ETV Bharat / state

ଓଡିଶାରେ ମିଳିଲା କଳାଟଙ୍କାର ପାହାଡ, ବିଜେପିର ଶାଣିତ ପ୍ରଶ୍ନ କାହିଁକି ଚୁପ ମୁଖ୍ୟମନ୍ତ୍ରୀ

author img

By ETV Bharat Odisha Team

Published : Dec 13, 2023, 7:51 PM IST

Politics on Liquor scam: ରାଜ୍ଯରେ ମଦ ଦୁର୍ନୀତିକୁ ନେଇ ବିଜେପିର ପ୍ରେସମିଟ । କୋଟି କୋଟି ଟଙ୍କା ଜବତ ଘଟଣାରେ ରାଜ୍ୟ ସରକାରଙ୍କ ନୀରବତାକୁ ନେଇ ପ୍ରଶ୍ନ ଉଠାଇଲା ବିଜେପି । ଆଗକୁ ପଢ଼ନ୍ତୁ

ମଦ ଦୁର୍ନୀତିରେ ସରକାରଙ୍କ ନୀରବତା ଉଠାଉଛି ପ୍ର
ମଦ ଦୁର୍ନୀତିରେ ସରକାରଙ୍କ ନୀରବତା ଉଠାଉଛି ପ୍ର

ମଦ ଦୁର୍ନୀତିରେ ସରକାରଙ୍କ ନୀରବତା ଉଠାଉଛି ପ୍ରଶ୍ନ

ଭୁବନେଶ୍ବର: ମଦ ଦୁର୍ନୀତି ମାମଲାରେ ବିଜେଡି ସରକାରଙ୍କ ନିରବତାକୁ ନେଇ ପ୍ରଶ୍ନ ଉଠାଇଲା ରାଜ୍ୟ ବିଜେପି । ଗୃହ ବିଭାଗ ମୁଖ୍ୟମନ୍ତ୍ରୀ ହାତରେ ଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ପ୍ରସଙ୍ଗରେ କାହିଁକି ମୁହଁ ଖୋଲୁନାହାନ୍ତି ସେନେଇ ସାମ୍ବାଦିକ ସମ୍ମିଳନୀ କରି ପ୍ରଶ୍ନ ଉଠାଇଛି ରାଜ୍ୟ ବିଜେପି ।

ରାଜ୍ଯରେ ମଦ ଦୁର୍ନୀତିକୁ ନେଇ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ରାଜ୍ୟ ସରକାରଙ୍କ ନୀରବତା ବହୁ ପ୍ରଶ୍ନବାଚୀ ସୃଷ୍ଟି କରୁଛି ବୋଲି ବିଜେପି କହିଛି । ରାଜ୍ଯରେ ଏତେ ବଡ଼ ଦୁର୍ନୀତି ହୋଇଗଲା, କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ କୌଣସି ପ୍ରକାରର ପ୍ରତିକ୍ରିୟା ମିଳିପାରିଲା ନାହିଁ । ତେବେ ଏନେଇ ବିଜେପି କହିଛି କି, ’’ଯେହେତୁ ଗୃହ ବିଭାଗ ତାଙ୍କ ଅଧିନରେ ରହିଛି, ଏନେଇ ତାଙ୍କ ମନ୍ତବ୍ୟ ମଧ୍ୟ ସେତିକି ଆବଶ୍ୟକ ରହିଛି । ଏ ଖବର ରାଜ୍ୟରୁ ବାହାରେ ବ୍ୟାପିଲାଣି । ମଦ ବ୍ୟବସାୟରେ ରାଜ୍ୟ ସରକାରଙ୍କର ଲିଙ୍କ ଥିବା କଥା ବାରମ୍ବାର ଉଠୁଥିବା ବେଳେ ରାଜ୍ୟ ମୁଖ୍ୟଙ୍କ ଚୁପ ରହିବା କଥାକୁ ପ୍ରମାଣିତ କରୁଛି । ସରକାର ଏବଂ ମୁଖ୍ୟମନ୍ତ୍ରୀ ଉତ୍ତରଦାୟୀ । ’’

ଏହା ମଧ୍ୟ ପଢ଼ନ୍ତୁ....ମଦ ଟଙ୍କା ଜବତ ଘଟଣା: ଗଞ୍ଜାମରେ ବିଜେଡି ସରକାର ବିରୋଧରେ ଗର୍ଜିଲା ବିଜେପି

ଅଗଷ୍ଟ ୨୦୧୯ରେ ନିଜେ ମୁଖ୍ୟମନ୍ତ୍ରୀ ବୌଦ୍ଧ ଡ୍ରିଷ୍ଟିଲାରୀକୁ ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ମଞ୍ଚରେ ଥିଲେ କଂପାନୀ ଏମଡି ରିତେଶ ସାହୁ । କଲେଜ କିମ୍ବା ସ୍କୁଲକୁ ଯିବାକୁ ସମୟ ନଥିବା ନବୀନ ମଦ କମ୍ପାନୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ୨୦୧୮ରେ କାରଖାନା ପାଇଁ ପ୍ରସ୍ତାବ ଆସିଥିବା ବେଳେ ୨୦୧୯ରେ ସରି ଯାଇଥିଲା । ଅନ୍ୟ କୌଣସି ପ୍ରକଳ୍ପ ପାଇଁ ଅଧିକ ସମୟ ଲାଗୁଥିବା ବେଳେ ଏତେ କମ ସମୟରେ କିଭଳି ଏହା ସମାପ୍ତ ହେଲା ସେନେଇ ମଧ୍ୟ ପ୍ରଶ୍ନ ଉଠୁଛି ।

କେବଳ ସେତିକି ନୁହେଁ, ବୌଦ୍ଧ ଡ୍ରିଷ୍ଟିଲାରୀ ମହାନଦୀରୁ ପାଣି ନେଉଥିବା ବେଳେ ଜିଲ୍ଲାର ଚାଷୀଙ୍କ ଜମିରେ ମଦ କମ୍ପାନୀର ପାଣି ପାଇପ ପଡ଼ିଛି । ତେବେ ଚାଷୀ ଅନେକ ବାର ଅଭିଯୋଗ କରାଗଲେ ମଧ୍ୟ ବିଶେଷ କିଛି ସୁଫଳ ମିଳିନଥିଲା । ଏସବୁ ପ୍ରଶ୍ନର ଉତ୍ତର ମୁଖ୍ୟମନ୍ତ୍ରୀ ଦିଅନ୍ତୁ ବୋଲି ଦାବି କରିଛି ଦଳ। ଜଣେ ମଦ ବ୍ୟବସାୟୀ ଏତେ ଟଙ୍କା ଘରେ କିପରି ରଖିଥିବା କଥା ଏବଂ ଏତେ ମାତ୍ରାରେ ବ୍ୟବସାୟ ହେଉଥିବା କଥା କିଭଳି ଗୁପ୍ତ ଥିଲା ତାହା ମଧ୍ୟ ବଡ଼ କଥା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.