ETV Bharat / state

ନିଶାମୁକ୍ତ ଭାରତ ଅଭିଯାନ ଜୋରଦାର: ଗଞ୍ଜେଇ ଜବତ 4 ଗିରଫ, ମହିଳାଙ୍କୁ ମୋହରା କରି ହେଉଥିଲା ଚାଲାଣ

author img

By ETV Bharat Odisha Team

Published : Dec 16, 2023, 12:00 PM IST

ନିଶାମୁକ୍ତ ଭାରତ ଅଭିଯାନ ଜୋରଦାର
ନିଶାମୁକ୍ତ ଭାରତ ଅଭିଯାନ ଜୋରଦାର

Operation White Spider: ରାଜଧାନୀ ଭୁବନେଶ୍ବରରେ ଗତ 2 ଦିନ ମଧ୍ୟରେ ବିପୁଳ ପରିମାଣର ଗଞ୍ଜେଇ ସହ 4 ଜଣ ଅଭିଯୁକ୍ତ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ

ନିଶାମୁକ୍ତ ଭାରତ ଅଭିଯାନ ଜୋରଦାର

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଗତ 2 ଦିନ ମଧ୍ୟରେ ବିପୁଳ ପରିମାଣର ଗଞ୍ଜେଇ ସହ 4 ଜଣ ଅଭିଯୁକ୍ତ ଗିରଫ କରିଛି ପୋଲିସ । ଏମାନଙ୍କ ନିକଟରୁ ପାଖାପାଖି 12 କେଜିରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ କରାଯାଇଛି । ତେବେ କନ୍ଧମାଳରୁ ଭୁବନେଶ୍ୱରର ବିଭିନ୍ନ ସ୍ଥାନକୁ ହେଉଥିଲା ଏହି ଗଞ୍ଜେଇ ଚାଲାଣ ।

ନିଶାମୁକ୍ତ ଭାରତ ଅଭିଯାନକୁ ଜୋରଦାର କଲା ପୋଲିସ । 2 ଦିନ ମଧ୍ୟରେ ଗଞ୍ଜେଇ ଚାଲାଣ ଅଭିଯୋଗରେ 4 ଜଣଙ୍କୁ ଗିରଫ କରିବା ସହ ବିପୁଳ ପରିମାଣରେ ଗଞ୍ଜେଇ ଜବତ କରିଛି ପୋଲିସ । ଗତକାଲି (ଶୁକ୍ରବାର) କନ୍ଧମାଳରୁ ଭୁବନେଶ୍ୱର ଗଞ୍ଜେଇ ଚାଲାଣ ବେଳେ ଧରିଛି ଭରତପୁର ଥାନା ପୋଲିସ । ଏଥିରେ ସମ୍ପୃକ୍ତ ଜଣେ ମହିଳା ଚୁମୁକି ଲତା ଓ ଅଟୋ ଡ୍ରାଇଭର ସୋନୁ ଦିଗଲକୁ ଗିରଫ କରିଛି ପୋଲିସ । ସେମାନଙ୍କ ଠାରୁ ୮କେଜି ୪୦୦ ଗ୍ରାମର ଗଞ୍ଜେଇ ଜବତ କରିଛି । ତେବେ ଏନେଇ ଜୋନ-୩ ଏସିପି ପ୍ରଦୀପ କୁମାର‌ ରାଉତ ସୂଚନା ଦେଇଛନ୍ତି ।

ଏସିପିଙ୍କ ସୂଚନା ଅନୁଯାୟୀ," ଅଭିଯୁକ୍ତ ଦ୍ବୟ ହେଉଛନ୍ତି କନ୍ଧମାଳ ଟିକାବାଲି ଅଞ୍ଚଳର । ଉଭୟ ଅଭିବନ ଉପାୟରେ ଏକ ଅଟୋ ଯୋଗେ ଭୁବନେଶ୍ୱର ଗଞ୍ଜେଇ ଚାଲାଣ କରୁଥିଲେ । ଯେଉଁଠି ଚେକିଂ ହେଉଥିଲା ସେଠି ଅଟୋରେ ବସିଥିବା ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଥିବା କହି ସହଜରେ ବିନା ଚେକିଂରେ ଖସିଯାଉଥିଲା । ଏନେଇ ଭରତପୁର ପୋଲିସ ବିଶେଷ ସୁତ୍ରରୁ ଖବର ପାଇବା ପରେ ଅଟୋ ନମ୍ବରକୁ ଟ୍ରାକ କରି ଅଟୋ ସମେତ 2 ଜଣଙ୍କୁ ଧରିଛି ପୋଲିସ । ଏଥିସହ ୮କେଜି ୪୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଛି ।"

ଏହାମଧ୍ୟ ପଢନ୍ତୁ.. ସବୁଜ ଜହର ନଷ୍ଟ ଅଭିଯାନ, 4 କୋଟିର ଗଞ୍ଜେଇ ଚାଷ ନଷ୍ଟ

ସେହିପରି ଗୁରୁବାର ମଧ୍ୟ ନୟାପଲ୍ଲୀ ପୋଲିସ ସେହି କନ୍ଧମାଳରୁ ଅଟୋ ଯୋଗେ ଗଞ୍ଜେଇ ଆଣୁଥିବା ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରିଥିଲା । ଆଇଆରସି ଭିଲେଜ ନୟାପଲ୍ଲୀ ନିକଟରେ ସେମାନଙ୍କୁ କାବୁ କରାଯିବା ସହ ସେମାନଙ୍କ ନିକଟରୁ ୪୧କିଲୋଗ୍ରାମ ଓଜନର ଗଞ୍ଜେଇ, ଅପରାଧରେ ବ୍ଯବହୃତ ଗୋଟିଏ ଅଟୋ ଏବଂ ୫୦୦ ଟଙ୍କା ଜବତ କରିଥିଲେ । ଅଭିଯୁକ୍ତ ଅବସଲମ ନାୟକ କନ୍ଧମାଳ ଅଞ୍ଚଳରୁ ଗଞ୍ଜେଇ ସଂଗ୍ରହ କରି ବିଭିନ୍ନ ବସ ଓ ଅନ୍ୟ ଗାଡି ସାହାଯ୍ୟରେ ଭୁବନେଶ୍ବର ଆଣି ସେହି ଗଞ୍ଜେଇକୁ ଅଭିଯୁକ୍ତ ସୁଧାଂଶୁ ଦ୍ଵାରା ଭୁବନେଶ୍ବରରକୁ ଚାଲାଣ କରୁଥିବା ନେଇ ସୂଚନା ରହିଛି ।

ତେବେ ରାଜ୍ୟକୁ ନିଶାମୁକ୍ତ କରିବା ପାଇଁ ପୋଲିସ ପକ୍ଷରୁ ଜୋରଦାର ଅପରେସନ କରାଯାଉଛି । ୧୩ ତାରିଖ ଦିନ 28 ଜଣ ଅଧିକାରୀଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ନିଶା କାରବାରକୁ ରୋକିବା ନେଇ କିଭଳି ପଦକ୍ଷେପ ନିଆଯିବ ସେନେଇ ଆଲୋଚନା ହୋଇଥିଲା । କମିସନରେଟ ପୋଲିସ ସୂଚନା ଅନୁଯାୟୀ, “ଅପରେସନ ହ୍ଵାଇଟ ସ୍ପାଇଡର” ଜରିଆରେ ପୋଲିସ ଚଳିତ ବର୍ଷ ଜାନୁୟାରୀରୁ ଏଯାବତ ମୋଟ ୭୦ଟି ବେଆଇନ ଗଞ୍ଜେଇ ବିକ୍ରି ଜନିତ ମାମଲା କରିଛି । ମୋଟ ୧୬୭ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ସହ ସେମାନଙ୍କ ନିକଟରୁ ସମୁଦାୟ ୧୮ କୁଇଣ୍ଟାଲ ୯୨ କିଲୋଗ୍ରାମ ୯୧୯ ଗ୍ରାମ ଓଜନର ଗଞ୍ଜେଇ, ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରଯାଇଛି । ଏନେଇ ଜନସାଧାରଣ ନିଶା କାରବାର ଜନିତ ଖବର ପାଇଲେ ପୋଲିସକୁ ଜଣାଇବାକୁ ଭୁବନେଶ୍ୱର ସହରାଞ୍ଚଳ ପୋଲିସ ତରଫରୁ ଏକ ହ୍ଵାଟ୍ସଆପ ନମ୍ବର- ୭୦୭୭୭୯୮୧୧୧ ଜାରି କରାଯାଇଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.