ଅବଢା ଯୋଜନାର ବ୍ୟୟ ଅଟକଳ ବୃଦ୍ଧି ହୋଇ ୪୨୨୪ କୋଟି ଛୁଇଁବା ସମ୍ଭାବନା ରହିଛି । ସେହିପରି ସଉରା ଭାଷାକୁ ସମ୍ବିଧାନର ୮ମ ଅନୁଚ୍ଛେଦର ସାମିଲ ପାଇଁ ପ୍ରସ୍ତାବକୁ ଅନୁମୋଦନ ମିଳିବ ବୋଲି ସୂଚନା ମିଳିଛି ।

ଲୋକସେବା ଭବନରେ ଆୟୋଜିତ ହେବ ରାଜ୍ୟ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସି ଜରିଆରେ ନବୀନ ନିବାସରୁ ଯୋଗ ଦେଇ ବୈଠକର ଅଧ୍ୟକ୍ଷତା କରିବେ । ବୈଠକରେ ବିଭିନ୍ନ ବିଭାଗର ବହୁ ଗୁରୁତବପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା ହେବ । ୧୦ରୁ ଅଧିକ ପ୍ରସ୍ତାବ ଉପରେ କ୍ୟାବିନେଟର ମୋହର ବାଜିବ । ବିଶେଷ କରି ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଏକାଧିକ ପ୍ରକଳ୍ପକୁ ମିଳିପାରେ କ୍ୟାବିନେଟର ମଞ୍ଜୁରୀ । ଏହି ଯୋଜନାରେ ପ୍ରାୟ ୩୭୦୮ ଟଙ୍କାର ବ୍ୟୟ ମଞ୍ଜୁରୀକୁ କ୍ୟାବିନେଟ ଅନୁମୋଦନ ସମ୍ଭାବନା ରହିଛି ।

ବିଚ୍ଛିନ୍ନାଞ୍ଚଳ, ଗ୍ରାମାଞ୍ଚଳରେ ଆଭ୍ୟନ୍ତରୀଣ ସଡ଼କ ଯୋଗାଯୋଗକୁ ବ୍ୟାପକ ଗୁରୁତ୍ବ ଦେଉଛନ୍ତି ସରକାର । ଚଳିତ ଏବଂ ଆସନ୍ତା ଆର୍ଥିକ ବର୍ଷକୁ ଦୃଷ୍ଟିରେ ରଖି ଏହା କାର୍ଯ୍ୟକାରୀ ହେବ । କାରଣ ଆଗକୁ ରହିଛି ସାଧାରଣ ନିର୍ବାଚନ । ସେହିପରି ଅବଢା ଯୋଜନାର ବ୍ୟୟ ବରାଦ ବୃଦ୍ଧି ସମ୍ଭାବନା ରହିଛି । ଏହାର ବ୍ୟୟ ଅଟକଳ ୪୨୨୪ କୋଟି ଛୁଇଁବା ନେଇ ସମ୍ଭାବନା ରହିଛି । ଅନ୍ୟପକ୍ଷରେ ବିଭିନ୍ନ ଆଦିବାସୀ ଭାଷା ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି । ତେଣୁ ସଉରା ଭାଷାକୁ ସମ୍ବିଧାନର ୮ମ ଅନୁଚ୍ଛେଦର ସାମିଲ ପାଇଁ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ ଦେବ ।

ବୈଠକ ପରେ ଏନେଇ ସୂଚନା ଦେବେ ଗ୍ରାମ୍ୟ ଉନ୍ନୟନ ରାଷ୍ଟ୍ର ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ଓ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ସେହିଭଳି ଗତ ମେ ୨୯ରେ ଆୟୋଜିତ କ୍ୟାବିନେଟ ବୈଠକରେ ୧୮ଟି ପ୍ରସ୍ତାବରେ ମୋହର ବାଜିଥିଲା । ଏକାମ୍ର କ୍ଷେତ୍ରର ବିକାଶ, ଭିସୁଟର ଉନ୍ନତୀକରଣ ପାଇଁ ଅର୍ଥ, ମୋ ଘର ଯୋଜନାକୁ କ୍ୟାବିନେଟର ମୋହର ମିଳିଥିଲା । ବେସରକାରୀ ଓ ଜୁନିଅର କଲେଜରେ ଲାଇବ୍ରେରୀ ଆଟେଣ୍ଡାଣ୍ଟ ପଦବୀକୁ ମଞ୍ଜୁରୀ ସହ ଓଡ଼ିଆ ସିନେମା ଡେଲିଭରୀ ବୟ ଏବଂ ଜ୍ବିଗାଟୋକୁ କର ମୁକ୍ତ ନିଷ୍ପତ୍ତିକୁ କ୍ୟାବିନେଟ ଅନୁମୋଦନ କରିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.