ETV Bharat / state

ରାଜ୍ୟରେ କମିଛି ଶୀତର ପ୍ରକୋପ, ବଢ଼ିବ ରାତ୍ରି ତାପମାତ୍ରା

author img

By

Published : Dec 25, 2022, 9:45 PM IST

ରାଜ୍ୟରେ କମିଛି ଶୀତର ପ୍ରକୋପ
ରାଜ୍ୟରେ କମିଛି ଶୀତର ପ୍ରକୋପ

ରାତ୍ରି ତାପମାତ୍ରା ବଢିବା ସହିତ ରାଜ୍ୟରେ କମିଛି ଶୀତ । ଆଗାମୀ ୫ ଦିନ ଯାଏଁ ପାଗ ଶୁଖିଲା ରହିବା ସହ ୨ ଦିନ ଯାଏଁ ତାପମାତ୍ରା ଆହୁରି ବୃଦ୍ଧି ପାଇବ । ଓଡ଼ିଶା ଉପକୂଳ ଅଞ୍ଚଳରେ ସକ୍ରିୟ ଗୁରୁଚାପ ବଳୟ ପ୍ରଭାବରେ ଘନ କୁହୁଡି ରହିବା ନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ ବୈଜ୍ଞାନିକ ଉମା ଶଙ୍କର ଦାସ । ଅଧିକ ପଢ଼ନ୍ତୁ

ପାଣିପାଗ ସୂଚନା ଦେଉଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ ବୈଜ୍ଞାନିକ ଉମା ଶଙ୍କର ଦାସ

ଭୁବନେଶ୍ବର: ରାଜ୍ୟରେ ରାତ୍ରି ତାପମାତ୍ରା ବଢିବା ସହିତ କମିଛି ଶୀତର ପ୍ରକୋପ । ଆଗାମୀ ୫ ଦିନ ଯାଏଁ ପାଗ ଶୁଖିଲା ରହିବ । ଓଡ଼ିଶା ଉପକୂଳ ଆଖପାଖ ଅଞ୍ଚଳରେ ଏକ ଗୁରୁଚାପ ବଳୟ ସକ୍ରିୟ ରହିଥିବାରୁ ତାହାର ପ୍ରଭାବରେ କୁହୁଡି ଦୃଶ୍ୟମାନ ହେଉଛି । ଏହାକୁ ନେଇ ରାତ୍ରି ତାପମାତ୍ରାରେ ବୃଦ୍ଧି ଘଟିଥିବା ପ୍ରକାଶ କରିଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ ବୈଜ୍ଞାନିକ ଉମା ଶଙ୍କର ଦାସ ।

ଆହୁରି ବଢ଼ିବ ରାତ୍ରି ତାପମାତ୍ରା

ବଙ୍ଗୋପସାଗରରେ ସକ୍ରିୟ ରହିଥିବା ଅବପାତ ପ୍ରଭାବରେ ଶୁଷ୍କ ଓ ଥଣ୍ଡା ଉତ୍ତରା ବାୟୁ ପ୍ରବାହିତ ହେଉଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ରାତ୍ରି ତାପମାତ୍ରା ତଳକୁ ଖସିବା ସହ ଶୀତ ବଢିଥିଲା । ତେବେ ଶନିବାରଠାରୁ ରାତ୍ରି ତାପମାତ୍ରା ବଢିବା ସହିତ ଶୀତର ପ୍ରକୋପ କମିଥିବା ସୂଚନା ଦେଇଛନ୍ତି ପାଣିପାଗ ବିଭାଗ ବୈଜ୍ଞାନିକ ଉମା ଶଙ୍କର ଦାସ । ତେବେ ଆଗାମୀ ୨ ଦିନ ଯାଏଁ ରାତ୍ରି ତାପମାତ୍ରା ୨ରୁ ୩ ଡିଗ୍ରୀ ଆହୁରି ବୃଦ୍ଧି ହେବାର ସମ୍ଭାବନା ରହିଥିବା ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ଆହୁରି ୨ ଦିନ ଘନ କୁହୁଡ଼ି

ଆହୁରି ୨ ଦିନ ଘନ କୁହୁଡି ହେବ । ଗତ ୨୪ ଘଣ୍ଟାରେ ପାରାଦୀପଠାରେ ଘନ କୁହୁଡି ୪୦ ମିଟର ରେକର୍ଡ ହୋଇଛି । ତେବେ କେନ୍ଦ୍ରାପଡ଼ା, ପୁରୀ, କଟକ, ଖୋର୍ଦ୍ଧା, ଜଗତସିଂହପୁର, ଯାଜପୁର, ଭଦ୍ରକ, ଢେଙ୍କାନାଳ, କନ୍ଧମାଳରେ ହାଲୁକା କୁହୁଡି ହେବାର ସମ୍ଭାବନା ରହିଛି । ସେହିଭଳି ଗତ ୨୪ ଘଣ୍ଟାରେ ଭୁବନେଶ୍ଵରରେ ୧୪.୭ ଡିଗ୍ରୀ ଓ କଟକରେ ରାତ୍ରି ତାପମାତ୍ରା ୧୫ ଡିଗ୍ରୀ ରେକର୍ଡ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.