ETV Bharat / state

ସାକ୍ଷୀଗୋପାଳ ମନ୍ଦିର ନିକଟରେ ଜଳିଗଲା ତୀର୍ଥଯାତ୍ରୀ ବସ, ସମସ୍ତ ଯାତ୍ରୀ ସୁରକ୍ଷିତ

author img

By

Published : Jan 9, 2023, 3:56 PM IST

Updated : Jan 9, 2023, 8:08 PM IST

bus caught fire
bus caught fire

ସାକ୍ଷୀଗୋପାଳରେ ଜଳିଗଲା ପର୍ଯ୍ୟଟକ ବସ୍ । ଅଳ୍ପକେ ବର୍ତ୍ତିଲେ ସମସ୍ତ ଯାତ୍ରୀ । ଗ୍ୟାସଲିକ୍‌ରୁ ଅଗ୍ନିକାଣ୍ଡ ସୂଚନା । ଅଧିକ ପଢନ୍ତୁ

caught fire near Sakhigopal

ପୁରୀ: ଜିଲ୍ଲାର ସାକ୍ଷୀଗୋପାଳ ମନ୍ଦିର ନିକଟରେ ଏକ ତୀର୍ଥଯାତ୍ରୀ ବସରେ ଲାଗିଲା ନିଆଁ । ସୌଭାଗ୍ୟ ବଶତଃ ବସରେ କେହି ନ ଥିବାରୁ ଏକ ବଡ ଅଘଟଣ ଟଳି ଯାଇଛି। ତେବେ ଏଭଳି ଘଟଣା ପୁରୀ ସାକ୍ଷୀଗୋପାଳ ମନ୍ଦିର ପଛପଟେ ଘଟିଛି । ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ମଧ୍ୟପ୍ରଦେଶରୁ କିଛି ପର୍ଯ୍ୟଟକ କରି ବସ୍ ଯୋଗେ ଚାରିଧାମ ଯାତ୍ରା ପାଇଁ ଆସିଥିବା ବେଳେ ସାକ୍ଷୀଗୋପାଳରେ ଏଭଳି ଅଘଟଣ ଘଟିଛି । ସେମାନେ ସାକ୍ଷୀଗୋପାଳ ମନ୍ଦିର ପଛପଟେ ରୋଷେଇ କରିବା ପାଇଁ ଗ୍ୟାସ୍ ଲଗାଇ ରୋଷେଇ କରୁଥିଲେ । ହେଲେ ଅସାବଧାନତା ଯୋଗୁଁ ଗ୍ୟାସ୍ ରୁ ନିଆଁ ଲାଗି ନିକଟରେ ଥିବା ବସରେ ଲାଗି ଯାଇଥିବା କୁହାଯାଉଛି । ତେବେ ବସରେ କେହି ଯାତ୍ରୀ ନ ଥିବାରୁ ଏକ ବଡ ଅଘଟଣ ଟଳିଯାଇଛି । ହେଲେ ପର୍ଯ୍ୟଟକଙ୍କର ବସରେ ଥିବା ଫୋନ, ନଗଦ ଟଙ୍କା, ପୋଷାକ ଓ ଅଳଙ୍କାର ସମେତ ସମସ୍ତ ଜିନିଷ ଜଳିପୋଡି ପାଉଁଶ ହୋଇଯାଇଛି । ତେବେ ମଧ୍ୟପ୍ରଦେଶରୁ ପ୍ରାୟ 40 ଜଣ ଯାତ୍ରୀ ଏହି ବସରେ ନେପାଳ ଏବଂ ଚିତ୍ରକୋଟରେ ଧାର୍ମିକ ଯାତ୍ରା ଶେଷ କରିବା ପରେ ଓଡିଶାରେ ପହଞ୍ଚିଥିଲେ ।

ବସ ଡ୍ରାଇଭରଙ୍କ କହିବାନୁସାରେ, "ମୁଁ ଶୋଇଥିବା ବେଳେ ଅନ୍ୟମାନେ ବସ ନିକଟରେ ରୋଷେଇ କରୁଥିଲେ । ହେଲେ ଅସାବଧାନତା ଯୋଗୁଁ ବସରେ ନିଆଁ ଲାଗିଯାଇଥଲା । ଯାହାଦ୍ବାରା ବସରେ ଥିବା ସମସ୍ତ ଗୁରୁତ୍ବପୂର୍ଣ୍ଣ ଜିନିଷ ପୋଡି ପାଉଁଶ ହୋଇଯାଇଛି ।"

ଇଟିଭି ଭାରତ, ପୁରୀ

Last Updated :Jan 9, 2023, 8:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.