ସବୁଜ ଜହର ନଷ୍ଟ ଅଭିଯାନ, 4 କୋଟିର ଗଞ୍ଜେଇ ଚାଷ ନଷ୍ଟ

By ETV Bharat Odisha Team

Published : Dec 9, 2023, 1:20 PM IST

thumbnail

ଫୁଲବାଣୀ: କନ୍ଧମାଳରେ ଚାଲିଛି ବେଆଇନ ଗଞ୍ଜେଇ ଗଛକଟା ଅଭିଯାନ । ଏସପିଙ୍କ ନିର୍ଦେଶ କ୍ରମେ ବିଭିନ୍ନ ଥାନା ପକ୍ଷରୁ ବେଆଇନ ଗଞ୍ଜେଇ ଗଛ କଟା ଜାରି ରହିଛି । ଅଭିଯାନ ତୃତୀୟ ଦିନରେ କରି ଭୃଙ୍ଗିଯୋଡି ପଞ୍ଚାୟତରେ ମିଳିତ ଭାବେ ଚଢାଉ କରିଥିଲେ ଫିରିଙ୍ଗିଆ ପୋଲିସ ଓ ଜିଲ୍ଲା ଅବକାରୀ ବିଭାଗ । ସେଠାରେ  45 ଏକର ଜଙ୍ଗଲ ଜମିରେ ଚାଷ ହୋଇଥିବା ପ୍ରାୟ ଚାରିକୋଟିରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଗଛ କାଟି ସଫା କରିଦେଇଛିଲେ। ଫିରିଙ୍ଗିଆ ଅତିରିକ୍ତ ତହସିଲଦାର ତଥା ମାଜିଷ୍ଟ୍ରେଟ ଅଭିନାଶ ମିଶ୍ରଙ୍କ ଉପସ୍ଥିତିରେ ଭୃଙ୍ଗିଯୋଡି ପଞ୍ଚାୟତର ମାଦାପଦର, ମହଲିଙ୍ଗିଆ ଓ ଵାସେରିମୁଣ୍ଡା ଅଞ୍ଚଳରା ଚଢ଼ାଉ କରାଯାଇ ଗଞ୍ଜେଇ ଗଛ କାଟି ନଷ୍ଟ କରାଯାଇଛି। ଏହି ଚଢ଼ାଉରେ ଅନ୍ୟମାନଙ୍କ ମଧ୍ୟରେ ଫିରିଙ୍ଗିଆ ଥାନାରେ କାର୍ଯ୍ୟରତ ଏଏସଆଇ ଶ୍ରୀକାନ୍ତ ପାତ୍ର, ଏଏସଆଇ ପ୍ରମୋଦ କୁମାର ପ୍ରଧାନଙ୍କ ସହ ପ୍ରାୟ 20 ଜଣ ଶ୍ରମିକ, ଥାନାରେ କାର୍ଯ୍ୟରତ 10 ଜଣ ହୋମ ଗାର୍ଡ ସାମିଲ ଥିଲେ । ସୁରକ୍ଷା ଦୃଷ୍ଟିରୁ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଫିରିଙ୍ଗିଆ ଥାନାରେ 218/23 ଏକ ମାମଲା ରୁଜୁ ରୁଜ୍ଜୁ ହୋଇଛି । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.