ETV Bharat / state

OSSC Question Paper Leak: ସିବିଆଇ ତଦନ୍ତ ଦାବି କଲେ ବିରୋଧୀ, ଜବାବ ରଖିଲା ବିଜେଡି

author img

By

Published : Jul 28, 2023, 8:37 PM IST

Updated : Jul 28, 2023, 10:54 PM IST

OSSC ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ଗିରଫଦାରୀ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାରି ଭିତରେ ଘଟଣାର ସିବିଆଇ ତଦନ୍ତ ଦାବି କରିଛି ବିଜେପି । ସେପଟେ ବିଜେପି କେବଳ ସିବିଆଇ ଲଗାଇ ବିରୋଧୀ ଦଳଙ୍କୁ ଆକ୍ରମଣ କରିବା ଜାଣିଛି ବୋଲି କହିଛି ବିଜେଡି । ଅଧିକ ପଢ଼ନ୍ତୁ

OSSC Queision Paper Leak
OSSC Queision Paper Leak

OSSC Queision Paper Leak

ଭୁବନେଶ୍ବର: OSSC ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ଗିରଫଦାରୀ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଘଟଣାରେ ବାଲେଶ୍ଵର ପୋଲିସ ୧୫ରୁ ଅଧିକ ଅଭିଯୁକ୍ତଙ୍କୁ ଗିରଫ କରିଛି । ବିହାରରୁ ରାକେଟର ମାଷ୍ଟରମାଇଣ୍ଡକୁ ବାନ୍ଧିଛି ପୋଲିସ । ଓଡ଼ିଶାରୁ କୌଣସି ଅଧିକାରୀଙ୍କ ରାକେଟରେ ସଂପୃକ୍ତି ନଥିବାବେଳେ ଓଡ଼ିଶାରୁ ଗିରଫ ଅଭିଯୁକ୍ତ ମଧ୍ୟସ୍ଥି କାମ କରୁଥିଲେ । ମାମଲାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି । ତେବେ ପୁରା ପ୍ରକରଣକୁ ଦେଖିଲେ ଘଟଣାର ସିବିଆଇ ତଦନ୍ତ ଆବଶ୍ୟକ ରହିଛି ବୋଲି ବିଜେପି ଦାବି କରିଛି । ସେପଟେ ଜବାବ ରଖିଛନ୍ତି ଶାସକ ଦଳ ବିଧାୟକ ଧ୍ରୁବ ସାହୁ ।

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, "ଆମେ ନିର୍ଦ୍ଦିଷ୍ଟ ମତ ରଖୁଛୁ କି OSSC ନିଯୁକ୍ତି ଦୁର୍ନୀତିର ତଦନ୍ତ ଦାୟିତ୍ବ ସରକାର ସିବିଆଇକୁ ହସ୍ତାନ୍ତର କରନ୍ତୁ । ଯଦି ସରକାରଙ୍କର ନୈତିକ ସାହସ ଅଛି, ଯଦି ଘଟଣାରେ ରାଜ୍ୟ ସରକାର ସ୍ପଷ୍ଟତା ଚାହୁଁଛନ୍ତି, ଏହା କରନ୍ତୁ । ଯଦି ନିଜ ଛବି ସୁଧାରିବାକୁ ଚାହୁଁଛନ୍ତି ଓ ସାଧାରଣ ଛାତ୍ରଛାତ୍ରୀଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି, ତେବେ ଏହା କରନ୍ତୁ । ଯଦି ନକରିବେ ଆମେ ବାଧ୍ୟ ହୋଇ ବିକଳ୍ପ ଚିନ୍ତା କରିବୁ । ସିବିଆଇ ତଦନ୍ତ କେମିତି କରିବ, ଆମେ ପଦକ୍ଷେପ ନେବୁ । ସରକାର କାଳବିଳମ୍ବ ନକରି ତଦନ୍ତ ଭାର ସିବିଆଇକୁ ଦେବା ଉଚିତ । କେଉଁ କେଉଁ ରାଜ୍ୟମାନେ ସମ୍ପୃକ୍ତ ଅଛନ୍ତି କିମ୍ବା ଆମର କିଏ କିଏ ବଡ଼ପଣ୍ଡା ଅଛନ୍ତି ତାହା କ୍ଷୀର ପାଣି ଅଲଗା ହୋଇଯିବ । ସବୁ ସ୍ପଷ୍ଟତା ଆସିଯିବ ।"

ସେହିପରି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "ବିଜେପି ଏବଂ ବିଜେଡି ଭାଇ ଭାଇ । ବିଜେପିର ସିବିଆଇ ତଦନ୍ତ ଦାବି ଉପରେ ଆମର କିଛି କହିବାର ନାହିଁ । ପ୍ରଶ୍ନପତ୍ର ଲିକ ଘଟଣା ଏବେ ନୁହେଁ ଆଗରୁ ମଧ୍ୟ ହୋଇଛି । କିନ୍ତୁ ସରକାର କାହିଁକି ଚୁପ ହୋଇ ବସିଛନ୍ତି । ପୋଲିସ ତଦନ୍ତ ଉପରେ ଆମେ ଆଙ୍ଗୁଳି ଉଠାଉନାହୁଁ । ସରକାରଙ୍କ ଉପରେ ଆଙ୍ଗୁଳି ଉଠାଉଛୁ । ନବୀନ ସରକାର ଯଦି ଦକ୍ଷ ହୋଇଥାନ୍ତେ, ତେବେ ଏଭଳି ପରିସ୍ଥିତି ଉପୁଜିନଥାନ୍ତା । ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହିତ ଖେଳୁଛନ୍ତି । ସରକାରଙ୍କୁ ଛାତ୍ରଛାତ୍ରୀ କେବେ କ୍ଷମା କରିବେ ନାହିଁ । ବାହାରୁ ଲୋକ ଆସି ଏଠାରେ ପ୍ରଶ୍ନ ପତ୍ର ଲିକ୍‌ କରୁଥିବେ । ସରକାର ବସି ଦେଖୁଥିବେ । ବିଜେପି ସିବିଆଇକୁ ତଦନ୍ତ କଥା ଉଠାଉଛି ଏଥିରେ କଣ ସମସ୍ୟାର ସମାଧାନ ହେବ । ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ତ ନଷ୍ଟ ହେଇଗଲା । ବିଜେପି ଓ ବିଜେଡି ଖାଲି ଦାବି କରିଲେ କିଛି ହେବନାହିଁ । ମୂଳରୁ ସମସ୍ୟାର ସମାଧାନ କରିବା ଆବଶ୍ୟକ ।"

ଏହା ମଧ୍ୟ ପଢ଼ନ୍ତୁ...OSSC Question Paper Leak: ସରକାରଙ୍କୁ ଛାତ୍ରଛାତ୍ରୀ କ୍ଷମା ଦେବେନି କହିଲେ ଶରତ

ସେପଟେ ବିରୋଧୀଙ୍କ ଅଭିଯୋଗର ଜବାବ ରଖିଛନ୍ତି ବିଜେଡି ବିଧାୟକ ଧ୍ରୁବ ସାହୁ । ସେ କହିଛନ୍ତି, "ସବୁ କଥାରେ ସିବିଆଇ ତଦନ୍ତ ଦାବି କରିବା ବିରୋଧୀଙ୍କ ଅଭ୍ୟାସ । ସିବିଆଇ ତଦନ୍ତ କେତେ ସଠିକ ସମସ୍ତେ ଭଲରେ ଜାଣିଛନ୍ତି । ରାଜ୍ୟରେ ଛାତ୍ରଛାତ୍ରୀଙ୍କ ପାଇଁ ଯେଉଁ ପରୀକ୍ଷା ଚାଲିଛି, ସ୍ବଚ୍ଛତାର ସହ ଚାଲିଛି । ସାମାନ୍ୟ କିଛି ତୃଟି ହେଲେ ନବୀନ ପଟ୍ଟନାୟକଙ୍କ ସରକାର ତାକୁ ବରଦାସ୍ତ କରିନାହାନ୍ତି । ଅତୀତରେ ଯେଉଁମାନେ ଏହି ଉଦ୍ୟମ କରିଛନ୍ତି ତାଙ୍କୁ ଜେଲ୍‌ରେ ପୁରା ଯାଇଛି । ତାଙ୍କ ସମ୍ପତ୍ତି ବାଜ୍ୟାପ୍ତ କରାଯାଇଛି । ଏହାଠାରୁ ଅଧିକ ସ୍ବଚ୍ଛତା କୌଣସି ସରକାର କେବେ ପଦକ୍ଷେପ ନେଇନଥିଲେ । ତେଣୁ ବିଜେପି କେବଳ ଟେକା ପକାଇ ଜାଣିଛି । ଗୋଟିଏ ଶବ୍ଦ ଜାଣିଛନ୍ତି । ସିବିଆଇକୁ ଲଗାଇ ବିରୋଧୀ ଦଳଙ୍କୁ ଆକ୍ରମଣ କରିବେ । ସିବିଆଇ ଛଡ଼ା ତାଙ୍କ ପାଖରେ ଆଉ କିଛି ଅସ୍ତ୍ର ନାହିଁ ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 28, 2023, 10:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.