ETV Bharat / state

Odisha Assembly News: ଆସନ୍ତାକାଲିଠୁ ରାଜ୍ୟ ବଜେଟ ଅଧିବେଶନ, ଆଜି ବସିବ ସର୍ବଦଳୀୟ ବୈଠକ

author img

By

Published : Feb 20, 2023, 7:08 AM IST

Assembly Budget Session
ଆଜି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିବ ସର୍ବଦଳୀୟ ବୈଠକ

ଦିନକ ପରେ ରାଜ୍ୟ ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏନେଇ ଆଜି (ସୋମବାର) ବାଚସ୍ପତିଙ୍କ ଅଧକ୍ଷତାରେ ସର୍ବଦଳୀୟ ବୈଠକ ବସିବ । ଅଧିକ ପଢନ୍ତୁ

ଭୁବନେଶ୍ବର: ଆସନ୍ତାକାଲି ଠାରୁ (ମଙ୍ଗଳବାର) ରାଜ୍ୟ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ବଜେଟ ଅଧିବେଶନକୁ ସୁରୁଖୁରୁରେ ଚଳାଇବା ଲାଗି ଆଜି (ସୋମବାର) ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ । ବାଚସ୍ପତିଙ୍କ ଅଧକ୍ଷତାରେ ବଜେଟ ଅଧିବେଶନ ପାଇଁ ସର୍ବଦଳୀୟ ବୈଠକ ବସିବ । ପୂର୍ବାହ୍ନ 11ଟା 30ରେ ଆରମ୍ଭ ହେବ ସର୍ବଦଳୀୟ ବୈଠକ ।

ବଜେଟ ଅଧିବେଶନକୁ ସୁରୁଖୁରୁରେ ଚଳାଇବା ପାଇଁ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି । ବିଭିନ୍ନ ପ୍ରସଙ୍ଗରେ ରାଜନୈତିକ ଦଳ ସହିତ ଆଲୋଚନା ବାଚସ୍ପତି ଆଲୋଚନା । ପୂର୍ବାହ୍ନ ସାଢ଼େ 11 ଟାରେ ବିଧାନସଭାର ନୂତନ ସମ୍ମିଳନୀ କକ୍ଷରେ ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି । ସବୁ ଦଳର ନେତାମାନଙ୍କ ସହିତ ବାଚସ୍ପତି ଆଲୋଚନା କରିବେ । ବଜେଟ ଅଧିବେଶନ ଯେପରି ସୁରୁଖୁରୁରେ ଚାଲିପାରିବ ଓ ଜନସାଧାରଣଙ୍କ ସମସ୍ୟା ବିସ୍ତୃତ ଭାବେ ଉପସ୍ଥାପନ ହେବ ସେ ନେଇ ସର୍ବ ଦଳୀୟ ବୈଠକରେ ଆଲୋଚନା କରାଯିବ ।

ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି, ଉପ ମୁଖ୍ୟ ସଚେତକ, ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ, ବରିଷ୍ଠ ବିଧାୟକ ଦେବୀ ମିଶ୍ର, ବିଧାୟକ ପ୍ରଣବ ପ୍ରକାଶ ଦାସ, ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରମୁଖ ବୈଠକରେ ଉପସ୍ଥିତ ରହିବା ନେଇ ସୂଚନା ମିଳିଛି ।

ବିଧାନସଭାର ବଜେଟ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଚାଲିବ । ପ୍ରଥମ ପର୍ଯ୍ୟାୟ ଫେବ୍ରୁଆରୀ 21ରୁ ମାର୍ଚ୍ଚ 1 ତାରିଖ ପର୍ଯ୍ୟନ୍ତ ଚାଲିବ । ସେହିପରି ଦ୍ବିତୀୟ ପର୍ଯ୍ୟାୟ ମାର୍ଚ୍ଚ 10ରୁ ଏପ୍ରିଲ 6 ତାରିଖ ଯାଏଁ ଚାଲିବ । ପ୍ରଥମ ଦିନ ରାଜ୍ୟପାଳଙ୍କ ଅଭିଭାଷଣରୁ ଗୃହ କାର୍ଯ୍ୟ ଆରମ୍ଭ ହେବ । ଫେବ୍ରୁଆରୀ 24 ତାରିଖ ଦିନ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ 2023- 24 ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରିବେ । ଆଗାମୀ ବର୍ଷ ନିର୍ବାଚନ ଥିବାରୁ ବଜେଟରେ ଅନେକ ଗୁରୁତ୍ବପୂର୍ଣ୍ଣ ଘୋଷଣା ହେବାର ସମ୍ଭାବନା ରହିଛି । ରାଜ୍ୟ ସରକାର କିଛି ନୂଆ ଯୋଜନା ମଧ୍ୟ ଘୋଷଣା କରିପାରନ୍ତି ।

ଏହା ବି ପଢନ୍ତୁ...ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇବ ଗାଈଖାଇ ଜଳଭଣ୍ଡାର, ବଢିବ ପର୍ଯ୍ୟଟକଙ୍କ ସଂଖ୍ୟା

ସେହିପରି ବିଜେପି ବିଧାୟକ ଦଳର ବୈଠକ ଆଜି ଅପରାହ୍ନରେ ବସିବ । ଦଳୀୟ କାର୍ଯ୍ୟାଳୟରେ ବସିବାକୁ ଥିବା ବୈଠକରେ ବିଧାୟକଙ୍କ ସମେତ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଉପସ୍ଥିତ ରହିବେ । ସେହିପରି କଂଗ୍ରେସ ବିଧାୟକ ଦଳର ବୈଠକ ସନ୍ଧ୍ୟାରେ ଦଳୀୟ କାର୍ଯ୍ୟାଳୟ କିମ୍ବା ବରିଷ୍ଠ ବିଧାୟକ ନରସିଂହ ମିଶ୍ରଙ୍କ ସରକାରୀ ବାସଭବନରେ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି ।

ଅନ୍ୟପକ୍ଷରେ ବିଜେଡି ବିଧାୟକ ଦଳର ବୈଠକ ବିଧାନସଭାର ପ୍ରଥମ ଦିନରେ ବସିବାର ସମ୍ଭାବନା ରହିଛି । ବିଧାନସଭାରେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ବିରୋଧି ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛନ୍ତି । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି, ନବ ଦାସ ହତ୍ୟା ମାମଲା, ଆବାସ, ପଦ୍ମପୁରକୁ ଜିଲ୍ଲା ମାନ୍ୟତା, ସରକାରଙ୍କ ବିଭିନ୍ନ ବିଫଳତାକୁ ନେଇ ଘେରିବାକୁ ପ୍ରସ୍ତୁତ ହେଉଛନ୍ତି କଂଗ୍ରେସ ଓ ବିଜେପି । ଉଭୟ ବିରୋଧୀ ବୈଠକରେ ସେମାନଙ୍କ ରଣନୀତି ପ୍ରସ୍ତୁତ କରିବେ ।

ପ୍ରକାଶ ଥାଉ କି, ଗତ ଫେବୃଆରୀ 1 ତାରିଖରେ କେନ୍ଦ୍ର ବଜେଟ ଉପସ୍ଥାପନ ହୋଇଥିଲା । 2023-24 ଆର୍ଥିକ ବର୍ଷ ପାଇଁ ପଞ୍ଚମ ଥର ବଜେଟ ଉପସ୍ଥାପନ କରିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଉକ୍ତ ବଜେଟ ମୋଦି ସରକାରଙ୍କ ଦ୍ବିତୀୟ ପାଳିର ପୂର୍ଣ୍ଣାଙ୍ଗ ବଜେଟ ଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.