ETV Bharat / state

ଆମ ଓଡ଼ିଶା ନବୀନ ଓଡିଶାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଖୋର୍ଦ୍ଧାରେ 2763 ପ୍ରକଳ୍ପର ଶିଳାନ୍ୟାସ

author img

By ETV Bharat Odisha Team

Published : Oct 26, 2023, 7:56 PM IST

ଗାଁ ଗାଁରେ ଭିତ୍ତିଭୂମିର ହେବ ବିକାଶ
ଗାଁ ଗାଁରେ ଭିତ୍ତିଭୂମିର ହେବ ବିକାଶ

ଗାଁ ଗାଁରେ ଭିତ୍ତିଭୂମିର ହେବ ବିକାଶ । ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବ୍ଲକରେ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

ଗାଁ ଗାଁରେ ଭିତ୍ତିଭୂମିର ହେବ ବିକାଶ

ଖୋର୍ଦ୍ଧା: ବିକାଶର ଶିଖର ଛୁଇଁବ ଓଡିଶା । ଗାଁ ଗାଁରେ ଭିତ୍ତିଭୂମିର ହେବ ବିକାଶ । ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବ୍ଲକରେ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ‘ଆମ ଓଡ଼ିଶା ନବୀନ ଓଡିଶା’ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖୋର୍ଦ୍ଧା ଜିଲ୍ଲାରେ 95 କୋଟି ଟଙ୍କା ବ୍ୟୟରେ 2ହଜାର 763ଟି ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଖୋର୍ଦ୍ଧାର ଭୁବନେଶ୍ୱର ଏକାମ୍ରର 6ଟି ପଞ୍ଚାୟତ 63ଟି ପ୍ରକଳ୍ପ ପାଇଁ 3 କୋଟି,ଭୁବନେଶ୍ୱର ଉତ୍ତରର 5ଟି ପଞ୍ଚାୟତ 59ଟି ପ୍ରକଳ୍ପ ପାଇଁ 2.50 କୋଟି, ବେଗୁନିଆ ବ୍ଲକର 21ଟି ପଞ୍ଚାୟତରେ 346 ପ୍ରକଳ୍ପ ପାଇଁ 10.50 କୋଟି, ବୋଲଗଡ଼ ବ୍ଲକର 19ଟି ପଞ୍ଚାୟତ 351 ପ୍ରକଳ୍ପ ପାଇଁ 9.50 କୋଟି, ଚିଲିକା ବ୍ଲକର 17ଟି ପଞ୍ଚାୟତ 209ଟି ପ୍ରକଳ୍ପ ପାଇଁ 8.50 କୋଟି, ବାଣପୁର ବ୍ଲକର 17ଟି ପଞ୍ଚାୟତ 244ଟି ପ୍ରକଳ୍ପ 8.50 କୋଟି, ଜଟଣୀ ବ୍ଲକର 15ଟି ପଞ୍ଚାୟତ 203 ପ୍ରକଳ୍ପ ପାଇଁ 7.50 କୋଟି ପାଇଁ ମଞ୍ଜୁରୀ ମିଳିଛି । ଏହାସହ ଖୋର୍ଦ୍ଧା ବ୍ଲକର 22ଟି ପଞ୍ଚାୟତର 295 ପ୍ରକଳ୍ପ ପାଇଁ 11 କୋଟି, ଭୁବନେଶ୍ୱର ବ୍ଲକର 9ଟି ପଞ୍ଚାୟତ 108ଟି ପ୍ରକଳ୍ପ ପାଇଁ 4.50 କୋଟି, ବାଲିଅନ୍ତା ବ୍ଲକର 16ଟି ପଞ୍ଚାୟତ 266ପ୍ରକଳ୍ପ ପାଇଁ 8 କୋଟି, ବାଲିପାଟଣା ବ୍ଲକର 17ଟି ପଞ୍ଚାୟତ 251 ପ୍ରକଳ୍ପ ପାଇଁ 8.50 କୋଟି, ଟାଙ୍ଗୀ ବ୍ଲକର 26ଟି ପଞ୍ଚାୟତ 368 ପ୍ରକଳ୍ପ ପାଇଁ 13 କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

ଆଜିର କାର୍ଯ୍ୟକ୍ରମରେ ଅଟ୍ରି ଉଷ୍ମପ୍ରଶବଣର ବିକାଶ, ଖୋର୍ଦ୍ଧାରେ ପାଇକ ଏକାଡେ଼ମୀ, ଭୁସଣ୍ଡପୁର ଉଗ୍ରତାରା ମନ୍ଦିର ଓ ବାଣପୁର ଭଗବତୀ ମନ୍ଦିରର ସମ୍ପୂର୍ଣ୍ଣ ରୂପାନ୍ତରିକରଣ କରାଯିବ । ଏହାସହ ବାଲୁଗାଁରେ ମିନି ଷ୍ଟାଡିଅମ, ଜଳ ସେଚନ କ୍ଷେତ୍ରରେ ବିକାଶ, ବରକୁଳ ଜଗନ୍ନାଥ ମନ୍ଦିରର ବିକାଶ, ବାଲିପାଟଣାରେ ଫ୍ଲୋରି କ୍ଲଷ୍ଟର ଭଳି ଅନେକ ଉନ୍ନୟନ କାର୍ଯ୍ୟର ଅନୁମୋଦନ କରିଛନ୍ତି । ସେହିପରି ବୋଲଗଡ଼ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆମ ହସ୍ପିଟାଲରେ ପରିଣତ, ବେଗୁନିଆରେ ସବ ଡିଭିଜନାଲ ହସ୍ପିଟାଲ ଭଳି ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର ରୂପାନ୍ତରଣ ପାଇଁ ସ୍ୱତନ୍ତ୍ର ପାଣ୍ଠି ପ୍ରଦାନ । ସେହିପରି ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତି ପଞ୍ଚାୟତକୁ 50 ଲକ୍ଷ ଲେଖାଁଏ ପ୍ରଦାନ କରାଯାଇଛି ।

ଏହା ମଧ୍ଯ ପଢନ୍ତୁ...ବସ୍ ମାଲିକ ସଂଘରେ ଫାଟ, ଲକ୍ଷ୍ମୀ ବସକୁ ବାଲେଶ୍ଵର ମାଲିକ ସଂଘର ସମର୍ଥନ

ଆଜି ଏଥିପାଇଁ ବିଭିନ୍ନ ବ୍ଲକରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାନ ପ୍ରସ୍ତୁତ କରାଯାଇଛି । ପ୍ରତି ପଞ୍ଚାୟତକୁ ପ୍ରଦାନ କରାଯାଇଥିବ ଏହି ଅର୍ଥରେ ଗାଁରେ ଡିଜିଟାଲ ଭିତ୍ତିଭୂମିର ବିକାଶ ଏହି ଯୋଜନାର ଅନ୍ୟତମ ଲକ୍ଷ୍ୟ ରହିଛି । ସେହିପରି ଗାଁରେ ଇଣ୍ଟରନେଟ ସଂଯୋଗ ମିଳିବ ,ବିଜ୍ଞାନ ପାର୍କ ,ଦକ୍ଷତା ବିକାଶ କେନ୍ଦ୍ର ହେବ ,ୱାର୍କସ ହବ ହେବ , ବ୍ୟାଙ୍କିଂ ସୁବିଧା ମିଳିବ । ସେହିପରି ଏହି କାର୍ଯ୍ୟକ୍ରମରେ ଗାଁର ପ୍ରାଥମିକ ବିଦ୍ୟାଳୟ ଗୁଡିକ ମଧ୍ୟ ସାମିଲ ହେବ । ବିକଶିତ ଗାଁ ହେବ ଆଧୁନିକ ଓଡିଶାର ପରିଚୟ ବୋଲି ଓଡିଶାବାସୀଙ୍କୁ କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.