ETV Bharat / state

ଓଡ଼ିଶା ଷ୍ଟାଫ ସିଲେକ୍ସନ ଏବେ ସ୍କାମ ସିଲେକ୍ସନ: ବିଜେପି

author img

By

Published : Jul 28, 2023, 9:49 PM IST

Updated : Jul 28, 2023, 10:57 PM IST

ossc question paper leak
OSSC ପ୍ରଶ୍ନପତ୍ର ଲିକ ଘଟଣା

OSSC ପ୍ରଶ୍ନପତ୍ର ଲିକ ଘଟଣାକୁ ନେଇ ରାଜନୀତି ତେଜିବାରେ ଲାଗିଛି । ପରୀକ୍ଷାର ସ୍ବଚ୍ଛତା ନେଇ ବିରୋଧି ଦଳ ଶାସକ ଦଳ ଉପରେ ବର୍ଷିଥିବା ବେଳେ ଘଟଣାର ସିବିଆଇ ତଦନ୍ତ କରିଛି ବିଜେପି । ଅଧିକ ପଢ଼ନ୍ତୁ

OSSC ପ୍ରଶ୍ନପତ୍ର ଲିକ ଘଟଣା

ଭୁବନେଶ୍ବର: ଓଡ଼ିଶା ଷ୍ଟାଫ ସିଲେକ୍ସନ ଏବେ ଓଡ଼ିଶା ସ୍କାମ ସିଲେକ୍ସନରେ ପରିଣତ ହୋଇଛି । ଏହି ମନି ଫର ଜବ ର‌ାକେଟରେ ରାଜ୍ୟର ଗରିବ ମେଧାବୀ ପିଲାମାନେ ବଳି ପଡୁଛନ୍ତି । ସରକାରୀ ଅଧିକାରୀ, ମନ୍ତ୍ରୀ, ଦଲାଲ ମାଲେମାଲ ହେଉଛନ୍ତି । ରାଜ୍ୟ ସରକାର ଓଏସଏସସିର ଅଧ୍ୟକ୍ଷ, ସଚିବ, ସଦସ୍ୟଙ୍କୁ ତୁରନ୍ତ ସରକାର ବହିଷ୍କାର କରନ୍ତୁ । ଓଡ଼ିଆ ପିଲାଙ୍କ ଭାଗ୍ୟ ଭବିଷ୍ୟତ ସହିତ ଖେଳ ନଖେଳି ସରକାର ସିବିଆଇ ତଦନ୍ତ କରାନ୍ତୁ ବୋଲି ଦାବି କରିଛନ୍ତି ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ ।

OSSC ପ୍ରଶ୍ନପତ୍ର ଲିକ ଘଟଣାକୁ ନେଇ ରାଜନୀତି ତେଜିବାରେ ଲାଗିଛି । ପରୀକ୍ଷାର ସ୍ବଚ୍ଛତା ନେଇ ବିରୋଧି ଦଳ ଶାସକ ଦଳ ଉପରେ ବର୍ଷିଛନ୍ତି । ଏହି ପରିପ୍ରେକ୍ଷୀରେ ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, "ସରକାରୀ ଚାକିରୀ ଆଶାରେ ଥିବା ଶିକ୍ଷିତ ବେକାର ଯୁବକ ଯୁବତୀଙ୍କ ସହ ଓଡ଼ିଶା ସରକାର ପ୍ରତାରଣା କରିଛନ୍ତି । ରାଜ୍ୟରେ ସରକାରୀ ଚାକିରୀ ବିକ୍ରି ହେଉଛି । ଜେଇ ସିଭିଲ ମେନ ପରୀକ୍ଷାର ପ୍ରଶ୍ନ ପତ୍ର ଲିକ ଘଟଣାର ତଦନ୍ତ କରୁଥିବା ବାଲେଶ୍ୱର ଏସପିଙ୍କ ବୟାନ ପ୍ରମାଣିତ କରୁଛି ଯେ, ସରକାର ଚାହୁଁ ନାହାନ୍ତି ଅସଲ ଖଳନାୟକ ଧରାପଡନ୍ତୁ । ଏଭଳି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାର ପ୍ରଶ୍ନ ପତ୍ର ଲିକ ହୋଇଥିବା ପ୍ରିଣ୍ଟିଂ ପ୍ରେସ ବିରୋଧରେ ଏଫଆଇଆର କରାଯାଇନାହିଁ । ସେହି ପ୍ରିଣ୍ଟିଂ ପ୍ରେସରୁ ପ୍ରଶ୍ନ ପତ୍ର ଲିକ କରାଇବା ପଛରେ ହୋଇଥିବା ଷଡଯନ୍ତ୍ରର ତଦନ୍ତ ହେଲା ନାହିଁ । ଓଏସଏସସିରେ ଅନଲାଇନ ଆବେଦନ ବେଳେ ଦିଆଯାଇଥିବା ମୋବାଇଲ ନମ୍ବର ଦଲାଲମାନଙ୍କ ହାତକୁ ଯାଇଛି । ଏହି ବଡ କେଳେଙ୍କାରୀର ତଦନ୍ତ ଓଡ଼ିଶା ପୋଲିସ କରିଲେ ସତ ସାମ୍ନାକୁ ଆସିପାରିବ ନାହିଁ । ଓଡ଼ିଆ ପିଲାଙ୍କ ଭାଗ୍ୟ ଭବିଷ୍ୟତ ସହିତ ଆଉ ଖେଳ ନଖେଳି ସରକାର ଏହି ଘଟଣାରେ ସିବିଆଇ ତଦନ୍ତ କରାନ୍ତୁ ।"

ଏହା ମଧ୍ୟ ପଢ଼ନ୍ତୁ: OSSC Question Paper Leak: ସିବିଆଇ ତଦନ୍ତ ଦାବି କଲେ ବିରୋଧୀ, ଜବାବ ରଖିଲା ବିଜେଡି


ଅନୀଲ ଆହୁରି ମଧ୍ୟ କହିଛନ୍ତି ଯେ, ପରୀ ହତ୍ୟାକାଣ୍ଡର ଜାମୁକୋଳି ଗପ, ମମିତା ମେହେର ହତ୍ୟାକାଣ୍ଡର ଆଖୁବାଡି ଗପ, ନବ ଦାସଙ୍କ ହତ୍ୟାକାଣ୍ଡର ଗୋପାଳ ଗପଠାରୁ ଆହୁରି ରହସ୍ୟମୟ ଗପ କହୁଛନ୍ତି ବାଲେଶ୍ୱର ଜିଲ୍ଲା ଏସପି । ଯାହାକୁ ମାଷ୍ଟର ମାଇଣ୍ଡ ବୋଲି କୁହାଯାଉଛି ତାକୁ ଧରିବାର ମାତ୍ର ୨୪ ଘଣ୍ଟା ଭିତରେ ଓଡ଼ିଶା ଷ୍ଟାଫ ସିଲେକ୍ସନକୁ କ୍ଲିନଚିଟ ଦେବା ପଛରେ ଉଦ୍ଦେଶ୍ୟ କ’ଣ ରହିଛି? କେବଳ ଜଣେ ପିଅନ ଦ୍ୱାରା ଏଭଳି କୋଟି କୋଟି ଟଙ୍କାର ଦୁର୍ନୀତି ସମ୍ଭବ ନୁହେଁ । ରାଜ୍ୟରେ ହେଉଥିବା ସମସ୍ତ ଚାକିରୀ ପରୀକ୍ଷାରେ ପ୍ରଶ୍ନ ପତ୍ର ଲିକ୍ ହେଉଛି । ପିଅନ, ଦଲାଲଙ୍କୁ ଦୋଷ ଦେଇ ଅସଲ ଦୁର୍ନୀତି ଗ୍ରସ୍ତମାନଙ୍କୁ ଖସାଇ ଦେବା ୫T ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Jul 28, 2023, 10:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.