ଅପରେସନ ନୀଳ ଜହର, ଦେଢ଼ କୋଟି ଉର୍ଦ୍ଧ୍ବ ଗଞ୍ଜେଇ ଚାଷ ନଷ୍ଟ

By ETV Bharat Odisha Team

Published : Nov 15, 2023, 9:40 PM IST

thumbnail

ଫୁଲବାଣୀ: ସାରା ରାଜ୍ୟରେ ବେଆଇନ୍ ଗଞ୍ଜେଇ ଚାଷ ଏବଂ ଚୋରା ଗଞ୍ଜେଇ କାରବାର ପାଇଁ ସବୁବେଳେ ଚର୍ଚ୍ଚାରେ ରହି ଆସୁଛି କନ୍ଧମାଳ ଜିଲ୍ଲାରେ । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏହି ଗଞ୍ଜେଇ କାରବାରକୁ ଦମନ କରିବାକୁ ରାଜ୍ୟ ପୋଲିସ ମୁଖ୍ୟଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାରେ ଆରମ୍ଭ ହୋଇଛି ଅପେରସନ ନୀଳ ଜହର ବା ଗଞ୍ଜେଇ ଗଛ କଟା ଅଭିଯାନ । ତେବେ ଚଳିତ ବର୍ଷ ଜିଲ୍ଲାର ଗୋଛାପଡ଼ା ଥାନା ପକ୍ଷରୁ ଏହି ଅଭିଯାନ ଆରମ୍ଭ କରାଯାଇଥିବା ବେଳେ ଥାନା ଅଧିକାରୀ ପ୍ରଭାତ କୁମାର ବେହେରା ଏହାର ନେତୃତ୍ୱରେ ନେଇଛନ୍ତି । ତେବେ ଗୋଛାପଡ଼ା ପୋଲିସ ଓ ଜିଲ୍ଲା ଅବକାରୀ ବିଭାଗ ମିଳିତ ସହଯୋଗରେ ପ୍ରାୟ ଦେଢ଼ କୋଟି ଟଙ୍କାର ଗଞ୍ଜେଇ ଗଛ କାଟି ନଷ୍ଟ କରି ଦିଆଯାଇଥିବା ସୁଚନା ଦେଇଛି ଗୋଛାପଡା ପୋଲିସ ।

ଅନ୍ୟପଟେ ପୋଲିସର ସୁଚନା ଅନୁସାରେ, ବୁଧବାର ହେଇଥିବା ଏହି ଅପରରସନ ନୀଳ ଜହର ଅଭିଯାନରେ ଫୁଲବାଣୀ ସଦର ଏସଡିପିଓ ସୁପ୍ରସନ୍ନ ମଳିକ, ଅବକାରୀ ଏସାଇ ସାଗର ଭୋଇ ଓ ଫିରିଙ୍ଗିଆ ଅତିରିକ୍ତ ତହସିଲଦାର ମାନସ ରଞ୍ଜନ ପାଣିଗ୍ରାହୀଙ୍କ ଉପସ୍ଥିତିରେ ଏହି ଅପରେଶନରେ ନୀଳ ଜହର କରା ଯାଇଥିଲା । ଏହି ଅପରେସନରେ ୧୦ ଜଣ ଶ୍ରମିକ, ଏବଂ ଗୋଛାପଡ଼ା ଥାନାର ଅନ୍ୟାନ୍ୟ କର୍ମଚାରୀ ନିୟଜିତ ହୋଇଥିଲେ । ଅନ୍ୟପଟେ ପ୍ରଥମ ଦିନରେ ଗୋଛାପଡ଼ା ଥାନା ଅନ୍ତର୍ଗତ ବନ୍ଦୁଲି, ଡେରାକୁମ୍ବା ଓ ଜାରୁଗଣ୍ଡା ଅଞ୍ଚଳରେ ଥିବା ପ୍ରାୟ ଦେଢ ଏକର ପରିମିତ ଜଙ୍ଗଲ ଜମିରେ ବେଆଇନ ଭାବରେ ଚାଷ ହୋଇଥିବା ଗଞ୍ଜେଇ ଗଛ ଗୁଡ଼ିକୁ କାଟି ନଷ୍ଟ କରିଦିଆ ଯାଇଥିଲା । ସୁରକ୍ଷା ଦୃଷ୍ଟିରୁ ୨ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ଏହି ଗଞ୍ଜେଇ ଗଛ କଟାକୁ ନେଇ ଗୋଛାପଡା ଥାନାରେ ୧୭୭/୨୩ ରେ ଏକ ମାମଲା ମଧ୍ୟ ରୁଜୁ ହେଇଥିବା ଫୁଲବାଣୀ ସଦର ଏସଡିପିଓ ସୁପ୍ରସନ୍ନ ମଳିକ ସୁଚନା ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.....ପୁଇଁନ୍ତଳା ପୋଲିସ ସଫଳତା, ଜବତ କଲା ଦୁଇ କ୍ବିଣ୍ଟାଲ ନୀଳ ଜହର

ଇଟିଭି ଭାରତ, କନ୍ଧମାଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.