ETV Bharat / state

LAccMI Scheme Politics: ଲକ୍ଷ୍ମୀ ଯୋଜନାକୁ ନେଇ ବର୍ଷିଲେ ବିରୋଧୀ, ଜବାବ ରଖିଲା ବିଜେଡି

author img

By ETV Bharat Odisha Team

Published : Oct 12, 2023, 8:38 PM IST

Updated : Oct 12, 2023, 9:41 PM IST

LAccMI Scheme Politics: ଲକ୍ଷ୍ମୀ ଯୋଜନାକୁ ନେଇ ବର୍ଷିଲେ ବିରୋଧୀ, ଜବାବ ରଖିଲା ବିଜେଡି
LAccMI Scheme Politics: ଲକ୍ଷ୍ମୀ ଯୋଜନାକୁ ନେଇ ବର୍ଷିଲେ ବିରୋଧୀ, ଜବାବ ରଖିଲା ବିଜେଡି

ଜୟ କହିଛନ୍ତି କେନ୍ଦ୍ର ସରକାର ଅନେକ ବସ ଦେଉଛି । ସେଗୁଡିକୁ ନେଇ ନିର୍ଦ୍ଦିଷ୍ଟ ଭାବେ ଯୋଜନା କରିବା କଥା ରାଜ୍ୟ ସରକାର । କିନ୍ତୁ ସରକାର କିଛି କରୁଛନ୍ତି କି ? କିଛି ତ କରୁନାହାନ୍ତି । ତେଣୁ ପ୍ରାଇଭେଟ ପାର୍ଟି ମାନଙ୍କ ବସ ଆଣି ବ୍ୟବହାର କରିବେ। ତାକୁ ଲକ୍ଷ୍ମୀ ଯୋଜନାର ନାଁ ଦେବାର ମାନେ କଣ ? ରାଜ୍ୟରେ ଆମ ବସ ଯୋଜନା, ସମ୍ବଲପୁର ଓ ରାଉରକେଲାରେ ଭିନ୍ନ ଭିନ୍ନ ଯୋଜନା ଅଛି । କେନ୍ଦ୍ର ସରକାର ସବୁବେଳେ ବସ ଦେବା ପାଇଁ ପ୍ରସ୍ତୁତ ଅଛି । ଅଧିକ ପଢନ୍ତୁ

LAccMI Scheme Politics

ଭୁବନେଶ୍ବର: ଭୁବନେଶ୍ବର: କେନ୍ଦ୍ର ସରକାର ଅନେକ ବସ ଦେଉଛି । ସେଗୁଡିକୁ ନେଇ ନିର୍ଦ୍ଦିଷ୍ଟ ଭାବେ ଯୋଜନା କରିବା କଥା ରାଜ୍ୟ ସରକାର । କିନ୍ତୁ ସରକାର କିଛି କରୁଛନ୍ତି କି ? କିଛି ତ କରୁନାହାନ୍ତି । ତେଣୁ ପ୍ରାଇଭେଟ ପାର୍ଟି ମାନଙ୍କ ବସ ଆଣି ବ୍ୟବହାର କରିବେ । ତାକୁ ଲକ୍ଷ୍ମୀ ଯୋଜନାର ନାଁ ଦେବାର ମାନେ କଣ ? ଏବେ ଦଳ ସରକାର ଗୋଟିଏ ହୋଇ ଯାଇଛନ୍ତି । ଆଗରୁ ଜଣା ପଡ଼ିନଥିଲା । ପ୍ରଶାସନିକ ଅଧିକାରୀ ମାନେ ଦଳୀୟ ଭିତ୍ତିରେ କାମ କରୁଛନ୍ତି । ଦଳୀୟ ସରକାର ଓଡ଼ିଶାରେ କାମ କରୁଛି । ପିଅନ ଠାରୁ ଆରମ୍ଭ କରି ଆଇଏଏସ ଅଫିସର ମାନେ ଦଳ ପାଇଁ କାମ କରୁଛନ୍ତି । ନିର୍ବାଚନ ବେଳେ ଦଳ ପାଇଁ କାମ କରୁଥିବା କଥା ପ୍ରମାଣିତ ହୋଇଛି । ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା କଥା । କାର୍ଯ୍ୟାନୁଷ୍ଠାନ ହେଉନି ବୋଲି ଦିନକୁ ଦିନ ମୁହଁ ବଢ଼ି ଯାଉଛି । ଜନତା ଉଠାଇ ଫିଙ୍ଗି ଦେବା କଥା । ଗଣତନ୍ତ୍ରରେ ଜନତା ହିଁ ମାଲିକ । ଓଡ଼ିଶାରେ ମୁଖ୍ୟ ନିର୍ବାଚନ କମିଶନ ଜଣେ ସରକାରୀ ସଚିବ । ତାଙ୍କ ଠାରୁ କଣ ଆଶା କରାଯାଇ ପାରିବ । ଲକ୍ଷ୍ମୀ ଯୋଜନାକୁ ନେଇ ସରକାରୀ ବିଜ୍ଞାପନରେ ବିଜେଡି ଚିହ୍ନ ଓ ଯୋଜନାର ଭବିଷ୍ୟତକୁ ନେଇ ଏଭଳି ଢଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । କଂଗ୍ରେସ ବିଜୁ ଗାଁ ଗାଡିର ଅବସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଥିବା ବେଳେ... ଉଭୟ ବିରୋଧୀ ଦଳ ଅଭିଯୋଗର ଜବାବ ରଖିଛି ବିଜେଡି ।

ଜୟ କହିଛନ୍ତି କେନ୍ଦ୍ର ସରକାର ଅନେକ ବସ ଦେଉଛି । ସେଗୁଡିକୁ ନେଇ ନିର୍ଦ୍ଦିଷ୍ଟ ଭାବେ ଯୋଜନା କରିବା କଥା ରାଜ୍ୟ ସରକାର । କିନ୍ତୁ ସରକାର କିଛି କରୁଛନ୍ତି କି ? କିଛି ତ କରୁନାହାନ୍ତି । ତେଣୁ ପ୍ରାଇଭେଟ ପାର୍ଟି ମାନଙ୍କ ବସ ଆଣି ବ୍ୟବହାର କରିବେ। ତାକୁ ଲକ୍ଷ୍ମୀ ଯୋଜନାର ନାଁ ଦେବାର ମାନେ କଣ ? ରାଜ୍ୟରେ ଆମ ବସ ଯୋଜନା, ସମ୍ବଲପୁର ଓ ରାଉରକେଲାରେ ଭିନ୍ନ ଭିନ୍ନ ଯୋଜନା ଅଛି । କେନ୍ଦ୍ର ସରକାର ସବୁବେଳେ ବସ ଦେବା ପାଇଁ ପ୍ରସ୍ତୁତ ଅଛି । ସେଗୁଡିକୁ ଆଣି ଓଡ଼ିଶା ସରକାର ନିଜସ୍ବ ରାଜସ୍ବ ବୃଦ୍ଧି କରିବା ପାଇଁ ଚେଷ୍ଟା କରିବା କଥା । ତେଣୁ କେତୋଟି ପ୍ରାଇଭେଟ ପାର୍ଟି ବସ ଆଣି ଚଳାଇବେ ରାଜ୍ୟ ସରକାର । ରାଜ୍ୟରେ ଲୋକ ସଂଖ୍ୟା ଅନୁପାତରେ ବସ ସଂଖ୍ୟା ଅତି ନଗଣ୍ୟ । ଅଧିକାଂଶ ଗାଁକୁ ଗାଡ଼ି ଯାଉନାହିଁ । କେତେ ପଞ୍ଚାୟତ ମୁଖ୍ୟାଳୟକୁ ଲକ୍ଷ୍ମୀ ଯୋଜନାର ବସ ଯିବ ତାର ଜବାବ ଦିଅନ୍ତୁ ରାଜ୍ୟ ସରକାର ?

ସେହିପରି ବିଧାୟତ ସୁର ରାଉତରାୟ କହିଛନ୍ତି ପ୍ରଚାର ପ୍ରସାର କ୍ଷେତ୍ରରେ ବିଜେଡି ସରକାର ବହୁ ଉପରେ। ସବୁଆଡେ ଦେଖିବ ବିଜେଡି ପ୍ରଚାର। ରୋଗୀ ରାସ୍ତାରେ ଡେଲିଭରି ହୋଇଯାଇଛି। ନିର୍ବାଚନ ଖାଲି ପ୍ରହସନ। କାର୍ଯ୍ୟ କିଛି ନାହିଁ। ନିର୍ବାଚନ ପାଇଁ ସବୁ କରୁଛନ୍ତି ସରକାର ।

ଏହା ମଧ୍ୟ ପଢନ୍ତୁ: LAccMI Scheme Launch: ରାଜ୍ୟରେ ଚାଲିବ ହଜାରେ ବସ, ମାଲକାନଗିରି ଓଡିଶା ବିକାଶର ଲଞ୍ଚ ପ୍ୟାଡ: ମୁଖ୍ୟମନ୍ତ୍ରୀ

ସେପଟେ ଲକ୍ଷ୍ମୀ ଯୋଜନାକୁ ନେଇ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ବିଜୁ ଗାଁ ଗାଡି ଗଲା କୁଆଡେ? ନିର୍ବାଚନକୁ ଆଖି ଆଗରେ ରଖି ଲକ୍ଷ୍ମୀ ବସ ଯୋଜନା। କେତେ ଯୋଜନା ଆସିଲାଣି ଗଲାଣି। ଓଏସଆରଟିସି କ୍ଷତିରେ ଚାଲିଛି। ନବୀନ ଓଡ଼ିଶା ପରି ଲକ୍ଷ୍ମୀ ଯୋଜନାରେ ମଧ୍ୟ ଶଙ୍ଖ ଚିହ୍ନ ବ୍ୟବହାର ଠିକ ନୁହେଁ। ଲୋକଙ୍କ ଟିକସ ଟଙ୍କାରେ ଦଳୀୟ ପ୍ରଚାର କରୁଛନ୍ତି। ଆମେ ପୁର୍ବରୁ ମଧ୍ୟ ଏନେଇ ରାଜ୍ୟପାଳଙ୍କୁ ଅବଗତ କରିଛୁ। ଆଗକୁ ଯଦି ଏମିତି ବେଆଇନ କାମ ହେଲା କଂଗ୍ରେସ ଜୋରଦାର ବିରୋଧ କରିବ ।

ଏହା ମଧ୍ୟ ପଢନ୍ତୁ: LAccMI Scheme: ଲକ୍ଷ୍ମୀ ବସରେ ଯାତ୍ରା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଅନ୍ୟପଟେ ଲକ୍ଷ୍ମୀ ଯୋଜନାରେ ଦଳୀୟ ଲୋଗୋ ବ୍ୟବହାରକୁ ନେଇ ବିରୋଧୀଙ୍କ ଅଭିଯୋଗର ଜବାବ ରଖିଛନ୍ତି ଶାସକ ଦଳ ବିଧାୟକ ସମୀର ଦାସ । ସମୀର କହିଛନ୍ତି ଯେ, ଶଙ୍ଖ ଆମ ଦୈନନ୍ଦିନ ଜୀବନର ଅଂଶ ବିଶେଷ । ଯେକୌଣସି କାର୍ଯ୍ୟକ୍ରମର ଆରମ୍ଭ ଶଙ୍ଖନାଦରୁ ହିଁ ହୁଏ । ଶଙ୍ଖ ବଜାଇବା କଣ ଭୁଲ । ଭଲ କାର୍ଯ୍ୟରେ ଶଙ୍ଖ ବଜାଯାଏ । ଏହା କେବଳ ଓଡ଼ିଶା ଭିତରେ ସୀମାବଦ୍ଧ ନୁହେଁ । ଭାରତୀୟ ସଂସ୍କୃତିରେ ଶଙ୍ଖର ବିଶେଷ ଭୂମିକା ଅଛି । ଲୋକଙ୍କ ଭିତରେ ଏକ ଆଧ୍ୟାତ୍ମିକ ଭାବକୁ ନେଇ ଶଙ୍ଖ ଅଛି । ତେଣୁ ଶଙ୍ଖକୁ କେବଳ ଏକ ରାଜନୈତିକ ଚିହ୍ନ ଭାବେ ବିରୋଧୀ ଚିତ୍ରିତ କରିବା ଉଚିତ ନୁହେଁ । ଭୋକ ବିକଳରେ ତାଟିଆ କାମୁଡ଼ିଲେ କଣ କରାଯାଇପାରିବ । ବିଜୁ ଗାଁ ଗାଡି ବନ୍ଦ ହୋଇନାହିଁ, ଚାଲିଛି । ପୂର୍ବରୁ ବ୍ଲକ ମୁଖ୍ୟାଳୟରୁ ଜିଲ୍ଲା ମୁଖ୍ୟାଳୟ ପର୍ଯ୍ୟନ୍ତ ବିଜୁ ଗାଁ ଗାଡି ଥିଲା । ତାକୁ ରୂପାନ୍ତରିତ କରି ପଞ୍ଚାୟତ ମୁଖ୍ୟାଳୟରୁ ବ୍ଲକ ମୁଖ୍ୟାଳୟକୁ ପରିବର୍ଦ୍ଧିତ କରାଯାଇଛି । ତେଣୁ ଏ ସରକାରରେ କିଛି ଯୋଜନା ବନ୍ଦ ହୁଏ ନାହିଁ । ଟଙ୍କିକିଆ ଚାଉଳ ବନ୍ଦ ହୋଇଯିବ ବୋଲି ସବୁ କହିଥିଲେ । କିନ୍ତୁ ବନ୍ଦ ହେଲା କି ? ମମତା ଯୋଜନା ବି ବନ୍ଦ ହେଇଯିବ କହୁଥିଲେ କିନ୍ତୁ ବନ୍ଦ ହେଲା ନାହିଁ । ବିରୋଧୀ ମାନେ ତାଙ୍କ କଥା କହୁଛନ୍ତି । ବିଜେଡ଼ି ସରକାର କାମ କରୁଛି । ଓଡ଼ିଶା ବାସୀ କଣ ଗ୍ରହଣ କରିଛନ୍ତି । 2024ରେ ଜଣ ଗ୍ରହଣ କରିବେ ତାହା ସମସ୍ତେ ଦେଖିବେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Oct 12, 2023, 9:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.