ETV Bharat / state

ବର୍ଷାଙ୍କ ବୟାନ ପରେ ମୁହଁ ଖୋଲିଲେ ଅନୁଭବ, ନାଁ ନନେଇ ଟାର୍ଗେଟ କଲେ ଜାଗୃତି ଶୁକ୍ଳା

author img

By

Published : Apr 11, 2023, 8:54 PM IST

ବର୍ଷାଙ୍କ ବୟାନକୁ ନେଇ ଟାର୍ଗେଟ କଲେ ଅନୁଭବ ଓ ଜାଗୃତି
ବର୍ଷାଙ୍କ ବୟାନକୁ ନେଇ ଟାର୍ଗେଟ କଲେ ଅନୁଭବ ଓ ଜାଗୃତି

ରମାଦେବୀ ବିଶ୍ୱବିଦ୍ୟାଳୟରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ନିଜକୁ ପୀଡ଼ିତା କହିଥିଲେ ବର୍ଷା ପ୍ରିୟଦର୍ଶିନୀ । ଏହାପରେ ବର୍ଷାଙ୍କୁ ଟାର୍ଗେଟ କରିଛନ୍ତି ଅନୁଭବ । ଟ୍ବିଟ କରି ସରକାରୀ ଦସ୍ତାବିଜ ବିରୋଧରେ ମୁହଁ ଖୋଲନ୍ତୁ ବୋଲି ଲେଖିଛନ୍ତି । ସେପଟେ ଅନୁଭବଙ୍କ ବାନ୍ଧବୀ ଜାଗୃତି ଶୁକ୍ଳା ମଧ୍ୟ ନାଁ ନନେଇ ଫେସବୁକରେ ବର୍ଷାଙ୍କୁ ଟାର୍ଗେଟ କରିଛନ୍ତି । ଅଧିକ ପଢ଼ନ୍ତୁ

  • ମିଛ ଅପପ୍ରଚାର ହେଉଛି ଜଦି ତାହା ବିରୁଦ୍ଧରେ ଆପଣ ଓ ସମସ୍ତେ ନିହାତି ମୁହ ଖୋଲିବା ଦରକାର । ମୁଁ ମଧ୍ୟଁ ଏ ବିଷୟରେ ଏକମତ । ସେଥିପାଇଁ ଦୟା କରି ଏଇ କିଛି ସରକାରି ଦସ୍ତାବିଜ ବିରୁଦ୍ଧରେ ମୁହଁ ଖୋଲନ୍ତୁ ।
    ଆମଣଙ୍କ ଜବାବର ଅପେଖ୍ଯାରେ ମୁଁ ଆଉ ଓଡି଼ଶାବାସି ।
    ଜୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ🙏🏻@VarshaPriyadar3 https://t.co/FYyl9r2urf

    — Anubhav Mohanty (@AnubhavMohanty_) April 11, 2023 " class="align-text-top noRightClick twitterSection" data=" ">

ଭୁବନେଶ୍ବର: ଘନୋଉଛି ଓଲିଉଡର ଷ୍ଟାର ଦମ୍ପତି ବର୍ଷା ଓ ଅନୁଭବଙ୍କ ପାରିବାରିକ ବିବାଦ । ଗତକାଲି ରମାଦେବୀ ବିଶ୍ୱବିଦ୍ୟାଳୟରେ ନିଜ ଜୀବନରେ ଘଟିଥିବା ଦୁଃଖ ବିଷୟ ବଖାଣିବା ସହ ନିଜକୁ ପୀଡ଼ିତା ବୋଲି କହି ପରୋକ୍ଷରେ ଅନୁଭବଙ୍କୁ ଟାର୍ଗେଟ କରିଥିଲେ ବର୍ଷା ପ୍ରିୟଦର୍ଶନୀ । ବର୍ଷାଙ୍କ ଅଭିଭାଷଣ ପରେ ମୁହଁ ଖୋଲିଲେ ଅନୁଭବ ମହାନ୍ତି । କହିଲେ ସରକାରୀ ଦସ୍ତାବିଜ ବିରୋଧରେ ମୁହଁ ଖୋଲନ୍ତୁ । ସେପଟେ ଅନୁଭବଙ୍କ ବାନ୍ଧବୀ ଜାଗୃତି ଶୁକ୍ଳା ମଧ୍ୟ ବର୍ଷାଙ୍କୁ ଟାର୍ଗେଟ କରିଛନ୍ତି । ନାଁ ନନେଇ ଜଣେ ମହିଳା ଟଙ୍କା ପାଇଁ ନିଜକୁ ପୀଡ଼ିତା ସଜାଇବା ସହ ସ୍ବାମୀ ବିରୋଧରେ କୋର୍ଟରେ ଲଢ଼ୁଛନ୍ତି ବୋଲି ଫେସବୁକରେ ଲେଖିଛନ୍ତି ଜାଗୃତି ।

ଗତକାଲି ରମାଦେବୀ ବିଶ୍ୱବିଦ୍ୟାଳୟରେ ହେଉଥିବା ବସନ୍ତ ଉତ୍ସବରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମନ୍ତବ୍ୟ ପରେ ଅଭିନେତା ଅନୁଭବ ନିଜର ପ୍ରତିକ୍ରିୟା ରଖିଛନ୍ତି । ବର୍ଷା ଉତ୍ସବରେ ନିଜର ଅଭିଭାଷଣରେ ତାଙ୍କ ଜୀବନରେ ଆସିଥିବା ଝଡ ବିଷୟରେ କହିଥିଲେ । ଯାହା ତାଙ୍କ ଜୀବନର ମୋଡ ବଦଳାଇ ଦେଇଥିଲା ବୋଲି ସେ କହିଥିଲେ । ସେହି ସମୟରେ ସେ ଜୀବନରେ ଅନେକ କିଛି ଅନ୍ୟାୟ ସହି ଆଗକୁ ଯାଇଥିବା କହିଥିବା ବେଳେ ନିଜକୁ ପୀଡିତା ବୋଲି କହିଥିଲେ । ଜୀବନରେ ଅନେକ ଦୁଃଖ ସହିଛି ଆଉ ମୋ ବିରୋଧରେ ଅନେକ ଅପପ୍ରଚାର କରାଯାଇଥିଲା ବୋଲି କହିଥିଲେ ବର୍ଷା । ଆଉ ଏହି ସମୟରେ ସେ ସ୍ବାମୀ ଅନୁଭବଙ୍କ ନାଁ ନେଇ ପରୋକ୍ଷରେ ତାଙ୍କୁ ଟାର୍ଗେଟ କରିଥିଲେ । କିନ୍ତୁ ତାଙ୍କର ଏହି ମନ୍ତବ୍ୟ ପରେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଟ୍ବିଟରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ ସିଧାସଳଖ ବର୍ଷାଙ୍କୁ ଟ୍ୟାଗ କରି କହିଛନ୍ତି, "ଯଦି ଅପପ୍ରଚାର ହେଉଛି, ତେବେ ତାହା ବିରୋଧରେ ଆପଣ ମୁହଁ ଖୋଲିବା ଦରକାର । ଆଉ ମୁଁ ମଧ୍ୟ ଏଥିରେ ସହମତି ପ୍ରକାଶ କରୁଛି, ଆପଣ ମୁହଁ ଖୋଲନ୍ତୁ । ବିଶେଷ ଭାବେ କିଛି ସରକାରୀ ଦସ୍ତାବିଜ ବିରୋଧରେ ମୁହଁ ଖୋଲନ୍ତୁ । ଆପାଣଙ୍କ ଜବାବର ଅପେକ୍ଷାରେ ମୁଁ ଆଉ ଓଡି଼ଶାବାସୀ ।" ତେବେ ଏହାକୁ ନେଇ ପୁଣିଥରେ ବର୍ଷା ଆଉ ଅନୁଭବଙ୍କ ବିବାଦ ମୁଣ୍ଡ ଟେକିଛି । କାରଣ ବର୍ଷା ସିନା ଅନୁଭବଙ୍କ ନାଁ ନେଇ ନଥିଲେ, କିନ୍ତୁ ତାଙ୍କ କଥା ଶୁଣି ଅନୁଭବ କିନ୍ତୁ ପ୍ରତିକ୍ରିୟାଶୀଳ ହୋଇଛନ୍ତି ଆଉ ବର୍ଷାଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ।

ଅନ୍ୟପଟେ ଅନୁଭବଙ୍କ ବାନ୍ଧବୀ ଜାଗୃତି ଶୁକ୍ଳା ମଧ୍ୟ ବର୍ଷାଙ୍କ ଭାଷଣକୁ ନେଇ ପ୍ରତିକ୍ରିୟାଶୀଳ ହୋଇଛନ୍ତି । ସେ ନିଜ ଫେସବୁକ ପେଜରେ ନିଜର ମତ ରଖିଛନ୍ତି । ଯଦିଓ ସେ ସିଧାସଳଖ ବର୍ଷାଙ୍କ ନା ନେଇ ନାହାନ୍ତି, ଜଣେ ମହିଳା କହି ବର୍ଷାଙ୍କ ଅଭିଭାଷଣର ପ୍ରତିକ୍ରିୟା ରଖିଛନ୍ତି ଜାଗୃତି । ସେ କହିଛନ୍ତି, "ମହିଳା ଜଣକ କିଭଳି ତାଙ୍କ ବାସ୍ତବ ଜୀବନର ଆଚରଣ ଓ ଉଚ୍ଚାରଣ ଭିନ୍ନ ଦେଖାଉଛନ୍ତି ତାହା ସେ ବଖାଣିଛନ୍ତି । ମହିଳା ଜଣଙ୍କ ସଶକ୍ତି କରଣର କଥା କହୁଛନ୍ତି, ବାର୍ତ୍ତା ମଧ୍ୟ ଦେଉଛନ୍ତି, ଆଉ ଆଗକୁ ଧାର୍ଯ୍ୟର ସହ ବଢିବାର ପ୍ରେରଣା ଦେଉଛନ୍ତି । ହେଲେ ବାସ୍ତବ ଜୀବନରେ ନିଜକୁ ପୀଡ଼ିତା ସଜାଇ ସ୍ବାମୀଙ୍କ ଟଙ୍କା ପାଇଁ କୋର୍ଟରେ ଲଢ଼ୁଛନ୍ତି ।" ଟଙ୍କା ପାଇଁ ନିଜକୁ କିଭଳି ଜଣେ ମହିଳା ପୀଡ଼ିତା ସଜାଇ ପାରନ୍ତି ବୋଲି ବର୍ଷାଙ୍କ ପରୋକ୍ଷରେ ଟାର୍ଗେଟ କରି ଲେଖିଛନ୍ତି ଜାଗୃତି । ତେବେ ଏହି ଘଟଣା ପରେ ଏହି ଦୁଇ ସୁପରଷ୍ଟାରଙ୍କ ମନ୍ତବ୍ୟକୁ ନେଇ ପୁଣି ଟ୍ରୋଲ ଆରମ୍ଭ କରିଛନ୍ତି ଲୋକେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.